ରାଜ୍ୟ

ଆଜି ଡିନରରେ ବନାନ୍ତୁ ଆଳୁ ବିରିୟାନୀ, କେବେବି ଚାଖିନଥିବେ ଏମିତି ସ୍ୱାଦ

ସବୁବେଳେ ଦେଖାଯାଏ ଯେ ଲୋକମାନେ ଡିନରକୁ ନେଇ ବହୁତ କନଫ୍ୟୁଜ୍‌ ଥାଆନ୍ତି। ଆଉ ଭାବନ୍ତି ଯେ ଏମିତି କିଛି ଗୋଟେ ରେସିପି ହୁଅନ୍ତାନି ଯାହା ଜଲଦି ହୋଇଯିବ। ଏମିତିରେ ଆଜି ଆମେ ଆପଣଙ୍କ ପାଇଁ ଆଳୁ ବିରିୟାନୀ ବନାଇବା ରେସିପି ନେଇ ଆସିଛୁ। ଯାହା ଆପଣଙ୍କ ଡିନରକୁ ବହୁତ ସ୍ପେଶାଲ କରିଇଦେବ। ଏହି ବିରିୟାନୀ ସ୍ୱାଦିଷ୍ଟ ହେବା ସହିତ ବନାଇବା ମଧ୍ୟ ବହୁତ ସହଜ। ତାହେଲେ ଆସନ୍ତୁ ଜାଣିବା ଏହାକୁ କେମିତି କରିବେ ପ୍ରସ୍ତୁତ।

ଆବଶ୍ୟକ ସାମଗ୍ରୀ

ବାସୁମତି ଚାଉଳ – ଦେଢ଼ କପ୍‌
ଆଳୁ – ୩ଟି (ମିଡିୟମ କଟା ହୋଇଥିବା)
ପିଆଜ – ଗୋଟିଏ (ଲମ୍ବା କଟା ହୋଇଥିବା)
ଟମାଟୋ – ଗୋଟିଏ
ଅଦା ରସୁଣ ପେଷ୍ଟ – ଗୋଟେ ଚାମଚ
ପୁଦିନା – ୧/୨ କପ୍‌
ଧନିଆ ପତ୍ର – ଅଧା କପ୍‌
ଦହି – ୧/୨ କପ୍‌
ବିରିୟାନୀ ମସଲା ପାଉଡର – ୧ ଚାମଚ
ହଳଦି ପାଉଡର – ୧/୨ ଟେବୁଲ ଚାମଚ
କଞ୍ଚା ଲଙ୍କା – ୨ଟି
ତେଲ – ଆବଶ୍ୟକ ଅନୁଯାୟୀ
ଲୁଣ – ସ୍ୱାଦାନୁସାରେ
ପାଣି – ଅଢ଼େଇ କପ୍‌
ଡାଲଚିନି – ୧
ତେଜ ପତ୍ର – ୨ଟି
ଲବଙ୍ଗ – ୩ଟି
ଅଳେଇଚ – ୨ଟି

ପ୍ରସ୍ତୁତି ପ୍ରଣାଳୀ

-ଯେଉଁ ପାତ୍ରରେ ବିରିୟାନୀ ବନାଇବେ ତାହାକୁ ଭଳଭାବେ ଗରମ କରନ୍ତୁ। ଏହାରେ ସେଥିରେ ଡାଲଚିନି, ଅଳେଇଚ, ଲବଙ୍ଗ ଏବଂ ତେଜପତ୍ର ପକାନ୍ତୁ।

-ଏହାପରେ ଏଥିରେ ଆଳୁ ପକାଇ ଦୁଇ ମିନିଟ ଭାଜି ଦିଅନ୍ତୁ। ଏହାପରେ କଟା ପିଆଜ, କଞ୍ଚା ଲଙ୍କା, ଅଦା-ରସୁଣ ପେଷ୍ଟ ପକାଇ ମିକ୍ସ କରନ୍ତୁ। ଏହାକୁ ସୁନେଲୀ ରଙ୍ଗ ହେବା ପଯ୍ୟର୍ନ୍ତ ଭାଜନ୍ତୁ।

-ଏହାପରେ ଟମାଟୋ ପକାଇ ତାକୁ ନରମ କରନ୍ତୁ।

-ଏହାପରେ ଦହି, ପୁଦିନା, ଧନିଆ ପତ୍ର, ବିରିୟାନୀ ମସଲା ପାଉଡର, ହଳଦି ପାଉଡର ପକାଇ ଗୋଟେ ମିନିଟ ପଯ୍ୟର୍ନ୍ତ ଭାଜନ୍ତୁ।

-ଏବେ ବାସୁମତୀ ଚାଉଳ, ଲୁଣ ଏବଂ ପାଣି ପକାଇ ଘୋଡାଇ ଦିଅନ୍ତୁ। ଆଉ ୬ ରୁ ୭ ମିନିଟ ପାଇଁ ରାନ୍ଧନ୍ତୁ। ଏବେ ପ୍ରେସର ଆପେ ଆପେ ବାହାରକୁ ବାହାରିବାକୁ ଦିଅନ୍ତୁ।

-ଏବେ ପ୍ରସ୍ତୁତ ହୋଇଯାଇଛି ଆପଣଙ୍କ ବିରିୟାନୀ, ଯାହାକୁ ଆପଣ ରାଇତା ସହିତ ସର୍ଭ କରିପାରିବେ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button