ମନୋରଞ୍ଜନ

ପିଲାଙ୍କ ପାଇଁ ବନାନ୍ତୁ ‘ଗ୍ରିଲଡ୍‌ ଏଗ୍‌ ଚୀଜ୍‌ ସାଣ୍ଡଓ୍ଵିଚ୍‌’, ଏହାପରେ ଦେଖନ୍ତୁ ଆପଣଙ୍କ ପିଲା ମୁହଁରେ ଖୁସି

ପ୍ରାୟ ସମୟରେ ଦେଖାଯାଏ ଯେ ପିଲାମାନଙ୍କୁ ନିଜ ମନ ପସନ୍ଦର ଭୋଜନ ନ ମିଳିବା ଦ୍ୱାରା ସେମାନେ ମୁହଁ ଶୁଖାଇ ଦିଅନ୍ତି। କେବଳ ଏତିକି ନୁହେଁ ଚିଡାଚିଡା ବି ହୋଇଯାନ୍ତି। ଏମିତିରେ ଆଜି ଆମେ ଆପଣଙ୍କ ପାଇଁ ଗ୍ରିଲଡ୍‌ ଏଗ୍‌ ଚୀଜ୍‌ ସାଣ୍ଡଓ୍ଵିଚ୍‌ ବନାଇବାର ରେସିପି ନେଇ ଆସିଛୁ। କାହିଁକି ନା ଏହାକୁ ଦେଖି ପିଲାଙ୍କର ମନ ଖୁସି ହୋଇଯିବ। ଏହା ଦେଖି ଆପଣଙ୍କ ମନ ବି ଖୁସି ହୋଇଯିବ। ତେବେ ଆସନ୍ତୁ ଜାଣିବା ଏହି ରେସିପି ବିଷୟରେ।

ଆବଶ୍ୟକ ସାମଗ୍ରୀ

ଅଣ୍ଡା – ୪

ବ୍ରେଡ୍‌ – ୮

ଅଲିଭ୍‌ ଅଏଲ – ୧ ଟେବୁଲ ଚାମଚ

ଲୁଣ – ସ୍ୱାଦାନୁସାରେ

ଗୋଲ ମରୀଚ – ସ୍ୱାଦାନୁସାରେ

ଚିଲି ସସ୍‌ – ୨ ଟେବୁଲ ଚାମଚ

ମଷ୍ଟାର୍ଡ ସସ୍‌ – ୨ ଟେବୁଲ ଚାମଚ

ଚୀଜ୍‌ – ୪ ସ୍ଲାଇସ୍‌

ପ୍ରସ୍ତୁତି ପ୍ରଣାଳୀ

ଗୋଟିଏ ପ୍ୟାନରେ ତେଲ ଗରମ କରନ୍ତୁ। ଏହାରେ ଏଥିରେ ଅଣ୍ଡା ଭାଙ୍ଗି ପକାନ୍ତୁ ଏବଂ ପ୍ରାୟ ତିନି ରୁ ଚାରି ମିନିଟ୍‌ ପଯ୍ୟର୍ନ୍ତ ଅଣ୍ଡାକୁ ଭାଜନ୍ତୁ।

ଏହାପରେ ଗ୍ୟାସ ବନ୍ଦ କରନ୍ତୁ। ଧ୍ୟାନ ରଖନ୍ତୁ ଯେପରି ଅଣ୍ଡାକୁ ଓଲଟାଇବେ ନାହିଁ।

ଦୁଇଟି ବ୍ରେଡ୍‌ ନିଅନ୍ତୁ ଏବଂ ତାହାକୁ ଦୁଇ ପାଖକୁ ସେକି ଦିଅନ୍ତୁ।

ଏହାପରେ ଏକ ବ୍ରେଡ୍‌ ନିଅନ୍ତୁ ଏବଂ ଏହା ଉପରେ ପ୍ରସ୍ତୁତ କରି ରଖିଥିବା ଅଣ୍ଡାକୁ ସାବଧାନରେ ରଖନ୍ତୁ। ଏହାପରେ ସେଥିରେ ଲୁଣ, ଗୋଲ ମରୀଚ ପାଉଡର, ମଷ୍ଟାର୍ଡ ସସ୍‌, ଥାଇ ସସ୍‌ ଏବଂ ଚୀଜ୍‌ ସ୍ଲାଇସ୍‌ ରଖି ଏହା ଉପରେ ଆଉ ଏକ ବ୍ରେଡ୍‌ ରଖନ୍ତୁ।

ଏବେ ଆପଣଙ୍କର ପ୍ରସ୍ତୁତ ହୋଇଯାଇଛି ବ୍ରେଡ୍‌ ସାଣ୍ଡଓ୍ଵିଚ। ଏବେ ଏହାକୁ ଆପଣ ସର୍ଭ କରିପାରିବେ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button