ମନୋରଞ୍ଜନ

ପଙ୍କଜ ଲୋକପ୍ରିୟ କଳାକାର ହୋଇ ବି ଗର୍ବିତ ନୁହନ୍ତି ବାପା, ମା’ଙ୍କର ରହିଛି କେବଳ ଏହି ଚିନ୍ତା – Ibnodisha

[ad_1]

ମୁମ୍ବାଇ: ପଙ୍କଜ ତ୍ରିପାଠୀ ବଲିଉଡର ପ୍ରତିଭାବାନ ଅଭିନେତାଙ୍କ ମଧ୍ୟରୁ ଜଣେ। ସେ ଜଣେ ଏଭଳି ଅଭିନେତା ଯିଏ ଅତି ନିଖୁଣ ଭାବେ ସବୁ ଚରିତ୍ରକୁ ଖୁବ ସହଜରେ କରିପାରନ୍ତି। କୌଣସି ସଂଳାପ ବିନା ମଧ୍ୟ ଅଭିନୟ କରିବା ଏବଂ ଦର୍ଶକଙ୍କ ହୃଦୟକୁ ଛୁଇଁବା ପଙ୍କଜଙ୍କୁ ବହୁତ ଭଲ ଭାବରେ ଜଣା। ତେବେ ଅନେକ ସଂଘର୍ଷ ପରେ ବଲିଉଡରେ ନିଜର ସ୍ବତନ୍ତ୍ର ସ୍ଥାନ ତିଆରି କରିଥିଲେ ବି ପଙ୍କଜଙ୍କ ବାପା ତାଙ୍କୁ ନେଇ ଗର୍ବିତ ନୁହନ୍ତି। ଏକଥା ଅଭିନେତା ନିଜେ ଜଣାଇଛନ୍ତି।

ଏକ ସାକ୍ଷାତକାରରେ ପଙ୍କଜ କହିଛନ୍ତି ଯେ, ମୁଁ ଏତେ ବର୍ଷ ହେଲାଣି ଇଣ୍ଡଷ୍ଟ୍ରିରେ କାମ କରୁଥିଲେ ବି ବାପା ମୋ କାମ ବିଷୟରେ ଭଲ ଭାବରେ ଜ‌ାଣିନାହାନ୍ତି। ସେ ମୋର ସଫଳତା ପାଇଁ ଅତ୍ୟଧିକ ଗର୍ବିତ ନୁହଁନ୍ତି। ମୋ ବାପା ସିନେମାରେ ମୁଁ କ’ଣ ଏବଂ କିପରି କରେ ତାହା ମଧ୍ୟ ଜାଣନ୍ତି ନାହିଁ। ଆଜି ପର୍ଯ୍ୟନ୍ତ ସେ ଥିଏଟର ଭିତରରୁ କିପରି ଦେଖାଯାଏ ତାହା ଜାଣିନାହାଁନ୍ତି।

republicworld

ଯଦି କେହି ତାଙ୍କୁ କମ୍ପ୍ୟୁଟରରେ କିମ୍ବା ଟିଭିରେ ମୋ ଫିଲ୍ମ ବା ୱେବ ସିରିଜ୍ ଦେଖାଏ, ତେବେ ‌ସେ ଦେଖନ୍ତି। ମୋ ମା’ଙ୍କ କଥା କହିବାକୁ ଗଲେ ସେ ସବୁବେଳେ ମୋ ସ୍ବାସ୍ଥ୍ୟକୁ ନେଇ ଚିନ୍ତିତ ଥାନ୍ତି। ମୁଁ ପତଳା କାହିଁକି ହୋଇଯାଉଛି ବୋଲି ସେ ଅଧିକ ଚିନ୍ତା କରନ୍ତି। ମଁ କେତେ ବଡ଼ କଳାକାର କି ମୋର କାମ କ’ଣ, ତାହା ସେ କେବେ ଜାଣିବାକୁ ଚାହିନାହାନ୍ତି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button