ମନୋରଞ୍ଜନ

ବିମାନ ବନ୍ଦର ବସ୍‌‌ରେ ପରିଣୀତି-ରାଘବ ଚଢ଼ା – Ibnodisha

[ad_1]

ନୂଆଦିଲ୍ଲୀ: ଅଭିନେତ୍ରୀ ପରିଣୀତି ଚୋପଡ଼ା ଓ ଆପ୍‌ ସାଂସଦ ରାଘବ ଚଢ଼ାଙ୍କ ବିବାହ ତାରିଖ ପାଖେଇ ଆସୁଛି। ଏଭଳି ସ୍ଥିତିରେ ସେମାନଙ୍କୁ ଏକ ବିମାନ ବନ୍ଦରର ବସ୍‌ରେ ଏକାଠି ଦେଖିବାକୁ ମିଳିଛି। ଏହାର ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଛି। ବସ୍‌ରେ କର୍ମଚାରୀମାନେ ସେମାନଙ୍କ ସହ ଫଟୋ ଉଠାଉଛନ୍ତି। ସେମାନେ ମଧ୍ୟ ଖୁସିରେ ଫଟୋ ପୋଜ୍‌ ଦେଉଛନ୍ତି। ପରିଣୀତି ଏକ ହଳଦିଆ ରଙ୍ଗର ପୋଷାକ ପିନ୍ଧିଥିବାବେଳେ ରାଘବ କୁର୍ତ୍ତା, ଟ୍ରାଉଜର ସମେତ ଧୂସର ରଙ୍ଗର ଏକ ଜ୍ୟାକେଟ ପିନ୍ଧିଥିବା ନଜର ଆସିଛନ୍ତି।

ରାଘବ ଓ ପରିଣୀତିଙ୍କ ବିବାହ ଚଳିତମାସ ୨୩ ଓ ୨୪ ତାରିଖରେ ହେବ ବୋଲି ଚର୍ଚ୍ଚା ହେଉଛି। ଏଥିସହିତ ସେମାନଙ୍କ ବିବାହ ଭୋଜିର ଏକ କାର୍ଡ ମଧ୍ୟ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଛି। ତେବେ ‌ସେହି କାର୍ଡ ଅସଲି କି ନକଲି ତାହା ସ୍ପଷ୍ଟ ହୋଇନାହିଁ। କିନ୍ତୁ କାର୍ଡରେ ବିବାହ ଭୋଜି ତାରିଖ ସେପ୍ଟେମ୍ବର ୩୦ ରହିଛି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button