ମନୋରଞ୍ଜନ

ପରିଣୀତି ଚୋପ୍ରାଙ୍କ ଉପରେ ଲାଗିଲା ଆଲିଆ ଭଟ୍ଟଙ୍କ ପୋଷକକୁ ’କପି’ କରିଥିବା ଅଭିଯୋଗ – Ibnodisha

[ad_1]

ମୁମ୍ବାଥ: ରାଜନେତା ରାଘବ ଚଢ଼ାଙ୍କ ସହ ଅଭିନେତ୍ରୀ ପରିଣୀତି ଚୋପ୍ରାଙ୍କ ବିବାହ ଶେଷ ହୋଇଛି। ଏହି ବିବାହ ନହେବା ପର୍ଯ୍ୟନ୍ତ ସଭିଙ୍କୁ ଏହା ଏକ ସ୍ବପ୍ନ ପରି ଲାଗୁଥିଲା। ହେଲେ ‌ଶେଷରେ ପତି -ପତ୍ନୀ ସାଜିଛନ୍ତି ଏହି ଲର୍ଭବ‌ାର୍ଡସ।

ସେମାନଙ୍କ ବିବାହ ପରେ ଇଣ୍ଟର୍‌ନେଟ୍‌ରେ ଦୁହିଁଙ୍କର ଅନେକ ଫଟୋ ଭାଇରାଲ୍‌ ହେଉଛି। କେହି କେହି ପରିଣୀତି ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ପୋଷାକକୁ କପି କରିଥିବା ଅଭିଯୋଗ ଅ‌ାଣୁଛନ୍ତି।

‘ଇସକ୍‌ଜାଦେ’ ଷ୍ଟାରଙ୍କ ବିବାହ ପୋଷାକ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ସହ-ତାରକା ଆଲିଆ ଭଟ୍ଟଙ୍କ ସହ ସମାନ ରହିଛି ବୋଲି ଅନେକ ସୋସିଆଲ୍‌ ମିଡିଆ ବ୍ୟବହାରକାରୀ ଦାବି କରି ସମାଲୋଚନା କରିଛନ୍ତି।

ତାଙ୍କର ଏହି ବଡ ଦିନ ପାଇଁ ପରୀ ଏକ କ୍ରିମ୍-ଧଳା ରଂଗର ପୋଷାକ ପରିଧାନ କରିଥିଲେ, ଯାହା ଡିଜାଇନ୍‌ କରିଥିଲେ ଡିଜାଇନର୍‌ ମନୀଷ ମଲହୋତ୍ରା। ଯାହା ଆଲିଆଙ୍କ ବିବାହ ପୋଷାକ ସହିତ ପ୍ରାୟତଃ ସମାନ ଅଟେ।

ଟ୍ୱିଟରରେ ବ୍ୟବହାରକାରୀ ଦୁହିଁଙ୍କ ବିବାହ ଚିତ୍ର ପୋଷ୍ଟ କରିବା ଆରମ୍ଭ କରିଥିଲେ ଏବଂ ‘ରକି ଅର ରାନୀ କି ପ୍ରେମ କାହାନୀ’ ଅଭିନେତ୍ରୀଙ୍କ “ଷ୍ଟାଇଲ” ର କପି ପାଇଁ ପାରିଣୀତିଙ୍କୁ ଅନେକ କିଛି ଶୁଣିବାକୁ ମିଳିଛି।

କେହି କେହି ଦାବି କରିଛନ୍ତି ଯେ ନବ ବିବାହିତ ଦମ୍ପତି ଆଲିଆ ଭଟ୍ଟ ଏବଂ ରଣବୀର କପୁରଙ୍କ ଫଟୋ ପୋଜ୍ ମଧ୍ୟ କପି କରିଛନ୍ତି। ତେବେ କିଛି ବ୍ୟବହାରକାରୀ କରୁଛନ୍ତି ସେ ଆଲିଆଙ୍କ ପୋଷାକ ଓ କିଆରା ଆଡଭାନିଙ୍କ ଅଳଙ୍କାରକୁ କପି କରିଛନ୍ତି।

 



[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button