ମନୋରଞ୍ଜନ

ରିଲିଜ ହେଲା ଫିଲ୍ମ ‘ଦେବରା’ର ଜବରଦସ୍ତ ଟ୍ରେଲର, ଦେଖିବାକୁ ମିଳିବ ଧାସୁ ଆକ୍ସନ୍ ଡ୍ରାମା

ଜୁନିଅର ଏନଟିଆର, ଜାନଭୀ କପୁର ଏବଂ ସୈଫ ଅଲ୍ଲୀ ଖାନଙ୍କ ଆଗାମୀ ଫିଲ୍ମ ‘ଦେବରା’ର ଦମଦାର ଟ୍ରେଲର ରିଲିଜ ହୋଇଛି, ଯେଉଁଥିରେ ଫ୍ୟାନ୍ସଙ୍କ ଜବରଦସ୍ତ ପ୍ରତିକ୍ରିୟା ମିଳୁଛି । ଜୁନିଅର NTRଙ୍କ ଏହି ଫିଲ୍ମ ଦୀର୍ଘ ସମୟ ଧରି ଖୁବ ଚର୍ଚ୍ଚାରେ ଥିଲା । ଫ୍ୟାନ୍ସମାନେ ଏହାର ଟ୍ରେଲରକୁ ଦୀର୍ଘ ସମୟ ଧରି ଅପେକ୍ଷା କରିଥିଲେ ଗତକାଲି ଏହାର ଟ୍ରେଲର ରିଲିଜ ହୋଇଛି ​​।

‘ଦେବରା’ ଟ୍ରେଲରରେ ଦେଖି ଜଣାପଡୁଛି ଯେ ଏହି ଫିଲ୍ମଟି ହାଇ ଆକ୍ସନ୍ ସିକ୍ୱେନ୍ସରେ ଭରପୂର ହେବ । ଏହି ଫିଲ୍ମର ଟ୍ରେଲର ରିଲିଜ ହେବା ପରେ ଦର୍ଶକଙ୍କ ମଧ୍ୟରେ ଫିଲ୍ମ ରିଲିଜ ପାଇଁ ଥିବା ଉତ୍ସାହ ଆହୁରି ବୃଦ୍ଧି ପାଇଛି ।

ଜୁନିଅର NTRଙ୍କ ଏହି ଫିଲ୍ମ ‘ଦେବରା’ ବିଷୟରେ କହିବାକୁ ଗଲେ ଏହା ହେଉଛି ଏକ ମାସ୍ ଆକ୍ସନ୍ ଡ୍ରାମା, ଯେଉଁଥିରେ ଜୁନିଅର ଏନଟିଆର ଡବଲ୍ ଭୂମିକାରେ ନଜର ଆସିବାକୁ ଯାଉଛନ୍ତି । ଏହି ଫିଲ୍ମରେ ସେ ପ୍ରଥମ ପିତାଙ୍କ ଭୂମିକାରେ ଅଭିନୟ କରିବେ, ଯିଏ ଖୁବ ନିର୍ଭୟ ଏବଂ ସାହସୀ । ଖୁବ ସାହସର ସହ ସେ ଫିଲ୍ମର ଖଳନାୟକ ସୈଫ ଅଲି ଖାନଙ୍କ ସହ ମଧ୍ୟ ଲଢ଼ିଛନ୍ତି । ଯେତେବେଳେ କି ଦ୍ୱିତୀୟ ଅବତାରରେ ସେ ଖୁବ ସାଧାରଣ ଏବଂ ଏକ ଭୟଭୀତ ଚରିତ୍ରରେ ନଜର ଆସିଛନ୍ତି ।

ଟ୍ରେଲରରୁ ଜଣାପଡିଛି ଯେ ସମସ୍ତଙ୍କ ରକ୍ତ ପାଇଁ ତୃଷାର୍ତ୍ତ ଭବରା (ସୈଫ ଅଲି ଖାନ)ଙ୍କ ବିରୋଧରେ ଦେବରା ଅର୍ଥାତ ଜୁନିଅର NTR ମୁହାଁମୁହିଁ ହେବେ । ସୈଫ ଅଲ୍ଲୀ ଖାନଙ୍କୁ ‘ଦେବରା – ପାର୍ଟ -1’ ରେ ଭୟଙ୍କର ଖଳନାୟକ ଭୂମିକାରେ ଦେଖିବାକୁ ମିଳିବ । ଏହି ଫିଲ୍ମରେ ସେ ଜୁନିଅର ଏନଟିଆରଙ୍କ ସହିତ ପ୍ରତିଦ୍ୱନ୍ଦ୍ୱିତା କରୁଥିବାର ଦେଖିବାକୁ ମିଳିବ । ଏହା ସହିତ ଜାନଭୀ କପୁର ଏହି ଫିଲ୍ମରେ ଜୁନିଅର ଏନଟିଆଙ୍କ ସହ ରୋମାନ୍ସ କରୁଥିବାର ନଜର ଆସିବେ । ଏହି ଫିଲ୍ମର ନିର୍ଦ୍ଦେଶକ ହେଉଛନ୍ତି ଶିବ କୋରାତାଲା ଏବଂ ୟୁବାସୁଧା ଆର୍ଟସ୍ ଏହି ଫିଲ୍ମ ନିର୍ମାଣ କରିଛନ୍ତି ।

ଜୁନିଅର ଏନଟିଆରଙ୍କ ଏହି ବହୁ ପ୍ରତୀକ୍ଷିତ ଫିଲ୍ମ ଚଳିତ ମାସ ଅର୍ଥାତ୍ ସେପ୍ଟେମ୍ବର ୨୭ ରେ ସିନେମାହଲରେ ରିଲିଜ ହେବାକୁ ଯାଉଛି । ଯଦିଓ, ପ୍ରଥମେ ଏହି ଫିଲ୍ମଟି ଦଶହରା ଅବସରରେ ରିଲିଜ୍ ହେବାର ଥିଲା, କିନ୍ତୁ ପରେ କିଛି କାରଣରୁ ଫିଲ୍ମର ରିଲିଜ୍ ତାରିଖ ସ୍ଥଗିତ ରଖାଯାଇଥିଲା । ଜୁନିଅର ଏନଟିଆର ଶେଷ ଥର ପାଇଁ ୨୦୨୨ ର ମେଗା ବ୍ଲକବଷ୍ଟର RRR ରେ ନଜର ଆସିଥିଲେ । ଯାହା ଓସ୍କାରରେ ମଧ୍ୟ ସ୍ଥାନ ହାସିଲ କରିଥିଲା । ଫିଲ୍ମର ଗୀତ ନାଟୁ-ନାଟୁ ବେଷ୍ଟ ଅରିଜିନାଲ ସଙ୍ଗ୍ କାଟାଗୋରୀରେ ଓସ୍କାର ଆୱାର୍ଡ ପାଇଥିଲା ​​।

Related Articles

Leave a Reply

Your email address will not be published. Required fields are marked *

Back to top button