ଦେଶ

କାନାଡ଼ାରେ ପୁଣି ଭାରତୀୟ ବଂଶୋଦ୍ଭବଙ୍କୁ ଟାର୍ଗେଟ; ଆଖିବୁଜା ଗୁଳିମାଡ କଲେ – Ibnodisha

[ad_1]

ନୂଆଦିଲ୍ଲୀ: କାନାଡ଼ାରେ ପୁଣି ଭାରତୀୟ ବଂଶୋଦ୍ଭବଙ୍କୁ ଟାର୍ଗେଟ । କାନାଡ଼ାରେ ଥିବା ଜଣେ ହିନ୍ଦୁ ବ୍ୟବସାୟୀଙ୍କ ଘର ଉପରକୁ ହୋଇଛି ଆଖିବୁଜା ଗୁଳିମାଡ଼ । ଏଥିରେ କେହି ମୃତାହତ ହୋଇ ନ ଥିବା ଜଣାଯାଇଛି । ତେବେ ଏହା ପଛରେ ଖଲିସ୍ତାନୀ ଆତଙ୍କବାଦୀଙ୍କ ହାତ ଅଛି ନା ନାହିଁ ତାହା ସ୍ପଷ୍ଟ ହୋଇନି । କାନାଡାର ସୁରେ ସହରରେ ଘଟିଛି ଏପରି ଘଟଣା । ସୁରେ ଅଞ୍ଚଳରେ ଥିବା ଲକ୍ଷ୍ମୀ ନାରାୟଣ ମନ୍ଦିରର ପୂଜା ସତୀଶ କୁମାରଙ୍କ ବଡ଼ ପୁଅଙ୍କ ଘର ଉପରକୁ ଏହି ଫାୟାରିଂ ହୋଇଥିବା ଜଣାଯାଇଛି । ଗତ ବୁଧବାର ସକାଳେ କିଛି ଆତତାୟୀ ପହଞ୍ଚି ଆଖି ବୁଜା ଗୁଳି ଚାଳନା କରି ଫେରାର ହୋଇ ଯାଇଥିଲେ ।

ସେମାନେ ପ୍ରାୟ ୧୪ ରାଉଣ୍ଡ ଗୁଳି ଚଳାଇଥିବା ସତୀଶ କୁମାର ସୂଚନା ଦେଇଛନ୍ତି । ଖବର ପାଇ ପୁଲିସ୍ ତୁରନ୍ତ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି । ପୁଲିସ୍ ସ୍ଥାନୀୟ ଅଞ୍ଚଳବାସୀଙ୍କୁ ପଚରାଉଚରା କରିବା ସହ ଆଖପାଖର ସିସିଟିଭି ଯାଞ୍ଚ କରି ଅଭିଯୁକ୍ତଙ୍କୁ ଚିହ୍ନଟ ପାଇଁ ପ୍ରୟାସ ଚଲାଇଛି । ତେବେ ଏହା ପଛରେ ଖଲିସ୍ତାନୀ ଆତଙ୍କବାଦୀଙ୍କ ହାତ ଅଛି ନା ଆଉ କାହାର ହାତ ତାହା ସ୍ପଷ୍ଟ ହୋଇ ପାରିନି । ପୁଲିସ୍ ଘଟଣାର ତଦନ୍ତ କରୁଥିବାରୁ କିଛି ସଠିକ୍ ସୂଚନା ମିଳି ପାରି ନ ଥିବା କହିଛନ୍ତି ସତୀଶ କୁମାର । ଏଥିରେ କେହି ଆହତ କିମ୍ବା ମୃତାହତ ହୋଇ ନ ଥିବା ବେଳେ ଘର ଚାରିପଟେ ଗୁଳି ମାଡ଼ର ଦାଗ ସ୍ପଷ୍ଟ ଜଣାପଡ଼ୁଛି । କାନାଡାରେ ଭାରତୀୟ ହିନ୍ଦୁଙ୍କ ପ୍ରତି ହିଂସାତ୍ମକ ଘଟଣା ବଢ଼ି ଚାଲିଥିବା ବେଳେ ମନ୍ଦିରଗୁଡ଼ିକୁ ଟାର୍ଗେଟ କରାଯାଉଛି । କିଛି ଦିନ ପୂର୍ବେ ସୁରେସ୍ଥିତ ଲକ୍ଷ୍ମୀ ନାରାୟଣ ମନ୍ଦିର ଓ ବ୍ରାମ୍ପଟନ୍‌ସ୍ଥିତ ମନ୍ଦିରରେ ଭଙ୍ଗାରୁଜା ହୋଇଥିଲା ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button