IBN ଓଡ଼ିଶା ଏକ୍ସକ୍ଲୁସିଭ୍

ଅନାସୀ ଫୁଲ ଚା’, ଥଣ୍ଡା-କାଶ ଦୂର କରିବା ସହ ବଢାଇଥାଏ ଇମ୍ଯୁନିଟି ପାୱାର

ଦୀର୍ଘ ୬ମାସ ଧରି ଆମେମାନେ ସମସ୍ତେ କରୋନା ମହାମାରୀ ଭଳି ମାରାତ୍ମକ ଭାଇରସ୍ ରହି ଆସୁଛୁ। ଏଥିପାଇଁ ମଧ୍ଯ ଆପଣମାନେ ଭଲ ଭାବେ ଜାଣି ସାରିଥିବେ ଏହି ରୋଗ ସହ ଲଢିବାକୁ ହେଲେ ଆମକୁ ରୋଗ ପ୍ରତିରୋଧକ ଶକ୍ତି ମଜବୁତ୍ ରଖିବାକୁ ପଡିବ। ଏଥିସହ ବର୍ତ୍ତମାନ ପାଣପାଗରେ ମଧ୍ଯ ପରିବର୍ତ୍ତନ ହେବାରେ ଲାଗିଛି, ଯେଉଁ କାରଣରୁ ଅନେକ ଲୋକମାନଙ୍କୁ ଥଣ୍ଡା-କାଶ ଭଳି ଅନେକ ସମସ୍ଯାର ସାମ୍ନା କରିବାକୁ ପଡୁଛି।

ଏଥିପାଇଁ ହଳଦୀ କ୍ଷୀର ଠାରୁ ଆରମ୍ଭ କରି ଅଦା ଚା’ ପର୍ଯ୍ଯନ୍ତ ଅନେକ ପ୍ରକାର ଘରୋଇ ଉପାୟ ବ୍ଯବହାର କରାଯାଉଛି। ସେହିଭଳି ଅନ୍ଯ ଏକ ମସଲା ରହିଛି, ଯାହା ଏଭଳି ସମସ୍ଯା ଦୂର କରିବାରେ ଲାଭକାରୀ ହୋଇଥାଏ। ଏଭଳି ପରିସ୍ଥିତିରେ ଅନାସୀ ଫୁଲ ଦ୍ବାରା ଅନେକ ଫାଇଦା ମିଳିଥାଏ। ତେବେ ଆସନ୍ତୁ ଜାଣିବା ଏହି ମସଲା ବ୍ଯବହାରରେ କେଉଁ କେଉଁ ଫାଇଦା ମିଳିଥାଏ।

anasi phoolତାରା ଭଳି ଆକ୍ତି ଥିବା ଏହି ଅନାସୀ ଫୁଲକୁ ଇଂରାଜୀରେ ଷ୍ଟାର ଏନିଜ କୁହାଯାଇଥାଏ । ଏହାକୁ ପ୍ରାକୃତିକ ଚିକିତ୍ସା ରୂପେ ବ୍ଯବହାର କରାଯାଇଥାଏ। ଏଥିରେ ପ୍ରଚୁର ମାତ୍ରାରେ ଭିଟାମିନ ଏ ଏବଂ ସି ରହିଥାଏ, ଯାହା ଶରୀରରେ ସଂକ୍ରମଣକୁ ଠିକ କରିବାରେ ଲାଭକାରୀ ହୋଇଥାଏ। ଥଣ୍ଡା-କାଶ ଭଳି ସମସ୍ଯାରେ ମଧ୍ଯ ଏହି ଫୁଲ ବହୁତ ଭଲ କାମ କରିଥାଏ।

ସୁସ୍ଥ ଶରୀର ପାଇଁ ଗୁଣରେ ଭରପୁର ଥିବା ଏହି ଫୁଲ କୌଣସି ସୁପର ଫୁଡ୍ ଠାରୁ କମ ନୁହେଁ। ଏହି ମସଲା ଶରୀରରେ ପ୍ରାକ୍ତିକ ରୂପେ ଇମ୍ଯୁନିଟି ବଢାଇବାରେ ସାହାଯ୍ଯ କରିଥାଏ। ଏଥିସହ ଡାଇବେଟିଜ୍ ରୋଗୀମାନଙ୍କ ପାଇଁ ମଧ୍ଯ ଲାଭକାରୀ ହୋଇଥାଏ ଚକ୍ରଫୁଲ।

anasiଭାଇରାଲ କିମ୍ବା ଫ୍ଲୁ ସଂକ୍ରମଣ ହେବା ଦ୍ବାରା ପାଚନ ତନ୍ତ୍ର ଉପରେ ପ୍ରଭାବ ପଡିଥାଏ। ଏହି ସମୟରେ ଚକ୍ର ଫୁଲରେ ଥିବା ଗୁଣ ପାଚନ ପ୍ରକ୍ରିୟାରେ ସାହାଯ୍ଯ କରିଥାଏ। ଆଣ୍ଟି-ଅକ୍ସିଡେଣ୍ଟ ଏବଂ ଆଣ୍ଟି-ଇଫ୍ଲେମେଟରୀ ତତ୍ତ୍ବ ଶରୀରରୁ ବିଷାକ୍ତ ପଦାର୍ଥ ବାହାର କରି ଇମ୍ଯୁନିଟି ବଢାଇବାରେ ସାହାଯ୍ଯ କରିଥାଏ। ଏହା ବ୍ଯତୀତ ଚକ୍ରଫୁଲରେ ଆଣ୍ଟି-ବ୍ଯାକ୍ଟେରିଆଲ ଏବଂ ମାଇକ୍ରୋବ ଫାଇଟିଂଗ ଗୁଣ ରହିଥାଏ, ଯାହା ଏକ ସୁସ୍ଥ ମସଲା ତିଆରି କରିଥାଏ। କୌଣସି ଉପାୟରେ ଏହି ମସଲାକୁ ନିୟମିତ ସେବନ କରିବା ଦ୍ବାରା ଶରୀରରେ ଇମ୍ଯୁନିଟି ପାୱାର ବଢିଥାଏ।

ଜାଣନ୍ତୁ ଏହାକୁ ସେବନ କରିବେ କିପରି:

anasi teaଚକ୍ର ଫୁଲର ପାଇଦା ପାଇବା ପାଇଁ ଆପଣମାନେ ଏଥିରେ ଚା’ ପ୍ରସ୍ତୁତ କରି ମଧ୍ଯ ସେବନ କରି ପାରିବେ। ଏହି ଫୁଲରେ ଚା’ ପ୍ରସ୍ତୁତ କରିବା ପାଇଁ ଏକ କପ ପାଣିରେ ୪ରୁ ୫ଟି ଅନାସୀ ଫୁଲ ମିଶାଇ ଫୁଟାନ୍ତୁ। ଫୁଟିବା ପରେ ଏହାକୁ ଛାଣି ୧୦ରୁ ୧୫ ମିନିଟ୍ ପର୍ଯ୍ଯନ୍ତ ଥଣ୍ଡା ହେବାକୁ ଛାଡିଦିଅନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ଆପଣଙ୍କ ଅନାସୀ ଫୁଲ ଚା’।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button