ରାଜ୍ୟ

ଦୁଷ୍କର୍ମ ଉଦ୍ୟମ ଅଭିଯୁକ୍ତକୁ ୩ବର୍ଷ କାରାଦଣ୍ଡ – Ibnodisha

[ad_1]

କନ୍ଧମାଳ: ଫୁଲବାଣୀ ଫାଷ୍ଟଟ୍ରାକ କୋର୍ଟର ବିଚାରପତି ଅନୀତା ସାହୁ ଏକ ନାବାଳିକା ଦୁଷ୍କର୍ମ ଉଦ୍ୟମ ମାମଲାର ୧୦ ଜଣ ସାକ୍ଷୀ, ଡାକ୍ତରୀ ରିପୋର୍ଟ ଆଧାରରେ ବିଚାର କରି କୋଟଗଡ଼ ଥାନା ଅନ୍ତର୍ଗତ ଶ୍ରୀରାମପୁର ଅଞ୍ଚଳର ଧର୍ମେନ୍ଦ୍ର ପାତ୍ର (୨୭) କୁ ଦୋଷୀ ସାବ୍ୟସ୍ତ କରି ୩ବର୍ଷ ସଶ୍ରମ କାରାଦଣ୍ଡ ସହ ଏକ ହଜାର ଟଙ୍କା ଜୋରିମାନା ଆଦେଶ ଦେଇଛନ୍ତି । ଜୋରିମାନା ଅନାଦେୟ ଆଉ ଅଧିକ ତିନିମାସ କାରାଦଣ୍ଡ ଭୋଗିବାକୁ ପଡ଼ିବ ବୋଲି ତାଙ୍କ ରାୟରେ ଉଲ୍ଲେଖ କରିଛନ୍ତି । ସରକାରଙ୍କ ତରଫରୁ ପୋସ୍କୋ କୋର୍ଟର ସ୍ୱତନ୍ତ୍ର ପି.ପି. ବନମାଳୀ ବେହେରା ମାମଲା ପରିଚାଳନା କରୁଥିଲେ ।

ସୂଚନା ଅନୁସାରେ ପୀଡ଼ିତା ଭଉଣୀମାନଙ୍କ ସହ ରାତିରେ ଶୋଇଥିବା ବେଳେ ପ୍ରାୟ ରାତି ଦୁଇଟାରେ ଅଭିଯୁକ୍ତ ଘରେ ପଶି ଦୁଷ୍କର୍ମ ଉଦ୍ୟମ କଲାବେଳେ ପୀଡ଼ିତା ପାଟି କରିବାରୁ ଘରୁ ବାହାରି ଧାଇଁ ପଳେଇବା ବେଳେ ପୀଡିତା ପିତା ଏବଂ ଅନ୍ୟ ମାନଙ୍କ ହାତରେ ଧରାପଡ଼ିଥିଲା । ଏ ସଂକ୍ରାନ୍ତରେ କୋଟଗଡ଼ ଥାନାରେ ଲିଖିତ ଅଭିଯୋଗ କରା ଯାଇଥିଲା । ଥାନାଧିକାରୀ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟରେ ହାଜର କରାଇଥିଲେ । ଆଜି ବିଚାରପତି ଉକ୍ତ ମାମଲାର ବିଚାର କରି ଉପେରାକ୍ତ ରାୟ ପ୍ରକାଶ କରିଛନ୍ତି ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button