ଛଣାଛଣି ଖାଇବା ପରେ ନିଶ୍ଚୟ କରନ୍ତୁ ଏହି ୫ଟି କାମ, ଜମା ହେବନି ଫ୍ୟାଟ୍ ହେବେନି ମୋଟା

ଛଣାଛଣି ଖାଦ୍ୟକୁ କିଏ ବା ପସନ୍ଦ ନ କରେ। ଏହା ଏତେ ଟେଷ୍ଟି ହୋଇଥାଏ ଯେ ଲୋକମାନେ ଯେତେ ଚେଷ୍ଟା କଲେ ମଧ୍ୟ ଏହାକୁ ଖାଦ୍ୟରୁ ବାଦ୍ ଦେଇପାରନ୍ତି ନାହିଁ। କିଛି ଲୋକ ତ ବର୍ଷା ଆରମ୍ଭ ହେବା ମାତ୍ରେ ପକୁଡ଼ି ତିଆରି କରିବା ଆରମ୍ଭ କରି ଦେଇଥାନ୍ତି। ମାତ୍ର ଅଧିକ ତୈଳାକ୍ତ ଜିନିଷ ଖାଇବା ଯୋଗୁ ମୋଟାପଣ ଦେଖାଯାଇଥାଏ। ତେବେ ଆଜି ଆମେ ଆପଣଙ୍କୁ ୫ଟି ଏଭଳି ଟିପ୍ସ ଦେବାକୁ ଯାଉଛୁ ଯାହା ଦ୍ୱାରା ଅଏଲି କିମ୍ବା ଛଣାଛଣି ଜିନିଷ ଖାଇଲେ ବି ଆପଣ ଆଦୌ ମୋଟା ହେବେ ନାହିଁ। ଏସବୁ ଖାଦ୍ୟ ଶରୀରରେ ଚର୍ବି ଜମା ହେବାକୁ ଦେଇନଥାଏ…
ତୁରନ୍ତ ଉଷୁମ ପାଣି ପିଅନ୍ତୁ:

ଛଣାଛଣି ଖାଦ୍ୟ ଖାଇବା ପରେ ଏକ ଗ୍ଲାସ୍ ଉଷୁମ ପାଣି ପିଇ ଦିଅନ୍ତୁ। ଉଷୁମ ପାଣି ଶରୀରରୁ ସମସ୍ତ ତୈଳକୁ ବାହାର କରିବାରେ ସାହାଯ୍ୟ କରେ। ଗରମ ପାଣି ଚର୍ବିକୁ ଜମାଟ ବାନ୍ଧିବାକୁ ଦିଏ ନାହିଁ।
ଚଲାବୁଲା କରନ୍ତୁ:

ବରା ପକୁଡ଼ି ଖାଇସାରିବା ପରେ କିଛି ସମୟ ଚଲାବୁଲା କରନ୍ତୁ। ଏବେ କରୋନା ଯୋଗୁ ବାହାରକୁ ଯିବା ମନା ହୋଇଥିବାରୁ ଆପଣ ଘରେ କିମ୍ବା ଛାତ ଉପରେ କିଛି ସମୟ ଚାଲିପାରିବେ। ଏହା ଦ୍ୱାରା ଛଣା ଜିନିଷ ଜଲଦି ହଜମ ହୋଇଯିବ।
ଫଳ ଖାଆନ୍ତୁ:

ତେଲ ଛଣା ଜିନିଷ ଭାରି ହୋଇଥାଏ। ଏହା ହଜମ ହେବାକୁ ଅଧିକ ସମୟ ନିଏ। ଏଣୁ ଯେଉଁ ଦିନ ଛଣାଛଣି ଖାଉଛନ୍ତି ସେଦିନ ଆଉ କିଛି ଗରିଷ୍ଠ ଖାଦ୍ୟ ଖାଆନ୍ତୁ ନାହିଁ। ବରଂ ଦିନ ସାରା ଫଳ ଓ ହାଲ୍କା ଭୋଜନ କରନ୍ତୁ। ଏହା ଦ୍ୱାରା ଚର୍ବି ଜମାଟ ବାନ୍ଧିନଥାଏ।
ଦହି ଖାଆନ୍ତୁ:
ଛଣା ଜିନିଷ ହଜମ ହେବାକୁ ଅଧିକ ସମୟ ଲାଗିଥାଏ। ଏଭଳି ସ୍ଥିତିରେ ତୈଳାକ୍ତ ଖାଦ୍ୟ ଖାଇବା ପରେ ଦହି ଖାଇବା ଲାଭଦାୟକ ହୋଇଥାଏ। ଏହା ଶୀଘ୍ର ହଜମ କରିବାରେ ସାହାଯ୍ୟ କରେ।
ଡିଟକ୍ସ ଓ୍ଵାଟର ପିଅନ୍ତୁ:

ତେଲ ଜିନିଷ ଖାଇବା ପରେ ଯେକୌଣସି ଡିଟକ୍ସ ଡ୍ରିଙ୍କ୍ ପିଅନ୍ତୁ। ଏହି ଡ୍ରିଙ୍କ୍ ଶରୀରରୁ ଡିଟକ୍ସିନ୍ ଜିନିଷକୁ ବାହାରକୁ ବାହାର କରିଦେଇଥାଏ, ଫଳରେ ବ୍ୟକ୍ତି ମୋଟା ହୁଅନ୍ତି ନାହିଁ।




