ଦେଶ

ଆସାମର ଏକ ଅପନ୍ତରା ଗ୍ରାମ; ବାସ କରୁଛନ୍ତି କେବଳ ଗୋଟିଏ ପରିବାର – Ibnodisha

[ad_1]

ଗୁଆହାଟୀ : ଆସାମର ନଳବାଡି ଜିଲ୍ଲାରେ ରହିଛି ୨ ନମ୍ବର ବର୍ଦ୍ଧନାରା ଗ୍ରାମ । ବିଂଶ ଶତାବ୍ଦୀରେ ଏହା ଏକ ସ୍ୱଚ୍ଛଳ ଗ୍ରାମଭାବେ ପରିଚିତ ଥିଲା । ତେବେ ବର୍ତ୍ତମାନ ଏହି ଗ୍ରାମରେ କେବଳ ଗୋଟିଏ ପରିବାରର ୫ ଜଣ ସଦସ୍ୟ ବାସ କରୁଥିବା ଜଣାପଡିଛି । ଗୃହକର୍ତ୍ତା ବିମଳ ଡେକା, ପତ୍ନୀ ଅନିମା ଏବଂ ତିନି ସନ୍ତାନ ନରେନ, ଦୀପାଳି ଓ ସୁଇଟିଙ୍କୁ ନେଇ ଏହି ପରିବାର ଗଢିଉଠିଛି । ଆବଶ୍ୟକ ସୁବିଧା ସୁଯୋଗ ଅଭାବ ଯୋଗୁଁ ଲୋକେ ଗ୍ରାମ ଛାଡି ଅନ୍ୟତ୍ର ପଳାଇଥିବା ବିମଳ କହିଛନ୍ତି । ଗ୍ରାମକୁ ସବୁଦିନିଆ ରାସ୍ତା ନଥିବାବେଳେ ପିଇବା ପାଣି ପାଇଁ ତାଙ୍କୁ ୨ କିମି ଦୂରକୁ ଯିବାକୁ ପଡୁଛି । ପିଲାଙ୍କ ପାଠପଢା କଥା ନ କହିଲେ ଭଲ ବୋଲି ବିମଳ କହିଛନ୍ତି । ମାଟି କାଦୁଅ ରାସ୍ତାରେ ୩ କିମି ଯିବାପରେ ପିଚୁ ରାସ୍ତା ତିଆରି ହୋଇଛି ।

ସେହି ରାସ୍ତାରେ ସ୍କୁଲ କଲେଜ ଯିବାକୁ ପଡିଥାଏ । ବର୍ଷାଦିନେ ପିଚୁ ରାସ୍ତା ପର୍ଯ୍ୟନ୍ତ ଯିବାକୁ ଏହି ପରିବାରକୁୁ ଦେଶୀ ଡଙ୍ଗା ବ୍ୟବହାର କରିବାକୁ ପଡିଥାଏ । ନରେନ ଓ ଦୀପାଳି ଗ୍ରାଜୁଏଟ୍ ହୋଇସାରିଥିବାବେଳେ ସୁଇଟି ବର୍ତ୍ତମାନ ଦଶମ ଶ୍ରେଣୀରେ ପଢୁଛି । ଗ୍ରାମରେ ବିଜୁଳି ନଥିବାରୁ ପିଲାମାନେ କିରାସିନି ଲ୍ୟାମ୍ପ ଲଗାଇ ପାଠ ପଢିଥାନ୍ତି । ଉକ୍ତ ଗ୍ରାମର ବିକାଶ ପାଇଁ ବିଡିଓଙ୍କଠାରୁ ଆରମ୍ଭ କରି ଜିଲ୍ଲା ପରିଷଦ କିମ୍ବା ଗ୍ରାମ ପଞ୍ଚାୟତ କୌଣସି ଉଦ୍ୟମ କରୁନଥିବା ବିମଳ ଅଭିଯୋଗ କରିଛନ୍ତି । ୧୬୨ ହେକ୍ଟର ଜମି ଉପରେ ଅବସ୍ଥିତ ଏହି ଗ୍ରାମ ବିଗତ କିଛିବର୍ଷ ପୂର୍ବେ ବେଶ ଚଳଚଞ୍ଚଳ ଥିଲା । ଯଦି ସରକାର ପକ୍କା ସଡକ ନିର୍ମାଣ କରିବା ସହ ବାସପଯୋଗୀ ଭିତ୍ତିଭୂମି ପ୍ରସ୍ତୁତ କରିବେ, ତେବେ ଏହି ଗ୍ରାମ ପୁଣି ପୂର୍ବ ଚମକ ଫେରିପାଇବ ବୋଲି ବିମଳ କହିଛନ୍ତି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button