ବିଦ୍ୟୁତ ଖୁଣ୍ଟ ଉପରେ ଚଢ଼ିଗଲେ ସ୍ତ୍ରୀ; କାହିଁକି ଜାଣନ୍ତୁ…. – Ibnodisha

[ad_1]
ନୂଆଦିଲ୍ଲୀ:ଉତ୍ତରପ୍ରଦେଶର ଗୋରଖପୁରର ପିପରାଇଚ ଥାନା ଅଞ୍ଚଳରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଜଣେ ବିବାହିତ ମହିଳା ନିଜ ପ୍ରେମିକଙ୍କୁ ପାଖରେ ରଖିବା ପାଇଁ ସ୍ବାମୀ ନିକଟରେ ଜିଦ କରିଥିଲେ। ଏହି ଜିଦରେ ସ୍ବାମୀ ରାଜି ନହେବାରୁ ମହିଳା ବିଦ୍ୟୁଦ ଖୁଣ୍ଟ ଉପରେ ଚଢ଼ି ଯାଇଥିଲେ। ଏହି ଘଟଣାର ଫଟୋ ଓ ଭିଡିଓ ବି ସୋସିଆଲ ମିଡିଆରେ ଘୁରି ବୁଲୁଛି। ଗତବୁଧବାର ଦ୍ବିପହର ସମୟରେ ଜଣେ ମହିଳା ଘରୁ ବାହାରି ହଠାତ ବିଦ୍ୟୁତ ଖମ୍ଭରେ ଚଢ଼ି ଯାଇଥିଲେ।
ଏହାପରେ ସେଠାରେ ହାଏଭୋଲଟେଜ ଡ୍ରାମା ଆରମ୍ଭ ହୋଇଯାଇଥିଲା। ଦେଖୁଦେଖୁ ଲୋକଙ୍କ ଭିଡ଼ ବି ଘଟଣାସ୍ଥଳରେ ଜମି ଯାଇଥିଲା। ତେବେ ଘଟଣାଟି ହେଉଛି ଏପରି, ତିନିଜଣ ପିଲାଙ୍କ ମା’ ତାଙ୍କ ପ୍ରେମିକଙ୍କୁ ପାଖରେ ରଖିବା ପାଇଁ ସ୍ବାମୀ ରାମ ଗୋବିନ୍ଦଙ୍କ ନିକଟରେ ଜିଦ କରିଥିଲେ। ସ୍ତ୍ରୀଙ୍କ ଏଭଳି ଜିଦରେ ସ୍ବାମୀ ରାଜି ହୋଇ ନଥିଲେ । ଏହି କାରଣରୁ ସ୍ବାମୀ ଓ ସ୍ତ୍ରୀ ମଧ୍ୟରେ ଝଗଡ଼ା ହୋଇଥିଲା। ତେଣୁ ରାଗରେ ମହିଳା ନିକଟସ୍ଥ ବିଦ୍ୟୁତ ଖୁଣ୍ଟ ଉପରେ ଚଢ଼ି ଯାଇଥିଲେ। ଏହି ଘଟଣା ସମ୍ପର୍କରେ ଖବର ପାଇବା ପରେ ପୁଲିସ ପହଞ୍ଚି ମହିଳାଙ୍କୁ ବୁଝାଇ ତଳକୁ ଓହ୍ଲାଇଥିଲା। ପୁଲିସ ସୂତ୍ରରୁ ପ୍ରକାଶ, ପ୍ରାଥମିକ ଯାଞ୍ଚରୁ ପାରିବାରିକ କହଳ ହେତୁ ମହିଳା ବିଦ୍ୟୁତ ଖମ୍ଭରେ ଚଢ଼ି ଯାଇଥିବା ଜଣାପଡ଼ିଛି। ମହିଳାଙ୍କୁ ବୁଝାସୁଝା କରି ସ୍ବାମୀଙ୍କ ସହିତ ଘରକୁ ପଠାଇ ଦିଆଯାଇଛି। ଉଭୟ ସ୍ବାମୀ ଓ ସ୍ତ୍ରୀଙ୍କ ବୟାନ ରେକର୍ଡ କରି ଯାଞ୍ଚ କରାଯାଉଛି।
[ad_2]




