ଟ୍ରେନରେ ବସି ବିଳାଶପୁରରୁ ରାୟପୁର ଗଲେ ରାହୁଲ ଗାନ୍ଧି – Ibnodisha
[ad_1]
ରାୟପୁର : କଂଗ୍ରେସ ନେତା ରାହୁଲ ଗାନ୍ଧି ଏବେ ଛତିଶଗଡ଼ ଗସ୍ତରେ ଅଛନ୍ତି। ରାଜ୍ୟରେ ଆଗକୁ ବିଧାନସଭା ନିର୍ବାଚନ ଥିବାରୁ ସେ ଦଳର ସ୍ଥିତି ମଝବୁତ କରିବାକୁ ଲାଗିଛନ୍ତି । ବିଶେଷକରି ସାଧାରଣ ଲୋକଙ୍କ ସହ ମିଶିବାକୁ ସେ ପ୍ରାଥମିକତା ଦେଉଛନ୍ତି । ଏହି କ୍ରମରେ ସେ ସୋମବାର ଟ୍ରେନରେ ବିଳାଶପୁରରୁ ରାୟପୁରକୁ ଯାତ୍ରା କରିଥିଲେ ।
ସେ ଟ୍ରେନରେ ଯାତ୍ରା କରୁଥିବାର ଏକ ଫଟୋ ଓ ଭିଡିଓ ସାମ୍ନାକୁ ଆସିଛି । ଟ୍ରେନରେ ସେ ସାଧାରଣ ଲୋକଙ୍କ ମଧ୍ୟରେ ବସି ସେମାନଙ୍କ ସହ କଥା ବାର୍ତ୍ତା କରୁଥିବା ଦେଖିବାକୁ ମିଳୁଛି। ଗତ ସପ୍ତାହରେ ସେ କୁଲିମାନଙ୍କ ସହ ଆଲୋଚନା କରିଥିଲେ ଓ ସେ ଏକ ସୁଟକେସ ମୁଣ୍ଡରେ ବହନ କରିଥିବାର ଫଟୋ ଭାଇରାଲ ହୋଇଥିଲା । ଏହା ପୂର୍ବରୁ ସେ କୃଷକମାନଙ୍କୁ ବି ଭେଟିଥିଲେ ।
ରାହୁଲ ଗତ ବର୍ଷ ଭାରତ ଯୋଡୋ ଯାତ୍ରା କରି ଲୋକଙ୍କ ନିକଟତର ହୋଇଥିଲେ । ତାଙ୍କର ଏହି ଯାତ୍ରାକୁ ସବୁଠାରୁ ବେଶ ସମର୍ଥନ ମିଳିଥିଲା । ଭାରତ ଯୋଡ଼ ଯାତ୍ରା ପରେ ବି ସେ ଲୋକମାନଙ୍କୁ ଭେଟିବା ଜାରି ରଖିଛନ୍ତି ।
ଆଜି ସେ ବିଳାଶପୁରରେ ଥିବାବେଳେ ଆବାସ ନ୍ୟାୟ ସମ୍ମିଳନୀରେ ସାମିଲ ହୋଇଥିଲେ । ଏହି ଅବସରରେ ସେ କହିଥିଲେ ଯେ ସରକାରଙ୍କ ପାଖରେ ଦେଶର ସବୁ ଜାତିଙ୍କ ସଂପର୍କିତ ତଥ୍ୟ ରହିଛି, କିନ୍ତୁ ତାହାକୁ ସାଧାରଣରେ ପ୍ରକାଶ କରାଯାଉନାହିଁ ।
[ad_2]