ମନୋରଞ୍ଜନ

ଆଗକୁ ଆସୁଛି ରକ୍ଷା ବନ୍ଧନ, ଘରେ ଅତି ସହଜରେ ପ୍ରସ୍ତୁତ କରନ୍ତୁ କାଜୁ କତଲୀ

ଓଡିଶାରେ କିଛି ପର୍ବପର୍ବାଣୀ ହେଲେ ପ୍ରଥମେ ଘରେ ପିଠାପଣା ଏବଂ ମିଠା ପ୍ରସ୍ତୁତ ହୋଇଥାଏ। ପାର୍ବଣ ଋତୁରେ ଘରେ ମିଠା ଏବଂ ପିଠାପଣାର ଆସର ଜମେ। ଆଗକୁ ଆସୁଛି ରକ୍ଷା ବନ୍ଧନ। ତେଣୁ କରୋନା କାଳରେ ବାହାରୁ ନୁହେଁ ଘରେ ବନାନ୍ତୁ ଟେଷ୍ଟୀ ମିଠା ରେସିପି। ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ କାଜୁ କତଲୀ ନେଇ ଆସିଛୁ। ତାହେଲେ ଆସନ୍ତୁ ଜାଣିବା କାଜୁ କତଲୀକୁ କେମିତି କରିବେ ପ୍ରସ୍ତୁତ।

ଆବଶ୍ୟକ ସାମଗ୍ରୀ

-୧ କପ୍‌ କାଜୁ (ପେଶା ହୋଇଥିବା)
-୫ରୁ୬ ଚାମଚ ସୁଗାର
-୪ଟି କେସର
-ପାଣି (ଆବଶ୍ୟକ ଅନୁସାରେ)
-ଅଧା ଚାମଚ ଅଳେଇଚ ପାଉଡର
-ସିଲଭର ପେପର

kajuପ୍ରସ୍ତୁତି ପ୍ରଣାଳୀ

ସର୍ବପ୍ରଥମେ ଏକ କଡାରେ ପାଣି, ସୁଗାର ଏବଂ କେସର ପକାନ୍ତୁ। ପାଣିରେ ଚିନି ଭଲଭାବେ ମିଳାଇଲା ପରେ ଏଥିରେ ଅଳେଇଚ ପାଉଡର ପକାନ୍ତୁ। ଏହି ମିଶ୍ରଣ ଘୋଳ ହେବା ପରେ ଅଳ୍ପ ଅଳ୍ପ କରି ପେଶା ହୋଇଥିବା କାଜୁ ପକାନ୍ତୁ। ଏହାପରେ ଲଗାତର ଏହାକୁ ଚଲାନ୍ତୁ। ଏଥିରେ ଯେପରି ବିଣ୍ଡା ନ ହୁଏ ସେଥିପାଇଁ ଏହାକୁ ଲଗାତର ଭାବରେ ଧୀମା ଆଞ୍ଚରେ ଚଲାନ୍ତୁ।

ଏବେ ଏହି ମିଶ୍ରଣକୁ ଥଣ୍ଡା କରିବା ପାଇଁ ରଖିଦିଅନ୍ତୁ। ଏହା ଥଣ୍ଡା ହୋଇଗଲା ପରେ ଗୋଟେ ଥାଳିକୁ ବାହାର କରି ହାତରରେ ଦାବି ଦିଅନ୍ତୁ। ସମ୍ପୂର୍ଣ୍ଣ ଥାଳିରେ ଏହାକୁ ଦାବି ଦାବି ମେଲାଇ ଦିଅନ୍ତୁ। ଏବେ ଏହା ଉପରେ ସିଲଭର ପେପର ଲଗାଇ ଦିଅନ୍ତୁ। ଏବେ ଆପଣ ନିଜ ପସନ୍ଦ ଅନୁଯାୟୀ ଛୁରୀ ସାହାଯ୍ୟରେ ଆକାର ଦେଇ କାଜୁ କତଲୀକୁ କାଟନ୍ତୁ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button