ରାଜ୍ୟ

ହାଟରୁ ଲକ୍ଷାଧିକ ଟଙ୍କାର ହାଇମାଷ୍ଟ ଲାଇଟ୍‌ ଚୋରି

ବୈଶିଙ୍ଗା: ସନ୍ଧ୍ୟା ହେଲେ ମୟୂରଭଂଜ ଜିଲ୍ଲା ବୈଶିଙ୍ଗା ଥାନା ଅଧୀନ ସୂଚମହୁରୀ ଉପକଣ୍ଠ ଦାହିବାଡ଼ି ହାଟରେ ବୁଧବାର ଓ ଶନିବାରକୁ ଛାଡିଦେଲେ ଅନ୍ୟଦିନରେ ଅସାମାଜିକ ଯୁବକଙ୍କ ଅଡ୍ଡା ଜମୁଛି। ଏମିତିକି ସେଠାରେ ସବୁ ପ୍ରକାର ନିଶା କାରବାର ହେବାନେଇ ମଧ୍ୟ ପାଖ ଗ୍ରାମବାସୀ ଅଭିଯୋଗ କରିଛନ୍ତି। ହାଟ ସମେତ ଉକ୍ତ ଅଞ୍ଚଳରେ ଦିନକୁ ଦିନ ବଢୁଛି ଚୋରି ଘଟଣା।

ତେବେ ସୋମବାର ରାତିରେ ଉକ୍ତ ହାଟ ପରିସରରେ ଲାଗିଥିବା ୨ଟି ଖୁଣ୍ଟରୁ ଲକ୍ଷାଧିକ ଟଙ୍କାର ୧୬ଗୋଟି ହାଇମାଷ୍ଟ ଲାଇଟ ଚୋରି ହୋଇଯାଇଛି।

ଗ୍ରାମବାସୀଙ୍କ ଠାରୁ ମିଳିଥିବା ସୂଚନା ଅନୁଯାଇ ଦାହିବାଡି ହାଟ ପରିସରରେ ବୁଧବାର ଓ ଶନିବାରକୁ ଛାଡି ପ୍ରତିଦିନ ସନ୍ଧ୍ୟା ହେଲେ ଚାଳିଘର ଗୁଡିକରେ ଅସାମାଜିକ ଯୁବକଙ୍କ ଅଡ୍ଡା ଜମେ ଓ ବିଭିନ୍ନ ପ୍ରକାର ନିଶା କାରବାର ବି ହୁଏ।

ଅନାବଶ୍ୟକ ଆଡ୍ଡାକୁ ଏଡାଇବାକୁ ତଥା ହାଟଦିନ ଗୁଡିକରେ ଗ୍ରାହକ ଓ ବ୍ୟବସାୟୀଙ୍କ ହିତ ଉଦେଶ୍ୟରେ ସ୍ଥାନୀୟ ବିଧାୟକ ସନାତନ ବିଜୁଳି ଗତ ବର୍ଷ ସମଗ୍ର ହାଟ ପରିସରରେ ୪ଗୋଟି ଖୁଣ୍ଟ ପୋତି ଲକ୍ଷାଧିକ ଟଙ୍କା ବିନିମୟରେ ୩୨ଟି ହାଇମାକ୍ସ ଲାଇଟ ଲଗେଇବାର ବ୍ୟବସ୍ଥା କରାଇଥିଲେ। ଆଲୋକୀକରଣ ପରେ ହାଟରୁ ହେଉଥିବା ଚୋରି ସମେତ ଅନ୍ୟ ଦିନରେ ବସୁଥିବା ଅଡ୍ଡା ମଧ୍ୟ କମିଯାଇଥିଲା। ହେଲେ ଗତକାଲି ରାତିରେ କିଛି ଦୁର୍ବୁତ୍ତ ହାଟ ପରିସରସ୍ଥ ଦୁଇଟି ଖୁଣ୍ଟରୁ ଲକ୍ଷାଧିକ ଟଙ୍କାର ୧୬ଟି ହାଇମାକ୍ସ ଲାଇଟ ଚୋରାଇ ନେଇଛନ୍ତି। ସକାଳୁ ସ୍ଥାନୀୟ ଲୋକ ଲାଇଟ ଚୋରି ହୋଇଯାଇଥିବା ଦେଖି ପୁଲିସକୁ ଖବର ଦେବା ସହିତ ଲିଖିତ ଅଭିଯୋଗ ମଧ୍ୟ କରିଥିଲେ।

ବିଧାୟକ ମଧ୍ୟ ଉକ୍ତ ଚୋରି ପାଇଁ ନିଜର କ୍ଷୋଭ ପ୍ରକାଶ କରିଵା ସହିତ ଯଥାଶୀଘ୍ର ଚୋରଙ୍କୁ ଧରିବା ସହିତ ଚୋରି ସାମଗ୍ରୀ ଜବତ କରିବାକୁ ପୁଲିସକୁ ତାଗିଦ କରିଥିଲେ। ପ୍ରାପ୍ତ ସୂଚନା ଅନୁଯାଇ ଏହି ସାପ୍ତାହିକ ହାଟରୁ ବାଇକ ଚୋରି ମଧ୍ୟ ନିତିଦିନିଆ ଘଟଣା।

Related Articles

Leave a Reply

Your email address will not be published. Required fields are marked *

Back to top button