ରାଜ୍ୟ

ଯୁବକଙ୍କ ପେଟରୁ ବାହାରିଲା ୧୫ କେଜି ଓଜନର ଟ୍ୟୁମର – Ibnodisha

[ad_1]

ଭୁବନେଶ୍ୱର: ପେଟରୁ ବାହାରିଲା ୧୫ କେଜି ଓଜନର ଟ୍ୟୁମର। ୬ ଘଣ୍ଟାର ଅପରେସନ ପରେ ୧୯ ବର୍ଷୀୟ ଯୁବକ ସୋହେଲ ଖାନ୍‌ଙ୍କ ପେଟରୁ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲର ଡାକ୍ତରୀ ଟିମ୍ ଏହି ଟ୍ୟୁମର ବାହାର କରିଛନ୍ତି ।

ସୂଚନା ଅନୁସାରେ, ସୋହେଲଙ୍କୁ ଜ୍ୱର ଲାଗି ରହିବାରୁ ତାଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ତେବେ CT ସ୍କାନ ଓ MRI ପରୀକ୍ଷାରୁ ତାଙ୍କର ପେଟରେ ୧ ଘନଫୁଟର ଟ୍ୟୁମର ରହିଥିବା ଜାଣିବାକୁ ପାଇଥିଲେ ଡାକ୍ତରୀ ଟିମ୍।

ଟ୍ୟୁମରଟି ଶରୀରର ବିଭିନ୍ନ ଅଙ୍ଗକୁ ଲାଗି ରହିଥିଲା। ଏହା ଜଣାପଡ଼ିବା ପରେ ଡାକ୍ତରୀ ଟିମ୍‌ ସୋହେଲଙ୍କ ଅପରେସନ କରି ଟ୍ୟୁମରକୁ ବାହାର କରିଛନ୍ତି। ସୋହେଲ ଏବେ ସୁସ୍ଥ ଥିବା ଜଣାପଡିଛି। ଜଣେ ପୁରୁଷ ଶରୀରରୁ ଏତେ ବଡ଼ ଟ୍ୟୁମର ବାହାରିବା ବିରଳ ବୋଲି ଅସ୍ତ୍ରୋପଚାର କରିଥିବା ଡାକ୍ତରୀ ଟିମ୍ କହିଛନ୍ତି।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button