ଦେଶ

୩ୟ ପର୍ଯ୍ୟାୟରେ ୪ ବର୍ଷୀୟ ବାଳିକା ସମେତ ୧୭ଜଣଙ୍କୁ ମୁକ୍ତ କଲା ହମାସ୍‌; ଲୋଡୁଛି ଚୁକ୍ତି ସମୟସୀମା ବୃଦ୍ଧି – Ibnodisha

[ad_1]

ଗାଜା ସିଟି: ଯୁଦ୍ଧବିରତି ଚୁକ୍ତିର ତୃତୀୟ ଦିନ ଏବଂ ତୃତୀୟ ପର୍ଯ୍ୟାୟରେ ଜଣେ ୪ବର୍ଷୀୟ ଆମେରିକୀୟ ବାଳିକା ସମେତ ରବିବାର ଦିନ ପାଲେଷ୍ଟିନୀୟ ଆତଙ୍କବାଦୀ ସଙ୍ଗଠନ ହମାସ୍‌ ୧୭ଜଣ ପଣବନ୍ଦୀଙ୍କୁ ମୁକ୍ତ କରିଥିବା କଥା ‘ରେଡ୍‌ କ୍ରସ୍‌’ କହିଛି।ପ୍ରତିବଦଳରେ ଇସ୍ରାଏଲ୍‌ ତା’ର କାରାଗାରଗୁଡ଼ିକରୁ ୩୯ଜଣ ପାଲେଷ୍ଟିନୀୟ କଏଦୀଙ୍କୁ ମୁକ୍ତ କରିଛି। ଆଜି ଅସ୍ତ୍ରବିରତି ଚୁକ୍ତିନାମାର ୪ର୍ଥ ତଥା ଅନ୍ତିମ ଦିବସ ଥିବା ବ‌େଳେ ହମାସ୍‌ ଚୁକ୍ତି ସମୟସୀମା ବୃଦ୍ଧି ଲୋଡୁଛି। ‘ରେଡ୍‌ କ୍ରସ୍‌’ର ‘ଇଣ୍ଟର୍‌ନ୍ୟାସ୍‌ନାଲ୍‌ କମିଟି’ କହିଛି ଯେ, ମୁକ୍ତ ହୋଇଥିବା ୧୭ଜଣ ପଣବନ୍ଦୀଙ୍କ ମଧ୍ୟରୁ ୧୩ଜଣ ହେଉଛନ୍ତି ଇସ୍ରାଏଲୀୟ, ୩ଜଣ ଥାଇଲାଣ୍ଡବାସୀ ଓ ଜଣେ ରୁଷୀୟ ନାଗରିକ। ସେମାନଙ୍କୁ ଗାଜାରୁ ହମାସ ଆତଙ୍କବାଦୀଙ୍କଠାରୁ ଆଣି ସୁରୁଖୁରୁରେ ଇସ୍ରାଏଲ୍‌କୁ ହସ୍ତାନ୍ତର କରାଯାଇଛି। ସେମାନଙ୍କ ମଧ୍ୟରେ ଥିବା ୮୦ ବର୍ଷରୁ ଊର୍ଦ୍ଧ୍ବ ଜଣେ ବୃଦ୍ଧାଙ୍କର ‌ଜୀବନ ସଙ୍କଟାପନ୍ନ ଥିବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।ହମାସ୍‌ କହିଛି, ରୁ‌ଷୀୟ ରାଷ୍ଟ୍ରପତି ଭ୍ଲାଦିମିର୍‌ ପୁଟିନ୍‌ଙ୍କ ଉଦ୍ୟମ ଓ ପାଲେଷ୍ଟାଇନ୍‌ ପ୍ରତି ତାଙ୍କର ସମର୍ଥନ କାରଣରୁ ରୁଷୀୟ ନାଗରିକ ରନ୍‌ କ୍ରିଭୋୟଙ୍କୁ ମୁକ୍ତ କରାଯାଇଛି। ମୁକ୍ତି ପାଇଥିବା ୧୭ଜଣ ପଣବନ୍ଦୀଙ୍କ ମଧ୍ୟରେ ଥିବା ୪ ବର୍ଷୀୟ ବାଳିକା ଏବିଗେଲ୍‌ ଇଡାନ୍‌ ହେଉଛି ହମାସ୍‌ କବଳରୁ ମୁକୁଳି ଥିବା ପ୍ରଥମ ଆମେରିକୀୟ ପଣବନ୍ଦୀ ବୋଲି ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍‌ ସୁନିଶ୍ଚିତ କରି କହିଛନ୍ତି। ଅକ୍ଟୋବର ୭ ତାରିଖ ଦିନ କରାଯାଇଥିବା ଅତର୍କିତ ଆକ୍ରମଣ ସମୟରେ ହମାସ୍‌ ଆତଙ୍କବାଦୀମାନେ ତା’ର ବାପାମାଆଙ୍କୁ ହତ୍ୟା କରିଥିବା ଇଡାନ୍‌ ଦେଖିଛି। ତା’ପରେ ସେମାନେ ତାଙ୍କୁ ଅପହରଣ କରି ନେଇଥିଲେ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button