ମନୋରଞ୍ଜନ

କେହି ନିଜ ପରିବାରକୁ ମଧ୍ୟ ନିଜ ଆୟ ବିଷୟରେ କହନ୍ତି ନାହିଁ: ସନ୍ନି ଦେଓଲ – Ibnodisha

[ad_1]

ମୁମ୍ବାଇ: ତିନି ସପ୍ତାହ ହେଲାଣି ବକ୍ସ ଅଫିସ୍‌ରେ ଦର୍ଶକଙ୍କ ମନୋରଞ୍ଜନ କରି ଚାଲିଛି ବଲିଉଡ ଅଭିନେତା ସନ୍ନି ଦେଓଲଙ୍କ ଅଭିନୀତ ଫିଲ୍ମ ‘ଗଦର-୨’। ତୃତୀୟ ସପ୍ତାହରେ ବି ଚଳଚ୍ଚିତ୍ରଟି ବେଶ୍‌ ଭଲ ରୋଜଗାର କରିଥିବା ଦେଖାଯାଇଛି। ସନ୍ନି ଦେଓଲ ଓ ଅମିଷା ପଟେଲଙ୍କ ଅଭିନୀତ ଏହି ଚଳଚ୍ଚିତ୍ର ରବିବାର (ଗତକାଲି) ଦିନ ୧୬ କୋଟିରୁ ଅଧିକ ଟଙ୍କା ଆୟ କରି ସର୍ବମୋଟ୍‌ ୪୫୬.୦୫ କୋଟି ଟଙ୍କାର ବେପାର କରିଛି। ଏମଧ୍ୟରେ ‘ଗଦର-୨’ର ସଫଳତା ପରେ ସନ୍ନି ଦେଓଲ ନିଜର ଆଗାମୀ ଫିଲ୍ମ ପାଇଁ ୫୦କୋଟି ଟଙ୍କା ନେବେ ବୋଲି ଚର୍ଚ୍ଚା ହେଉଛି।

ଏହି ଚର୍ଚ୍ଚା ଉପରେ ପ୍ରତିକ୍ରିୟା ରଖି ସନ୍ନି କହିଛନ୍ତି, “ସର୍ବପ୍ରଥମେ, ମୁଁ ଅନୁଭବ କରୁଛି ଯେ ଟଙ୍କା ସମ୍ବନ୍ଧୀୟ ବିଷୟଗୁଡିକ ବ୍ୟକ୍ତିଗତ ଅଟେ। କୌଣସି ବ୍ୟକ୍ତି ଯାହା ଉପାର୍ଜନ କରନ୍ତି, ତାହା କାହାକୁ ଜଣାନ୍ତି ନାହିଁ। ନିଜର ଅତି ପାଖ ଲୋକଙ୍କୁ ମଧ୍ୟ ନୁହଁ। ଆଉ ବାକି ରହିଲା ମୋର ୫୦କୋଟି ପାରିଶ୍ରମିକ ନେବା କଥା, ତାହା ମୁଁ ମୋର ପରବର୍ତ୍ତୀ ଚଳଚ୍ଚିତ୍ର ଦସ୍ତଖତ କରିବା ସମୟରେ ନିଷ୍ପତ୍ତି ନେବି। ବର୍ତ୍ତମାନ, ଆମେ ସମସ୍ତେ ‘ଗଦର-୨’କୁ ଆହୁରି ସଫଳ କରିବାକୁ ଚେଷ୍ଟା କରୁଛୁ।”

ସନ୍ନି ଆହୁରି ମଧ୍ୟ କହିଛନ୍ତି, “ମୁଁ ମୋର ମୂଲ୍ୟ ଜାଣେ। ମୋର ସର୍ବନିମ୍ନ ଅବନତି ସମୟରେ ମଧ୍ୟ ପାରିଶ୍ରମିକ ସହ ଆପୋଷ ବୁଝାମଣା କରି ନଥିଲି। ମୁଁ ଜଣେ ବୁଦ୍ଧିମାନ ମଣିଷ। ମୁଁ ଜାଣେ ଆଜି ସନ୍ନି ଦେଓଲଙ୍କୁ ଏକ ଭିନ୍ନ ଲାଇମଲାଇଟ ମିଳିଛି। କିନ୍ତୁ ମୁଁ ଯେଉଁଠି ଥିଲି, ଏବେ ବି ସେଇଠି ଅଛି। ଲୋକଙ୍କର ଦେଖିବାର ଶୈଳୀ ବଦଳିଯାଇଛି।” ​



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button