ମନୋରଞ୍ଜନ

ଫରହାନ ଡନ୍-୩ର ଅଫର ଦେଇଥିଲେ ବି ଏହି କାରଣ ପାଇଁ ଗ୍ରହଣ କରିନଥିଲେ ଶାହରୁଖ – Ibnodisha

[ad_1]

ମୁମ୍ବାଇ: ଗୋଟିଏ ପଟେ ପ୍ରଶଂସକମାନେ ଫିଲ୍ମ ‘ଗଦର ୨’ର ରିଲିଜକୁ ଅପେକ୍ଷା କରିଛନ୍ତି। ଅନ୍ୟପକ୍ଷରେ ଅଭିନେତା ତଥା ସିନେ ନିର୍ଦ୍ଦେଶକ ଫରହାନ ଅଖତର ଏକ ବଡ଼ ଘୋଷଣା କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛନ୍ତି। ସେ ଆନୁଷ୍ଠାନିକ ଭାବରେ ‘ଡନ୍’ ଫ୍ରାଞ୍ଚାଇଜର ତୃତୀୟ ଭାଗ ନିର୍ମାଣ ‌ଆରମ୍ଭ ହେବ ବୋଲି ଘୋଷଣା କରିଛନ୍ତି। ଆଜି ଏହାର ଟିଜର ରିଲିଜ୍ କରି ଦର୍ଶକଙ୍କ ଉତ୍ସାହ ବଢ଼ାଇଛନ୍ତି ଫରହାନ।

ପୂର୍ବରୁ ଦୁଇଟି ଭାଗରେ କିଙ୍ଗ ଖାନ୍ ଶାହରୁଖ ଡନ୍ ଭୂମିକାରେ ନଜର ଆସିଥିବା ବେଳେ ଏବେ ତୃତୀୟ ଭାଗରେ ରଣବୀର ସିଂହ ଡନ୍ ହେବେ। ଟିଜରରେ ରଣବୀରଙ୍କ ଧମାକେଦାର ଲୁକ୍ ଦେଖିବାକୁ ମିଳିଛି। ଏବେ ଟିଜର ରିଲିଜ୍ ହୋଇଥିବା ବେଳେ ଆସନ୍ତା ବର୍ଷ ଫିଲ୍ମର ସୁଟିଂ ଆରମ୍ଭ ହେବ ବୋଲି ଜଣାପଡ଼ିଛି। ତେବେ ତୃତୀୟ ଭାଗରେ ଶାହରୁଖଙ୍କୁ ନେଇନଥିବାରୁ ତାଙ୍କ ପ୍ରଶଂସକ ନିରାଶ ହୋଇଛନ୍ତି। ଶାହରୁଖଙ୍କ ବିନା ଡନ୍ ଫିଲ୍ମ ନିର୍ମାଣ ଅସମ୍ଭବ ବୋଲି କହିବା ଆରମ୍ଭ କରିଛନ୍ତି ତାଙ୍କ ପ୍ରଶଂସକ। ଏମଧ୍ୟରେ ଶାହରୁଖ କାହିଁକି ଡନ୍-୩ର ଅଫର ଗ୍ରହଣ କଲେ ନାହିଁ, ତାହାର କାରଣ ସାମ୍ନାକୁ ଆସିଛି।

କୁହାଯାଉଛି ‌ଯେ, ଫରହାନ ଶାହରୁଖଙ୍କୁ ନେଇ ଡନ୍-୩ ନିର୍ମାଣ କରିବାକୁ ଚାହୁଥିଲେ। ହେଲେ ଶାହରୁଖ ଫିଲ୍ମର ଅଫର ଗ୍ରହଣ କରିନଥିଲେ। ମୁଁ ଭାବୁଛି ଡନର ଦୁଇଟି ଭାଗରେ ‌ଯାହା କରିବା କଥା କରିସାରିଛି। ଆଉ କିଛି ବାକି ନାହିଁ। ନୂଆ ଅଭିନେତାଙ୍କୁ ନେଇ ଡନ୍-୩ର ନିର୍ମାଣ କର। ରଣବୀର ସିଂହଙ୍କୁ ଫିଲ୍ମ ଅଫର କରିପାରିବ ବୋଲି କହି ଫରହାନଙ୍କ ଫିଲ୍ମ ଅଫରକୁ ଗ୍ରହଣ କରିନଥିଲେ ଶାହରୁଖ। ଏହା ପରେ ଫରହାନ ଶାହରୁଖଙ୍କ କଥା ମାନି ରଣବୀରଙ୍କୁ ଡନ୍-୩ ଅଫର କରିଥିଲେ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button