ଜନ୍ମଦିନ ଅବସରରେ ଜାଣନ୍ତୁ ରେଖାଙ୍କ ସଂପର୍କିତ କିଛି ରୋଚକ କଥା – Ibnodisha

[ad_1]

ମୁମ୍ବାଇ: ବଲିଉଡ୍ର କୃଷ୍ଣ ସୁନ୍ଦରୀ ରେଖାଙ୍କର ଆଜି ଜନ୍ମଦିବସ। ବିଗତ ସତୁରି ଓ ଅଶୀ ଦଶକରେ ବଲିଉଡ୍ରେ ରାଜୁତି କରିଥିବା ରେଖା ଏଭଳି ଜଣେ ଅଭିନେତ୍ରୀ ଯିଏ ମହିଳାମାନଙ୍କୁ ତାଙ୍କ ପରି ସ୍ବାଧୀନଚେତା ଓ ଅଧିକ ଶକ୍ତିଶାଳୀ ହେବାକୁ ପ୍ରେରଣା ଦେଇଆସିଛନ୍ତି। ତାଙ୍କର ଶେଷ ବଲିଉଡ୍ ସିନେମା ଥିଲା ୨୦୧୪ରେ ମୁକ୍ତିଲାଭ କରିଥିବା ‘ସୁପର ନାନୀ’। ସେବେଠାରୁ ସେ ବଡ଼ ପରଦାଠୁ ଦୂରରେ ରହିଥିଲେ ହେଁ ବିଭିନ୍ନ କାର୍ଯ୍ୟକ୍ରମରେ ତାଙ୍କୁ ନିୟମିତ ଦେଖିବାକୁ ମିଳିଥାଏ। ସିନେମା କରୁନଥିଲେ ବି ଦର୍ଶକଙ୍କ ମନରେ ସେ ସବୁବେଳେ ‘ହିରୋଇନ୍’।
ତେବେ ତାଙ୍କ ବିଷୟରେ ଏପରି କିଛି କଥ ଅଛି, ଯାହା ହୁଏତ ଆପଣ ପୂର୍ବରୁ ଜାଣିନଥିବେ। ଆପଣ ଜାଣନ୍ତି କି? ରେଖାଙ୍କ ପୂରା ନାମ ହେଉଛି ଭାନୁରେଖା ଜେମିନି ଗଣେଶନ୍। ସେ ୧୯୫୪ ମସିହା ଅକ୍ଟୋବର ୧୦ ତାରିଖରେ ଜନ୍ମଲାଭ କରିଥିଲେ।
ତେବେ ସେ ଆରମ୍ଭରୁ କେବେ ବି ଜଣେ ଅଭିନେତ୍ରୀ ହେବାକୁ ଚାହିଁନଥିଲେ। ରୋଖା ଭାରି ଭ୍ରମଣ ପ୍ରିୟ। ସେଥିପାଇଁ ସେ ଜଣେ ଏୟାର୍ ହଷ୍ଟେସ୍ ହେବାକୁ ଚାହୁଁଥିଲେ। ହେଲେ ତାଙ୍କ ଆକର୍ଷଣୀୟ ବ୍ୟକ୍ତିତ୍ବ ତାଙ୍କୁ ଗ୍ଲାମର୍ ଆଡ଼କୁ ଟାଣି ନେଇଥିଲା।
ଥରେ ଏକ ସାକ୍ଷାତକାରରେ ରେଖାଙ୍କୁ ପଚରାଯାଇଥିଲା, ‘ଆପଣ ଜଣକୁ ଅତି ନିବିଡ଼ ଭାବରେ ଭଲ ପାଉଥିଲେ, ତାହା କ’ଣ କ୍ରମେ ଲୋପ ପାଇଯାଏ?’ ରେଖାଙ୍କର ଉତ୍ତର ଥିଲା, ‘ନା, ଥରେ ସମ୍ପର୍କ ବାନ୍ଧି ହୋଇଛି ମାନେ ତାହା ଚିର ଦିନ ପାଇଁ। ବେଳେ ବେଳେ ଆମେ ଅଧିକ ଆଶା କରୁ ଏବଂ ବେଳେ ବେଳେ ଯାହା ମିଳିଛି ସେତିକି ଯଥେଷ୍ଟ ହୋଇଥାଏ।’ ବୋଧେ ସମ୍ପର୍କକୁ ନେଇ ରେଖାଙ୍କ ଚିରସ୍ଥାୟୀ ଧାରଣା ଯୋଗୁଁ ତାଙ୍କର ଦୁଃଖଦ ପ୍ରେମ କାହାଣୀ ଆଜି ମଧ୍ୟ ଲୋକଙ୍କ ମନରେ ପ୍ରତିଧ୍ବନିତ ହୁଏ।
[ad_2]




