ମନୋରଞ୍ଜନ

ଆପଣ ତରଭୁଜ ଚୋପା ଫୋପାଡି ଦେଉଛନ୍ତି କି, ତାହେଲେ ଏମିତି ବନାନ୍ତୁ ସ୍ୱାଦିଷ୍ଟ ଚଟଣୀ

ଗରମରେ ସବୁଠାରୁ ଅଧିକ ପୁଷ୍ଟିକର ଫଳ ହେଉଛି ତରଭୁଜ। ଯାହା ଶରୀରର ପାଣିର ଅଭାବକୁ ଦୂର କରେ। ଏହାର ସ୍ୱାଦ ସମସ୍ତଙ୍କୁ ପସନ୍ଦ ଆସିଥାଏ। କିନ୍ତୁ କଣ ଆପଣ କେବେ ତରଭୁଜ ହାଲୁଆ ଖାଇଛନ୍ତି। ଆହୁରି ଖାସ୍‌ କଥା ହେଉଛି ଯେଉଁ ତରଭୁଜ ଚୋପାକୁ ଆପଣ ଫୋପାଡି ଦେଉଛନ୍ତି ସେଥିରେ ଆପଣ ତରଭୁଜ ହାଲୁଆ ବନାଇ ପାରିବେ। ତାହେଲେ ଆସନ୍ତୁ ଜାଣିବା କେମିତି ପ୍ରସ୍ତୁତ କରିବେ ତରଭୁଜ ହାଲୁଆ।

ଆବଶ୍ୟକ ସାମଗ୍ରୀ

-ତରଭୁଜର ଧଳା ଅଂଶ ଚୋପା
-ଟମାଟୋ ଗୋଟିଏ
-କଞ୍ଚା ଲଙ୍କା
-ତଡକା ପାଇଁ ତେଲ
-ବିରି ଡାଲି
-ଭୃଷଙ୍ଗ ପତ୍ର
-ଧନିଆ ପତ୍ର
-ଅଦାର ଛୋଟ ଖଣ୍ଡ
-ଲେମ୍ବୁ ରସ
-ଫ୍ଲେକ୍ସ ସିଡସ୍‌

ପ୍ରସ୍ତୁତି ପ୍ରଣାଳୀ

ଏକ ପ୍ୟାନରେ ତେଲ ଗରମ କରନ୍ତୁ। ବିରି ଡାଲି ଏବଂ ଲାଲ ଲଙ୍କା ପକାଇ ଭାଜନ୍ତୁ।। ଏହାପରେଏଥିରେ କଟା ହୋଇଥିବା ତରଭୁଜର ଧଳା ଅଂଶର ଖଣ୍ଡ, ଟମାଟୋ, କଟା ଟମାଟୋ, ଅଦା ମିଶାଇ ପାଞ୍ଚ ମିନିଟ ପାଇଁ ଚଲାନ୍ତୁ। ଏବେ ଏଥିରେ ଲୁଣ ପକାଇ କିଛି ସମୟ ପଯ୍ୟର୍ନ୍ତ ସିଝିବା ପାଇଁ ଦିଅନ୍ତୁ। ଏବେ ଏଥିରେ ଭୃଷଙ୍ଗ ପତ୍ର ଏବଂ ଧନିଆ ପତ୍ର ପକାଇ ଚଲାନ୍ତୁ।
କିଛି ସମୟ ପରେ ଗ୍ୟାସକୁ ବନ୍ଦ କରିଦିଅନ୍ତୁ ଏବଂ ତରଭୂଜ ସହିତ ଏହି ମିଶ୍ରଣକୁ ଥଣ୍ଡା ହେବା ପାଇଁ ରଖି ଦିଅନ୍ତୁ।

ଏହାପରେ ଗ୍ରାଇଣ୍ଡରେ ପେଶି ଦିଅନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ଆପଣଙ୍କ ସ୍ୱାଦିଷ୍ଟ ଏବଂ ସ୍ୱାସ୍ଥ୍ୟକର ଚଟଣୀ ପ୍ରସ୍ତୁତ ହୋଇଯାଇଛି। ଏହି ଚଟଣୀ ଭଲ ଦେଖାଯିବା ସହିତ ଖାଇବାରେ ମଧ୍ୟ ଟେଷ୍ଟୀ ହୋଇଥାଏ। ଆପଣ ଚାହିଁଲେ ଏହାକୁ କୌଣବି ଜିନିଷ ସହିତ ଖାଇପାରିବେ। କିନ୍ତୁ ଏହାକୁ ଇଡଲୀ କିମ୍ବା ଦୋସା କିମ୍ବା ଉତ୍ତପମ ସହିତ ଖାଇଲେ ଏହାର ସ୍ୱାଦ ଅଧିକ ବଢ଼ିଯିବ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button