ଦେଶ

ଭୋଭୋ ହୋଇ କାନ୍ଦି ସୀମାଙ୍କ ସ୍ବାମୀ କହୁଛନ୍ତି ‘ମୁଁ ଖବୁଶୀଘ୍ର ଭାରତ ଯିବି’ – Ibnodisha

[ad_1]

ନୂଆଦିଲ୍ଲୀ: ପାକିସ୍ତାନ ନାଗରିକ ସୀମା ହାଇଦର ପ୍ରେମିକ ସଚିନ ମିଣାଙ୍କ ପାଇଁ ବେଆଇନ ଭାବେ  ସୀମା ଅତିକ୍ରମ କରି ଭାରତରେ ପହଞ୍ଚି ଯାଇଥିଲେ। ଆଜିପର୍ଯ୍ୟନ୍ତ ତାଙ୍କୁ ଓ ସଚିନଙ୍କୁ ନେଇ ବିଭିନ୍ନ ପ୍ରକାର ଯାଞ୍ଚ ଏଜେନ୍ସ ପଚରାଉଚରା ଜାରି ରଖିଛନ୍ତି। ସେ ଭାରତରେ ରହିବେ ନା ପାକିସ୍ତାନ ଫେରିଯିବେ ସେନେଇ କୌଣସି ସ୍ପଷ୍ଟ ସୂଚନା ଏଯାବତ ମିଳିପାରି ନାହିଁ।

ଏହି କ୍ରମରେ ସୀମାଙ୍କ ସ୍ବାମୀ ଗୁଲାମ ହାଇଦରଙ୍କୁ ନେଇ ଏକ ଖବର ସାମ୍ନାକୁ ଆସିଛି। ପାକିସ୍ତାନରେ ଥିବା ଗୁଲାମ ହାଇଦର କାନ୍ଦିକାନ୍ଦି କହିଛନ୍ତି, ‘ ଖୁବଶୀଘ୍ର ମୁଁ ମୋ ପିଲାଙ୍କୁ ନେବା ପାଇଁ ଭାରତ ଆସିବି। ଏନେଇ ମୁଁ ମୋ ଓକିଲଙ୍କ ସହିତ ବି କଥା ହୋଇଯାଇଛି।

ନିୟମ ଅନୁଯାୟୀ ମୁଁ ଭାରତରେ ପ୍ରବେଶ କରିବି ଆଉ ମୋ ପିଲାଙ୍କୁ ଧରି ପାକିସ୍ତାନ ଚାଲି ଯିବି। ସୀମା ତ ସ୍ତ୍ରୀ ଓ ମା’ ହେବାର ଅଧିକାର ହରାଇ ଦେଇଛନ୍ତି। ପିଲା ତ ମୋର। ତାଙ୍କର କିଛି ଦୋଷ ନାହିଁ। ସୀମା ଯଦି ଜଣେ ଭଲ ମା’ ହୋଇଥାଆନ୍ତେ ଏମିତି ଅଜଣା ଯୁବକଙ୍କ ସହିତ ଚାଲି ଯାଇ ନଥାଆନ୍ତେ। ପିଲାଙ୍କ ଭବିଷ୍ୟତ କଥା ତ ଥରେ ଚିନ୍ତା କରିଥାଆନ୍ତେ। ମୁଁ ସୀମା ଓ ସଚିନଙ୍କ ବିବାହକୁ ସ୍ବୀକାର କରେ ନାହିଁ।

ଯଦି ତାଙ୍କୁ ସଚିନ ପସନ୍ଦ ଥିଲା। ମୋତେ କହିଥାଆନ୍ତେ। ମୋ ଠାରୁ ଛାଡ଼ପତ୍ର ନେଇଥାଆନ୍ତେ। ତା’ପରେ ଯେଉଁଆଡେ ଯିବା କଥା ଚାଲି ଯାଇଥାଆନ୍ତେ। ତାଙ୍କ ଭୁଲକୁ ମୁଁ କ୍ଷମା କରି ପାରିବି ନାହିଁ। ଦଣ୍ଡତ ତାଙ୍କୁ ନିଶ୍ଚୟ ମିଳିବ।

ଯେତେବେଳେ ମୋ ପିଲା ସଚିନକୁ ବାପା କହି ଡାକୁଛନ୍ତି ମୋତେ ବହୁତ କଷ୍ଟ ହେଉଛି। ଭାରତ ସରକାରଙ୍କ ଉପରେ ମୋର ବିଶ୍ବାସ ଅଛି ସେ ମୋ ପିଲାଙ୍କୁ ମୋ ପାଖକୁ ପଠାଇ ଦେବେ। କାରଣ ସେମାନେ ତ ଏବେ ଛୋଟ ଅଛନ୍ତି। ତାଙ୍କୁ ଯାହା ଶିକ୍ଷା ଦିଆଯିବ ସେମାନେ ସେୟା କରିବେ।’

 

 



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button