IBN ଓଡ଼ିଶା ଏକ୍ସକ୍ଲୁସିଭ୍

ଆପଣଙ୍କ ଲିଭରକୁ ସୁସ୍ଥ ରଖିବ ଏହି ସୁପରଫୁଡ, ନିଜ ଖାଦ୍ୟରେ କରନ୍ତୁ ସାମିଲ

ସୁସ୍ଥ ଆହାର ଏବଂ ସୁସ୍ଥ ଜୀବନଶୈଳୀ ଆପଣଙ୍କ ଶରୀର ପାଇଁ ବହୁତ ଜରୁରୀ ହୋଇଥାଏ। ଦିନଚର୍ଯ୍ୟାରେ ଏମିତି କିଛି ଆହାର ସାମିଲ କରନ୍ତୁ, ଯାହା ଆପଣଙ୍କ ଶରୀରକୁ ପୋଷଣ ଦେବ। ହେପାଟାଇଟିସ୍‌ ରୋଗ ହେଲେ ଲିଭର ( ଯକୃତ)କୁ ବହୁତ କ୍ଷତି ପହଞ୍ଚାଇଥାଏ। ଏମିତିରେ ଆମେ ଆପଣଙ୍କୁ କେତେକ ଏପରି ସୁପରଫୁଡ ବିଷୟରେ ଜଣାଇବୁ, ଯାହା ଆପଣଙ୍କ ସ୍ୱାସ୍ଥ୍ୟ ବନାଇବା ସହ ରୋଗ ଠାରୁ ଦୂରରେ ରଖିଥାଏ।

ସବୁଜ ପନିପରିବା : ଏଥିରେ ଭିଟାମିନ, କ୍ୟାଲିସିୟମ, ଆଇରନ, ଫାଇବର, ଆଣ୍ଟି ଅକ୍ସିଡାଣ୍ଟ ଇତ୍ୟାଦି ଗୁଣ ରହିଥାଏ। ଏହା ଶରୀରରୁ ରକ୍ତ ସଫା କରିବା ସହିତ ଲିଭରକୁ କାର୍ଯ୍ୟକ୍ଷମ କରିବାରେ ସହାୟକ ହୋଇଥାଏ। ରକ୍ତରେ ଥିବା ବିଷାକ୍ତ ପଦାର୍ଥକୁ ବାହାର କରିଥାଏ। ତେଣୁ ଖାଦ୍ୟରେ ପ୍ରତିଦିନ ପାଳକ, ମେଥି, ଗ୍ରୀନ ମଟର, ଭେଣ୍ଡି, କଦଳୀ, ବ୍ରୋକଲି ଇତ୍ୟାଦି ଖାଆନ୍ତୁ।

vitamic c

ଭିଟାମିନ ସି ଯୁକ୍ତ ଖାଦ୍ୟ : ପ୍ରତିଦିନ ଭିଟାମିନ- ସିରେ ଭରପୁର ଥିବା ଖଟା ଫଳ ଖାଇବା ଶରୀର ପାଇଁ ସୁସ୍ଥ ରହିଥାଏ। ଏଥିରେ ଡିଟକ୍ସିଫାଇଗିଂ ଏନଜାଇମ ଲିଭରକୁ ଉତ୍ତମ ଢଙ୍ଗରେ କାମ କରିବାର ଶକ୍ତି ଦେଇଥାଏ। ତେଣୁ ଲିଭରକୁ ସୁସ୍ଥ ରଖିବାର ପାଇଁ ନିଜ ଡାଏଟରେ ପିଜୁଳି, କମଳା, ଲେମ୍ବୁ, ଅଳାଁ ଭଳି ଭିଟାମିନ ସି ଖାଦ୍ୟକୁ ସାମିଲ କରନ୍ତୁ।

ରସୁଣ : ରସୁଣରେ ଆଣ୍ଟି ଅକ୍ସିଡାଣ୍ଟ, ଆଣ୍ଟି ବ୍ୟାକ୍ଟେରିଆଲ, ଆଣ୍ଟି ଫଙ୍ଗଲ ଇତ୍ୟାଦି ଗୁଣ ରହିଥାଏ। ଏହାର ସେବନ କଲେ ଶରୀରରେ ଥିବା ଦୂଷିତ ପଦାର୍ଥ ବାହାରିଯାଏ। ଏଥିରେ ଭରପୂର ମାତ୍ରାରେ ପୋଷକ ତତ୍ତ୍ୱ ରହିଥାଏ।

apple

ସେଓ : ପ୍ରତିଦିନ ଗୋଟେ ସେଓ ଖାଇବା ଉଚିତ। ଏଥିରେ ଥିବା ପୋକ୍ଟିନ ତତ୍ତ୍ୱ ଶରୀରରେ ଥିବା ଦୂଷିତ ପଦାର୍ଥକୁ ବାହାର କରିବା ସହିତ ପାଚନ କ୍ରିୟାକୁ ମଜବୁତ କରିଥାଏ।

ହଳଦୀ : ଔଷଧୀୟ ଗୁଣରେ ଭରପୁର ହଳଦୀ। ହଳଦୀ ଖାଇବା ଦ୍ୱାରା ଲିଭର ସମ୍ବନ୍ଧୀୟ ରୋଗରୁ ମୁକ୍ତି ମିଳିଥାଏ। ଏଥିରେ ଆଣ୍ଟି ଅକ୍ସିଜେଣ୍ଟ, ଆଣ୍ଟି ବ୍ୟାକ୍ଟେରିଆଲ ଗୁଣ ଲିଭରକୁ ଭଲ ଢଙ୍ଗରେ କାମ କରିବାକୁ ଶକ୍ତି ଦେଇଥାଏ।

haldi

ଏଗୁଡିକ ବ୍ୟତୀତୀ ଆପଣ ଡ୍ରାଏ ଫ୍ରୁଟ୍‌, ଗ୍ରୀନ ଟି ଇତ୍ୟାଦି ଆପଣଙ୍କ ଖାଇବାରେ ସାମିଲ କରିପାରିବେ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button