ଏପ୍ରିଲ ୩୦ରେ ମଣିପୁରର ୬ ବୁଥରେ ସାନି ମତଦାନ – Ibnodisha

[ad_1]
ଇମ୍ଫାଲ: ମଣିପୁରରେ ଥମୁନି ହିଂସା । ଦ୍ବିତୀୟ ପର୍ଯ୍ୟାୟ ଲୋକସଭା ନିର୍ବାଚନ ସମୟରେ ପୁଣି ହିଂସାକାଣ୍ଡ ଘଟିବାରୁ ୬ଟି ବୁଥରେ ମତଦାନ ବ୍ୟାଘାତ ହୋଇଥିଲା । ଏହିସବୁ ବୁଥରେ ଆସନ୍ତା ଏପ୍ରିଲ ୩୦ ତାରିଖରେ ହେବ ସାନି ମତଦାନ । ସକାଳ ୭ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ ହେବ । ଏନେଇ ଭାରତୀୟ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ହିଂସା ଯୋଗୁଁ ବୁଥରେ ହୋଇଥିବା ମତଦାନକୁ ନାକଚ କରିଦିଆଯାଇଛି । ଏପ୍ରିଲ ୨୬ ତାରିଖରେ ଦ୍ବିତୀୟ ପର୍ଯ୍ୟାୟରେ ଆଉଟର ମଣିପୁର ଲୋକସଭା ଆସନରେ ମତଦାନ ହୋଇଥିଲା ।
ନିର୍ବାଚନ ଆୟୋଗ ନିର୍ଦ୍ଦେଶ ଦେଇଛନ୍ତି ଯେ, ମଣିପୁରର ୬ଟି ମତଦାନ କେନ୍ଦ୍ରରେ ଆସନ୍ତା ୩୦ ତାରିଖରେ ସାନି ମତଦାନ ଅନୁଷ୍ଠିତ ହେବ । ସକାଳ ୭ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମତଦାନ ଜାରି ରହିବ । ମୁଖ୍ୟ ନିର୍ବାଚନ ଅଧିକାରୀ ପ୍ରଦୀପ କୁମାର ଝା ମତଦାନ କେନ୍ଦ୍ରରେ ପହଞ୍ଚି ବିପୁଳ ମାତ୍ରାରେ ଭୋଟ ଦେବାକୁ ମତଦାତାଙ୍କୁ ଅପିଲ କରିଛନ୍ତି । ଏପ୍ରିଲ ୧୯ ତାରିଖ ପ୍ରଥମ ପର୍ଯ୍ୟାୟ ଲୋକସଭା ନିର୍ବାଚନରେ ଆଭ୍ୟନ୍ତରୀଣ ମଣିପୁର ଆସନରେ ମତଦାନ ହୋଇଥିଲା । ଏହାପୂର୍ବରୁ, ଏପ୍ରିଲ ୧୯ରେ ପ୍ରଥମ ପର୍ଯ୍ୟାୟ ମତଦାନ ସମୟରେ ଆଭ୍ୟନ୍ତରୀଣ ମଣିପୁର ସଂସଦୀୟ ନିର୍ବାଚନ ମଣ୍ଡଳୀର ୧୧ଟି ବୁଥରେ ଏକାଧିକ ହିଂସା ଘଟଣା ଖବର ଆସିଥିଲା । ଏହି ବୁଥଗୁଡିକରେ ଏପ୍ରିଲ ୨୨ରେ ସାନି ମତଦାନ ହୋଇଥିଲା ।
ଦ୍ବିତୀୟ ପର୍ଯ୍ୟାୟ ଲୋକସଭା ନିର୍ବାଚନରେ ସର୍ବାଧିକ ମତଦାନ ହୋଇଥିବା ବେଳେ ହିଂସା ମାମଲା କମ୍ ରହିଥିଲା । ମଣିପୁରରେ ୭୬.୧ ପ୍ରତିଶତ ମତଦାନ ହୋଇଛି । ପୂର୍ବ ନିର୍ବାଚନ ଅପେକ୍ଷା ଚଳିତ ନିର୍ବାଚନରେ ବହୁସଂଖ୍ୟାରେ ମତଦାନ ହୋଇଥିବା କହିଥିଲେ ମୁଖ୍ୟ ନିର୍ବାଚନ ଅଧିକାରୀ ପ୍ରଦୀପ ଝା । ତେବେ ଦ୍ବିତୀୟ ପର୍ଯ୍ୟାୟ ଭୋଟଗ୍ରହଣ ପରେ ପୁଣିଥରେ ମଣିପୁରରେ ହିଂସା ପ୍ରକାଶ ପାଇଥିଲା । ଶୁକ୍ରବାର ବିଳମ୍ବିତ ରାତିରେ ନାରନସେନା ଅଞ୍ଚଳରେ କୁକି ଉଗ୍ରବାଦୀମାନେ ସୁରକ୍ଷାକର୍ମୀଙ୍କ ଉପରେ ଆକ୍ରମଣ କରିଥିଲେ । ଏହି ଆକ୍ରମଣରେ ଦୁଇ ଜଣ ସିଆରପିଏଫ ଯବାନ ଶହୀଦ ହୋଇଯାଇଥିଲେ ।
[ad_2]