IBN ଓଡ଼ିଶା ବ୍ୟୁରୋ

କାଶ, ଥଣ୍ଟି ଦରଜ ସମସ୍ୟାରୁ ମୁକ୍ତି ଦେବ ଏହିସବୁ କାଢା, ଏମିତି କରନ୍ତୁ ପ୍ରସ୍ତୁତ

ପାଣିପାଗ ପରିବର୍ତ୍ତନ ଯୋଗୁଁଅନେକ ସମସ୍ୟା ଦେଖାଦେଉଛି। କିନ୍ତୁ ଏବେ କରୋନା ମହାମାରୀ ଯୋଗୁଁ କାଶ, ଥଣ୍ଡା, ଗଳା ଦରଜ ହେଲେ ଲୋକେ ଭୟଭୀତ ହୋଇଯାଉଛନ୍ତି। ଥଣ୍ଟି ଦରଜ ହେଲେ ନିଦ ହୋଇନଥାଏ। କଫଜନିତ କାଶ ହେଲେ ଶ୍ୱାସ ସମ୍ବନ୍ଧୀୟ ସମସ୍ୟା ବଢିଯାଏ। ଅନେକ କାଶ ସମସ୍ୟାରୁ ମୁକ୍ତି ପାଇବା ପାଇଁ କଫ ସିରିଫ ବ୍ୟବହାର କରନ୍ତି। ଯାହା ଶରୀର ପାଇଁ ହାନିକାରକ । କଫ୍‌ସିରିପ ବ୍ୟବହାର କରିବା ଦ୍ୱାରା କାଶ ତ ଭଲ ହୋଇଯାଏ କିନ୍ତୁ ଏହା ଶରୀରର ଶିରା ପ୍ରଶିରାରେ ପହଞ୍ଚି ସେଗୁଡିକୁ କ୍ଷତି ପହଞ୍ଚାଏ। ଯଦି ଆପଣ ଏଥିରୁ ଆରାମ ପାଇବାକୁ ଚାହୁଁଛନ୍ତି ତେବେ ଏହି ଘରୋଇ କାଢା ପିଇବା ଦ୍ୱାରା ଶରୀରକୁ ଫାଇଦା ଦେଇଥାଏ।

– ଏହି କାଢା ପ୍ରସ୍ତୁତ କରିବା ପାଇଁ ପାଣିରେ ହଳଦୀ ପକାଇ ସେଥିରେ ଚା’ ପତି ପକାନ୍ତୁ। ଏହା ପରେ ସେଥିରେ ଅଦା ଖଣ୍ଡ ପକାଇ ତାକୁ ଭଲଭାବେ ଫୁଟାଇ ଦିଅନ୍ତୁ। ଏହାକୁ ଥଣ୍ଡା କରି ଶୋଇବା ପୂର୍ବରୁ ପିଇଲେ କାଶରୁ ମୁକ୍ତି ମିଳିବ।

5556

– ଗୁଡକୁ ଭଲଭାବେ କୁଟି ଫୁଟୁଥିବା ପାଣିରେ ପକାନ୍ତୁ। କିଛି ସମୟ ପରେ ଏଥିରେ ଜୁଆଣି ପକାଇ ଭଲ ଭାବେ ଫୁଟାଇ ଦିଅନ୍ତୁ। ଏହାକୁ ଉଷୁମ ଉଷୁମ ପିଇବା କାଶରୁ ମୁକ୍ତି ମିଳିବ।

– ଦୁଇ କପ୍‌ ପାଣିକୁ ଭଲଭାବେ ଫୁଟାଇ ଦିଅନ୍ତୁ। ସେଥିରେ ଅଦା ଓ ମହୁ ପକାଇ ଭଲଭାବେ ଫୁଟାଇବା ପରେ ଏଥିରେ ଅଳଜପ କଇଁଆ ପକାଇ ଦିଅନ୍ତି। ଏହାକୁ ଛାଣି ପରେ ପିଅନ୍ତୁ, ଆରାମ ମିଳିବ।

ginger

– ତୁଳସୀ, ଅଦାକୁ ପାଣି ମିଶାଇ ଦିଅନ୍ତୁ। ତା’ ପରେ ସେଥିରେ ଗୋଲମରିଚ ପକାଇ ଭଲଭାବେ ମିଶାଇ ଏହି ପାଣିକୁ ପିଇଲେ ଫାଇଦା ମିଳିବ।

– ମୁଲେଠୀରେ ଚା’ ତିଆରି କରୁଥିବା ବେଳେ ସେଥିରେ ଅଦା ଏବଂ ଗୁଡ ଗୁଡ ପକାଇ ଫୁଟାଇ ଦିଅନ୍ତୁ। କାଶ ସମସ୍ୟାରୁ ମୁକ୍ତି ମିଳିବ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button