ମନୋରଞ୍ଜନ

ମୋର ପ୍ରତିଭା ଦେଖ ଏବଂ କରଣଙ୍କ ଚଳଚ୍ଚିତ୍ର ଦେଖ; ଭାଇରାଲ ହେଲା କଙ୍ଗନାଙ୍କ ବିବୃତି – Ibnodisha

[ad_1]

ମୁମ୍ବାଇ: ନିକଟରେ ଜାତୀୟ ଗଣମାଧ୍ୟମ ଇଣ୍ଡିଆନ୍ ଏକ୍ସପ୍ରେସକୁ ଦେଇଥିବା ଏକ ସାକ୍ଷାତକାରରେ କରଣ ଜୋହର କହିଥିଲେ ଯେ ସେ କଙ୍ଗନାଙ୍କ ଫିଲ୍ମ ‘ଏମରଜେନ୍ସି’ ଦେଖିବାକୁ ଉତ୍ସାହିତ ଅଛନ୍ତି। ଆଗକୁ ସେ କୌଣସି ରାଜନୈତିକ ଘଟଣା ଉପରେ ଫିଲ୍ମ କରିବାକୁ ଚାହୁଁଛନ୍ତି କି ବୋଲି ପଚରାଯିବାରୁ ଫିଲ୍ମ ନିର୍ମାତା କରଣ, କଙ୍ଗନାଙ୍କ ରାଜନୈତିକ ଡ୍ରାମା ‘ଏମରଜେନ୍ସି’ ବିଷୟରେ ଉଲ୍ଲେଖ କରି କହିଥିଲେ ଯେ ‘ଏମରଜେନ୍ସି’ ନିର୍ମାଣ କରାଯାଇଛି ଏବଂ ମୁଁ ଏହାକୁ ଦେଖିବାକୁ ଉତ୍ସାହିତ ଅଛି।

କରଣଙ୍କ ଏଭଳି ବୟାନ ପରେ କଙ୍ଗନାଙ୍କ ସହ ତାଙ୍କ ସମ୍ପର୍କ ସୁଧୁରିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା। ହେଲେ କଙ୍ଗନା ଏହାକୁ ହସରେ ଉଡ଼ାଇ ଦେଇଥିଲେ। ଏମଧ୍ୟରେ କଙ୍ଗନାଙ୍କ ଏକ ପୁରୁଣା ଭିଡିଓ ଭାଇରାଲ ହେଉଥିବା ଦେଖାଯାଇଛି, ଯେଉଁଥିରେ ସେ କରଣଙ୍କୁ ଟ୍ରୋଲ କରି କହୁଛନ୍ତି ଯେ, ମୁଁ ଯେଉଁଠି ଅଛି କରଣ ସେଠାରେ କେବେ ବି ପହଞ୍ଚିପାରିବେନି। ଇଣ୍ଡିଆ ଟୁଡେ କନକ୍ଲେଭ ୨୦୧୯ରେ କଙ୍ଗନା କହିଥିଲେ ଯେ, “ମୁଁ ଯେଉଁଠି ଅଛି, କରଣ ଜୋହର ସେଠାରେ ପହଞ୍ଚିପାରିବେ ନାହିଁ। ମୋର ପ୍ରତିଭାକୁ ଦେଖ ଏବଂ ତାଙ୍କ ଚଳଚ୍ଚିତ୍ରଗୁଡିକୁ ଦେଖ।”

ବର୍ତ୍ତମାନ କରଣଙ୍କୁ ପରୋକ୍ଷରେ ଏହି ବିବୃତି ନେଇ ପ୍ରଶ୍ନ କରାଯିବାରୁ ସେ ନିଜର ପ୍ରତିକ୍ରିୟା ରଖିଛନ୍ତି। ଏକ୍ସପ୍ରେସ ଆଡା ସମୟରେ ବଲିଉଡ ଅଭିନେତ୍ରୀ ଅନନ୍ୟା ପାଣ୍ଡେ, କରଣ ଜୋହରଙ୍କୁ ତାଙ୍କ କାମ ବିଷୟରେ କୁହାଯାଇଥିବା ସବୁଠାରୁ ଖରାପ କଥା ବିଷୟରେ ପଚାରିଥିଲେ। କରଣ ଉତ୍ତର ଦେଇ କହିଥିଲେ, “କିଛି ବର୍ଷ ତଳେ କେହି ଜଣେ କହିଥିଲେ, ‘ମୋର ପ୍ରତିଭା ଦେଖ, ତାଙ୍କ ଚଳଚ୍ଚିତ୍ର ଦେଖ।’ ଏହା ଶୁଣି ମୁଁ ଭାବିଥିଲି, ‘ଠିକ୍ ଅଛି। “



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button