ମନୋରଞ୍ଜନ

ଆଜି ପ୍ରସ୍ତୁତ କରନ୍ତୁ ରେସ୍ତୋରାଁ ଷ୍ଟାଇଲ୍‌ ପିଜ୍ଜା ଫ୍ରାଇଜ୍‌, ସ୍ୱାଦକୁ କେବେବି ଭୁଲିପାରିବେନି ଆପଣ

କିଛି ଜିନିଷ ଏମିତି ଥାଏ ଯାହାକୁ ଖାଇବାକୁ ଲୋକେ ରେସ୍ତୋରାଁକୁ ଖାଇବାକୁ ଯାଆନ୍ତୁ। ଏହି ସବୁ ଡିସ୍‌ ମଧ୍ୟରୁ ଗୋଟିଏ ହେଉଛି ପିଜ୍ଜା ଫ୍ରାଇଜ, ଯାହାର ସ୍ୱାଦ ଆପଣଙ୍କ ମୁହଁରେ ପାଣି ଆଣିଦେବ। ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ ରେଷ୍ଟୁରାଣ୍ଟ ଷ୍ଟାଇଲ ପିଜ୍ଜା ଫ୍ରାଇଜ୍‌। ତେବେ ଆସନ୍ତୁ ଜାଣିବା ଏହାକୁ କେମିତି କରିବେ ପ୍ରସ୍ତୁତ।

ଆବଶ୍ୟକୀୟ ସାମଗ୍ରୀ

-୨ଟି ଆଳୁ (ଫ୍ରେଞ୍ଚ ଫ୍ରାଇଜ୍‌ ଭଳି ଲମ୍ବା କଟା ହୋଇଥିବା)
-୨ ଚାମଚ ମଇଦା/କର୍ଣ୍ଣଫ୍ଲୋର
-୧ ଚାମଚ କଟା ସିମଲା ଲଙ୍କା
-୧ ଚାମଚ ଗ୍ରୀନ ଅଲିବସ୍‌
-ଏକ ଚାମଚ କର୍ଣ୍ଣ
-୧ ଚାମଚ ଇଟାଲିୟାନ ସିଜଲିଙ୍ଗ୍‌
-୧ ଚାମଚ ରେଡ୍‌ ଚିଲ୍ଲୀ ଫ୍ଲେକ୍ସ
-ଲୁଣ ଏବଂ ଗୋଲମରୀଚ ପାଉଡର
-ତେଲ (ଛାଣିବା ପାଇଁ)
-ଚିଜ୍‌ (ଅଳ୍ପ)

ପ୍ରସ୍ତୁତି ପ୍ରଣାଳୀ

-ଆଳୁରେ କର୍ଣ୍ଣଫ୍ଲୋର ଏବଂ ମଇଦା ପକାଇ ଭଲ ଭାବେ ମିକ୍ସ କରନ୍ତୁ।
-କଡାରେ ତେଲ ଗରମ କରି ଆଳୁକୁ ଧୀମା ଆଞ୍ଚରେ ଛାଣନ୍ତୁ। ଛଣା ହୋଇଥିବା ଆଳୁକୁ ଡିସକୁ କାଢ଼ି ଦିଅନ୍ତୁ। ଲୁଣ ଏବଂ ଗୋଲମରୀଚ ପାଉଡର ପକାଇ ଦିଅନ୍ତୁ।
-ଏହାପରେ ପିଜା ସସ୍‌ ମିଶାନ୍ତୁ। କର୍ଣ୍ଣ, ସିମଲା ଲଙ୍କା, ପିଆଜ, ଅଲିଭ୍ସ ଏବଂ ଚିଜ୍‌ ପକାନ୍ତୁ।
-ଇଟାଲିୟାନ ସିଜଲିଙ୍ଗ୍‌ ଏବଂ ରେଡ୍‌ ଚିଲ୍ଲୀ ଫ୍ଲେକ୍ସ ପକାଇ ପ୍ରୋହୀଟ ଓଭନରେ ଚିଜକୁ ମେଲ୍ଟ ହେବା ପଯ୍ୟର୍ନ୍ତ ବେକ୍‌ କରନ୍ତୁ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button