ମନୋରଞ୍ଜନ

ଋଷି କପୁର ଚାହୁଁଥିଲେ, ରଣବିର କପୁର ଙ୍କ ବିବାହ ଆଲିଆ ଙ୍କ ସହିତ ନୁହେଁ ବରଂ ୟାଙ୍କ ସହିତ

ଆପଣ ସମସ୍ତେ ଜାଣିଥିବେ କି ଗତ ଏପ୍ରିଲ ୩୦ ତାରିଖରେ ବଲିଉଡ ଜଗତର ଲୋକପ୍ରିୟ ଅଭିନେତା ଋଷି କପୁରଙ୍କର ଦେହାନ୍ତ ହୋଇଛି । ଗତ ଦୁଇ ବର୍ଷ ହେବ ଋଷି କପୁର କ୍ୟାନ୍ସର ସହିତ ଲଢେଇ କରୁଥିଲେ । ଯେଉଁଥି ପାଇଁ ସାରା ବଲିଉଡ ଜଗତରେ ଦୁଃଖର ଛାୟା ଖେଳି ଯାଇଛି ।

ଋଷି କପୁର ଙ୍କ ପୁଅ ରଣବୀର କପୁର ଏବଂ ଅଭିନେତ୍ରୀ ଆଲିୟା ଭଟ୍ଟ ଦୁଇଜଣ ଗତ ଦୁଇ ବର୍ଷ ହେବ ପ୍ରେମ ସମ୍ପର୍କରେ ବାନ୍ଧି ହୋଇଛନ୍ତି । ତାଙ୍କ ବିବାହ ୨୦୨୦ ମସିହା ଏପ୍ରିଲ ମାସରେ ହୋଇଥାନ୍ତା କିନ୍ତୁ ଲକଡାଉନ ପାଇଁ ତାଙ୍କ ବିବାହକୁ ଡିସେମ୍ବର ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି । ଋଷି କପୁରଙ୍କ ମୃତ୍ୟୁ ହେବା ପରେ ଏହି ବିବାହ ହେବ କି ନାହିଁ ଏହା ବିଷୟରେ କିଛି ସୂଚନା ମିଳିନି ।

କପୁର ଏକ ସାକ୍ଷାତକାର ରେ କହିଥିଲେ କି ସେ ନିଜ ଆଖିରେ ରଣବୀର ଙ୍କ ବିବାହ ଦେଖିବା ପାଇଁ ଚାହୁଁଛନ୍ତି । ସେ କହିଥିଲେ କି ମୁଁ ୨୭ ବର୍ଷରେ ବିବାହ କରିଥିଲି, ବର୍ତ୍ତମାନ ରଣବୀର କୁ ୩୫ ବର୍ଷ ହୋଇଗଲାଣି ସେଥିପାଇଁ ମୁଁ ଚାହୁଁଛି ତାର ବିବାହ ବହୁତ ଶୀଘ୍ର କରିଦେବା ପାଇଁ ।

ସେ ଏହା ମଧ୍ୟ କହିଥିଲେ କି ସେ ବିବାହ ପାଇଁ ରଣବୀର ଙ୍କ ଉପରେ କୌଣସି ପ୍ରଭାବ ପକାଇବେ ନାହିଁ । ରଣବୀର ଏବଂ ଆଲିୟାଙ୍କର ସମ୍ପର୍କ ଅଛି ଏହା ସମସ୍ତେ ଜାଣିଛନ୍ତି ବୋଲି ଋଷି କପୁର କହିଥିଲେ ଏବଂ ସେ ଚାହୁଁଥିଲେ କି ଖୁବ ଶୀଘ୍ର ସେମାନଙ୍କର ବିବାହ କରିବା ପାଇଁ ।

ଋଷି କପୁର ଗୋଟେ ଥର ନିଜର ସୋସିଆଲ ମିଡିଆରେ ଏକ ପୋସ୍ଟ କରିଥିଲେ ଯେଉଁଥିରେ ସେ ରଣବୀର ଓ ଦୀପିକାଙ୍କ ବିବାହ କରିବାକୁ ଇଚ୍ଛା ପ୍ରକାଶ କରିଥିଲେ । ସେ ଲେଖିଥିଲେ କି ଏହି ଦୁଇ ଜଣ ଯେତେ ଅନ୍ତରଙ୍ଗ ଅଟନ୍ତି ମତେ ଲାଗୁଛି ଏହି ଦୁଇଜଣଙ୍କର ବିବାହ କରିଦେବା ଦରକାର ।

କିନ୍ତୁ ପରେ ଦୀପିକାଙ୍କ ମ୍ୟାରେଜ ରଣବୀର ସିଂହଙ୍କ ସହିତ ହୋଇଗଲା । ଋଷି କପୁରଙ୍କର ମୃତ୍ୟୁ ପରେ ତାଙ୍କର ଏହି କଥା ସୋସିଆଲ ମିଡିଆରେ ବହୁତ ଭାଇରାଲ ହେବାରେ ଲାଗିଛି । ଆମ ପେଜକୁ ଲାଇକ କରି ଦିଅନ୍ତୁ । ଆମେ ସବୁ ସମୟରେ କିଛି କାମରେ ଆସିବା ଭଳି ଲେଖା ଆଣି ଥାଉ । ଯାହା ଫଳରେ ସେ ସବୁ ଆପଣ ପାଇ ପାରିବେ ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button