ଦେଶ

ବାୟୁସେନା ଘାଟି ନିକଟରେ ପହଞ୍ଚିଲା ଜଙ୍ଗଲ ନିଆଁ: ହେଲିକପ୍ଟର, ସେନା ମୁତୟନ – Ibnodisha

[ad_1]

ନୈନିତାଲ: ଦୀର୍ଘ ୩୬ ଘଣ୍ଟାରୁ ଅଧିକ ସମୟ ଧରି ଜଳୁଥିବା ଜଙ୍ଗଲ ନିଆଁକୁ ନିୟନ୍ତ୍ରଣ କରିବା ପାଇଁ ନୈନିତାଲର ବନ ବିଭାଗ ଭାରତୀୟ ବାୟୁସେନା ଓ ଭାରତୀୟ ସେନାର ସହାୟତା ଲୋଡ଼ିଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ନିଆଁ ଲିଭାଇବା କାର୍ଯ୍ୟରେ ହେଲିକପ୍ଟର ନିୟୋଜିତ କରାଯାଇଛି। ଜଙ୍ଗଲ ନିଆଁ ଯୋଗୁଁ ନୈନିତାଲସ୍ଥିତ ହାଇକୋର୍ଟ କଲୋନୀ ବିପଦରେ ପଡ଼ିଛି। ପାଇନ୍ସ ଅଞ୍ଚଳରେ ଥିବା ଭାରତୀୟ ବାୟୁସେନା ପ୍ରତିଷ୍ଠାନ ନିକଟରେ ଜଙ୍ଗଲ ନିଆଁ ପହଞ୍ଚିଥିବାରୁ ପ୍ରତିଷ୍ଠାନ ପ୍ରତି ବଡ଼ ଧରଣର ବିପଦ ସୃଷ୍ଟି ହୋଇଛି। ପାଇନ୍ସ ଅଞ୍ଚଳକୁ ଲାଗିଥିବା କଲୋନି ନିକଟରେ ନିଆଁ ବ୍ୟାପିଯାଇଛି। ଫଳରେ ଯାତାୟାତ ପ୍ରଭାବିତ ହୋଇଛି। ନୈନିତାଲ ମ୍ୟୁନିସିପାଲିଟି କର୍ପୋରେସନର କାର୍ଯ୍ୟନିର୍ବାହୀ ଅଧିକାରୀ କହିଛନ୍ତି, ନିଆଁ ଲିଭାଇବା ପାଇଁ ନୈନିତାଲରୁ ପାଣି ନେବାକୁ ଭାରତୀୟ ବାୟୁସେନାର ହେଲିକପ୍ଟର ଅନୁମତି ମାଗିଥିଲା। ବ୍ୟବସ୍ଥା କରିବା ପାଇଁ ଆମେ ହ୍ରଦରେ ବୋଟିଂ ବନ୍ଦ କରିଦେଇଥିଲୁ। ହ୍ରଦରେ ବୋଟିଂ କାର୍ଯ୍ୟରୁ ଲୋକଙ୍କୁ ବାରଣ କରିଛି। ନିଆଁ ଲିଭାଇବା କାର୍ଯ୍ୟରେ ନୈନିତାଲ ବନ ବିଭାଗ ୪୦ ଜଣ କର୍ମଚାରୀଙ୍କୁ ନିୟୋଜିତ କରିଛି। ଗତକାଲି ଉତ୍ତରାଖଣ୍ଡର କୁମାୟୁଁ ଅଞ୍ଚଳରେ ୨୪ ଘଣ୍ଟା ମଧ୍ୟରେ ୨୬ଟି ବନାଗ୍ନି ଘଟଣା ଘଟିଛି। ଗଡ଼ୱାଲରେ ୫ଟି ଘଟଣା ସାମ୍ନାକୁ ଆସିଛି। ଏହି ସମୟରେ ସମୁଦାୟ ୩୩.୩୪ ହେକ୍ଟର ଜଙ୍ଗଲ ପ୍ରଭାବିତ ହୋଇଥିବା ଜଣାପଡ଼ିଛି।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button