ଦେଶ

ପରିବାରର ସଦସ୍ୟଙ୍କ ମଧ୍ୟରେ ଭଲ ପାଇବା ବଢ଼ାଇବାକୁ ଆଜି ହିଁ ଘରେ ଲଗାନ୍ତୁ ଫେଙ୍ଗ୍‌ସୁଇ ଡ୍ରିମ୍‌ କ୍ୟାଚର

ବାସ୍ତୁରେ ଏମିତି ଅନେକ ଜିନିଷ କଥା ବର୍ଣ୍ଣନା କରାଯାଇଛି ଯାହାକୁ ଘରେ ବା ଅଫିସ୍‌ରେ ବ୍ୟବହାର କରିବା ଦ୍ୱାରା ଉତ୍ତରୋତ୍ତର ଉନ୍ନତି ଘଟିଥାଏ। ପରିବାରରେ କଳିତକରାଳ ହେଉ ଅବା ଦାମ୍ପତ୍ୟ କଳହ ସବୁଥିରୁ ମୁକ୍ତି ଦେବାରେ ଫେଙ୍ଗସୁଇ ସାହାଯ୍ୟ କରିଥାଏ। ଘରେ ସକାରାତ୍ମକ ଉର୍ଜା ଲାଗି ଫେଙ୍ଗ୍‌ସୁଇ ଡ୍ରିମ୍‌ କ୍ୟାଚର ବ୍ୟବହାର କରିବାକୁ ବାସ୍ତୁରେ କୁହାଯାଇଛି। ଘରର ବାସ୍ତୁକୁ ଠିକ୍‌ କରିବାରେ ଏହି ଯନ୍ତ୍ର ସାହାଯ୍ୟ କରେ।

 

ଫେଙ୍ଗସୁଇ ଶାସ୍ତ୍ର ଅନୁସାରେ ଘରେ ଡ୍ରିମ୍‌ କ୍ୟାଚର ଲଗାଇବା ଦ୍ୱାରା ଘରେ ସକାରାତ୍ମକ ଉର୍ଜା ବୃଦ୍ଧିପାଏ। ଏହା ଦ୍ୱାରା ପରିବାରର ସଦସ୍ୟଙ୍କ ମଧ୍ୟରେ ପଜିଟିଭ୍‌ ଚିନ୍ତାଧାରା ଉଦ୍ରେକ ହୋଇଥାଏ। ଫଳରେ ପରିବାରର ଲୋକମାନେ ପରସ୍ପର ସହ ବିନମ୍ରତାର ସହ କଥା ବାର୍ତ୍ତା କରିଥାନ୍ତି ଓ ଘରେ ଶାନ୍ତି ବଜାୟ ରହେ। ଡ୍ରିମ୍‌ କ୍ୟାଚରକୁ ଆପଣ ଘରର ବାଲକୋନି, ଝରକା କିମ୍ବା ଫାଙ୍କା ସ୍ଥାନରେ ଲଗାଇପାରିବେ।

Image result for feng shui dream catcher

ଫେଙ୍ଗସୁଇ ଅନୁସାରେ, ଡ୍ରିମ୍‌ କ୍ୟାଚରକୁ ଏମିତି ସ୍ଥାନରେ ଲଗାଇବା ଉଚିତ ଯେମିତିକି ତା’ ତଳେ କେହି ବସୁନଥିବେ କି ଚଳପ୍ରଚଳ କରୁନଥିବେ। ବାରଣ କରାଯାଇଥିବା ସ୍ଥାନରେ ଡ୍ରିମ୍‌ କ୍ୟାଚର ଲଗାଇବା ଦ୍ୱାରା ଅର୍ଥ ଉପାର୍ଜନରେ ସମସ୍ୟା ଦେଖାଯାଏ। ପ୍ରାଚୀନ କାଳରେ ଖରାପ ସ୍ୱପ୍ନ ଦେଖିବା ସମସ୍ୟାକୁ ଦୂର କରିବା ପାଇଁ ଘରେ ଲୋକମାନେ ଡ୍ରିମ୍‌ କ୍ୟାଚର ଲଗାଉଥିଲେ। ସବୁବେଳେ ଘର ଦକ୍ଷିଣ-ପଶ୍ଚିମ ଦିଗରେ ଡ୍ରିମ୍‌ କ୍ୟାଚର ଲଗାଇବା ଉଚିତ। ଏହା ଘରକୁ ସକାରାତ୍ମକ ଉର୍ଜା ଯୋଗାଇବା ସହ ସ୍ୱପ୍ନ ସମ୍ବନ୍ଧୀୟ ସମସ୍ୟା ଦୂର କରିଥାଏ। ଏଥିସହ ଘରର ବାସ୍ତୁ ସମସ୍ୟାକୁ ମଧ୍ୟ ଦୂର କରେ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button