ବିବାହ ପରେ ଏପରି ନଜର ଆସିଲେ ନବଦମ୍ପତି – Ibnodisha

[ad_1]

ମୁମ୍ବାଇ: ବଲିଉଡ଼ ଅଭିନେତ୍ରୀ ପରିଣୀତି ଚୋପ୍ରା ସେପ୍ଟେମ୍ବର ୨୫ ତାରିଖ ରବିବାର ଦିନ ଆପ୍ ସାଂସଦ ରାଘବ ଚଢ଼ାଙ୍କୁ ବିବାହ କରିଛନ୍ତି।
ରାଜସ୍ଥାନ ଉଦୟପୁରର ହୋଟେଲ ଲୀଳା ପ୍ୟାଲେସରେ ଉଭୟଙ୍କ ବାହାଘର ଧୁମ୍ଧାମ୍ରେ ସମ୍ପର୍ଣ୍ଣ ହୋଇଛି। ବିବାହ ପରେ ରାଘବ ଓ ପରିଣୀତିଙ୍କ ଗୋଟିଏ ପରେ ଗୋଟିଏ ଫଟୋ ସୋସିଆଲ ମିଡିଆରେ ପୋଷ୍ଟ ହେଉଛି। ଯାହାକି ଦେଖୁ ଦେଖୁ ଭାଇରାଲ୍ ହୋଇଯାଉଛି।
ତେବେ ବିବାହ ସମୟରେ ମନିଷ ମଲହୋତ୍ରା ଡିଜାଇନ୍ କରିଥିବା ପୋଷାକକୁ ପରିଣୀତି ଓ ରାଘବ ପିନ୍ଧି ଏକଦମ ପଞ୍ଜାବୀ ଲୁକ୍ରେ ନଜର ଆସିଥିଲେ। ବିବାହ ପରେ ପରିଣୀତି ଓ ରାଘବଙ୍କ ପ୍ରଥମ ଫଟୋ ସାମ୍ନାକୁ ଆସିଛି। ଯେଉଁଥିରେ ରାଘବ କଳା ଓ ଧଳା ରଙ୍ଗର କୋର୍ଟ ଓ ପ୍ୟାଣ୍ଟ ପିନ୍ଧିଥିବା ବେଳେ ପରିଣୀତି ମଥାରେ ସିନ୍ଦୁର ଲଗାଇ ଗୋଲାପୀ ରଙ୍ଗର ଶାଢ଼ି ଓ ଚୁଢ଼ି ପିନ୍ଧି ସ୍ବାମୀଙ୍କ ପାଖରେ ଛିଡ଼ା ହୋଇଥିବା ଦେଖିବାକୁ ମିଳୁଛି।
ସେହିପରି ଆଉ ଏକ ଭିଡିଓରେ ସେ ସ୍ବାମୀଙ୍କ ସହିତ ଖୁସିରେ ଚାଲିଚାଲି ଆସୁଥିବା ଦେଖିବାକୁ ମିଳୁଛି। ଏହି ଭିଡିଓରେ ପରିଣୀତି ଜିନ୍ସ ଟପ ସହିତ ଚୁଡ଼ି ଓ ମଥାରେ ସିନ୍ଦୂର ଲଗାଇଥିବା ବେଳେ ରାଘ ଧଳା ସାର୍ଟ ଓ କଳା ପ୍ୟାଣ୍ଟରେ ନଜର ଆସୁଛନ୍ତି।
ନବଦମ୍ପତିଙ୍କ ଏହି ଫଟୋ ଓ ଭିଡିଓକୁ ଦେଖି ଉଭୟଙ୍କ ଫ୍ୟାନ୍ସମାନେ ପରିଣୀତି ଓ ରାଘବଙ୍କୁ ବୈବାହିକ ଜୀବନର ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି। ଏଥିସହିତ କହିଛନ୍ତି, ‘ପରିଣୀତ ଓ ରାଘବ ଆପଣଙ୍କ ଦାମ୍ପତ୍ୟ ଜୀବନ ସୁଖମୟ ହେଉ।’
ଏହି କ୍ରମରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ବଲିଉଡ଼ ଅଭିନେତ୍ରୀ ପରିଣୀତି ଚୋପ୍ରା ଏବଂ ଆପ୍ ସାଂସଦ ରାଘବ ଚଢ଼ାଙ୍କ ବିବାହ ସମୟ ଫଟୋକୁ ଟୁଇଟରରେ ସେୟାର କରି ଦୁହିଁଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।
[ad_2]