ମନୋରଞ୍ଜନ

କେବିସିରୁ ଜିତିଥିବା ୧ କୋଟି ଟଙ୍କାକୁ ନେଇ ଏହି କାମରେ ଲଗାଇବେ ଜାସ୍କରନ – Ibnodisha

[ad_1]

ମୁମ୍ବାଇ: ‘କୌନ ବନେଗା କରୋଡ଼ପତି-୧୫’କୁ କୋଟିପତି ମିଳିସାରିଛି। ପାକିସ୍ତାନ ସୀମା ନିକଟବର୍ତ୍ତୀ ପଞ୍ଜାବର ଖାଲଡା ଗାଁର ଜାସ୍କରନ୍ ସିଂ ଏହି ସୋ’ରେ ୧ କୋଟି ଟଙ୍କା ଜିତିଛନ୍ତି।  ଅମିତାଭ ବଚ୍ଚନଙ୍କ ଏହି ସୋ’କୁ ଜିତିଥିବା ଜାସ୍କରନଙ୍କୁ ସୋମବାର-ମଙ୍ଗଳବାର ଦିନର ଏପିସୋଡରେ  ଟିଭିରେ ଦେଖିବାକୁ ମିଳିଛି।

ତେବେ ଆପଣ ଜାଣିବାକୁ ଚାହିଁବେ ନିଶ୍ଚୟ ଯେ ଜିତିଥିବା ୧ କୋଟି ଟଙ୍କାକୁ ନେଇ କ’ଣ କରିବେ ଜାସ୍କରନ। ତାଙ୍କୁ ଯେତେବେଳେ ଏହି ପ୍ରଶ୍ନ ପଚାରାଗଲା ତ ସେ ଉତ୍ତର ଦେଇଛନ୍ତି, ‘ମୋ ପରିବାର ମୋର ପ୍ରଥମିକତା। ମୁଁ ଏଇ ଟଙ୍କା ନେଇ ମୋ ପରିବାର ଉପରେ ଓ ମୋ ନିଜ ପଢ଼ା ଉପରେ ଖର୍ଚ୍ଚ କରିବି।’ ଆପଣ ଜାଣନ୍ତି ଯେ ଜାସ୍କରନ ଏବେ ୟୁପିଏସ୍‌ସି ପାଇଁ ପ୍ରସ୍ତୁତ ହେଉଛନ୍ତି।

ଇ ଟାଇମ୍ସକୁ ନିଜର ସାକ୍ଷାତ୍‌କାର ଦେଇ ଜସ୍କରନ କହିଛନ୍ତି କି ଗତ ୪ ବର୍ଷ ହେବ ସେ ‘କେବିସି’ ପାଇଁ ଚେଷ୍ଟା କରୁଛନ୍ତି। ସେ ବିଗ୍‌ ବିଙ୍କର ଖୁବ୍ ପ୍ରଶଂସା କରିଛନ୍ତି। ୧ କୋଟି ଜିତିବା ପରେ ଅମିତାଭ ବଚ୍ଚନ ତାଙ୍କୁ ଆଲିଙ୍ଗନ କରି କମାଲ୍‌ କରିଦେଲ ବୋଲି କହିଥିଲେ। ଯାହାକୁ ସେ କେବେ ଭୁଲିବେ ନାହିଁ ବୋଲି କହିଛନ୍ତି।

ସେ ଏପରି ଏକ ସ୍ଥାନରେ ନିଜର ଏକ ଘଣ କିଣିବେ ଯେଉଁଠାରେ ତାଙ୍କୁ କୌଣସି ସମସ୍ୟା ହେବନାହିଁ। କାରଣ ତାଙ୍କ ଗାଁ ସୀମା ନିକଟବର୍ତ୍ତୀ ହୋଇଥିବାରୁ ୨୦୧୭ ମସିହାରେ ଭାରତ-ପାକିସ୍ତାନ ଯୁଦ୍ଧ ବେଳେ ତାଙ୍କୁ ଘର ଖାଲି କରିବାକୁ କୁହାଯାଇଥିଲା।



[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button