ରାଜ୍ୟ

ଭାରତୀୟ ଡାକ ଦିବସ : ଆଜିର ଇଣ୍ଟରନେଟ ଯୁଗରେ ଚିଠିର ସ୍ମୃତି ସର୍ବଦା ସଜ୍ଜଳ – Ibnodisha

[ad_1]

ଭୁବନେଶ୍ଵର : ଆଜିର ହ୍ଵାଟ୍ସଆପ ଓ ଇମେଲ ଯୁଗରେ ହାତଲେଖା ଚିଠି ଆମର ନବପିଢ଼ିଙ୍କ ପାଇଁ ଯଦିଓ ଏକ ଅତୀତ ହୋଇପାରେ, କିନ୍ତୁ ତାହାର ସ୍ମୃତି ସର୍ବଦା ସଜ୍ଜଳ । ଚିଠିରେ ବାର୍ତ୍ତା ପହଁଚିବା ପାଇଁ ଯଦିଓ ବେଶ କିଛି ସମୟ ଲାଗୁଥିଲା, କିନ୍ତୁ ଚିଠି ଲେଖୁଥିବା ଲୋକ ଆଉ ପଢ଼ୁଥିବା ଲୋକର ଭାବଗତ ସମ୍ପର୍କ ବହୁତ ନିକଟରେ ଅନୁଭବ ହେଉଥିଲା । ଚିଠି କେବଳ ଏକ କାଗଜରେ ଲେଖା ଅକ୍ଷର ନଥିଲା, ଚିଠି ଥିଲା ସ୍ନେହ, ପ୍ରେମ, ଭଲ ପାଇବାର ଏକ ନିଆରା ଅନୁଭବ । ଯଦିଓ ଡାକଵାଲା ଏବେ ଆଉ ଘର ଘର ବୁଲି ବାର୍ତ୍ତା ପହଞ୍ଚଉନି ତଥାପି ଆମ ଡାକ ସେବା ରହିଛି । ପରିବର୍ତ୍ତିତ ଧାରା ସହ ପାଦ ମିଶାଇ ବଦଳି ଚାଲିଛି ଆମ ଡାକସେବା । ଉନ୍ନତ ଅତ୍ୟାଧୁନିକ ଡିଜିଟାଲ୍‌ – ଫ୍ରେଣ୍ଡଲି ଓ ସବୁବର୍ଗ ତଥା ସବୁ ବୟସର ସାଥୀ ହୋଇଛି ଡାକ ସେବା ।ଆଜି ଭାରତୀୟ ଡାକ ଦିବସ । ଜାତୀୟ ଡାକ ଦିବସ ଅବସରରେ ଡାକ ବିଭାଗ ଜାତୀୟ ଡାକ ସପ୍ତାହ ପାଳନ କରିଥାଏ । ଭାରତୀୟ ଜନଜୀବନରେ ଡାକସେବାର ଏକ ଅନନ୍ୟ ଭୂମିକା ରହିଛି । ଏହା କେବଳ ଚିଠି ଦେଣନେଣ, ଲଫାପା, ଡାକ ଟିକଟ ବିକ୍ରି କରି ନ ଥାଏ ବରଂ ସମ୍ପର୍କୀୟଙ୍କୁ ପରସ୍ପର ସହ ଆତ୍ମିକ ଭାବେ ଯୋଡି ଥାଏ । ‘ଜାତୀୟ ଡାକ ଦିବସ’ର ମୂଳ ଉଦ୍ଦେଶ୍ୟ ହେଉଛି ଲୋକମାନଙ୍କ ମଧ୍ୟରେ ଡାକସେବା ବିଷୟରେ ପ୍ରଚାର ପ୍ରସାର କରିବା ଏବଂ ଏହାର ଗୁରୁତ୍ୱ ବିଷୟରେ ଜଣାଇବା । ଏଥିସହ ଲୋକଙ୍କ ସାମାଜିକ ଜୀବନ ଓ ଦେଶରେ ଅର୍ଥନୈତିକ ବିକାଶରେ ଏହାର ଅବଦାନ ବିଷୟରେ ପ୍ରଚାର କରିବା ।୧୮୫୪ ମସିହାରେ ଭାରତରେ ଡାକ ସେବା ଆରମ୍ଭ ହୋଇଥିଲା । ତେବେ ସର୍ବପ୍ରଥମେ ୧୭୬୬ ମସିହାରେ ଦେଶରେ ଡାକସେବା ଆରମ୍ଭ କରିବା ପାଇଁ ଇଷ୍ଟ ଇଣ୍ଡିଆ କମ୍ପାନୀ ଅଧୀନରେ ୱାରେନ୍ ହାଷ୍ଟିଙ୍ଗସ୍ ପଦକ୍ଷେପ ନେଇଥିଲେ । ଏହା ପ୍ରଥମେ “କମ୍ପାନୀ ମେଲ୍” ନାମରେ ପ୍ରତିଷ୍ଠିତ ହୋଇଥିଲା । ପରେ ପରେ ଏହା ଲର୍ଡ ଡେଲହାଉସୀଙ୍କ ଦ୍ୱାରା ୧୮୫୪ ମସିହାରେ ଏକ ସେବାରେ ରୂପାନ୍ତରିତ ହୋଇଥିଲା ।ବାସ୍ତବରେ ଦେଶର ଡାକ ବ୍ୟବସ୍ଥା ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ଭାରତୀୟ ଡାକ ଦିବସ କିମ୍ବା ଜାତୀୟ ଡାକ ଦିବସ ଜାତୀୟ ସ୍ତରରେ ପାଳନ କରାଯାଏ । ଯୋଗାଯୋଗ ମନ୍ତ୍ରଣାଳୟ ଅଧୀନରେ ଥିବା ପୋଷ୍ଟ ବିଭାଗ ଭାରତୀୟ ପୋଷ୍ଟ ସେବା ପରିଚାଳନା କରେ । ବିଶ୍ୱର ସର୍ବୋଚ୍ଚ ଡାକଘର ହିମାଚଳ ପ୍ରଦେଶର ହିକ୍କିମରେ ଥିବାବେଳେ ୧୭୭୪ ମସିହାରେ କୋଲକାତାରେ ଇଷ୍ଟ ଇଣ୍ଡିଆ କମ୍ପାନୀ ଦ୍ୱାରା ଭାରତର ପ୍ରଥମ ଡାକଘର ପ୍ରତିଷ୍ଠା କରାଯାଇଥିଲା । ସେହିପରି ସ୍ୱାଧୀନ ଭାରତରେ ପ୍ରଥମ ଡାକ ଷ୍ଟାମ୍ପ ନଭେମ୍ବର ୨୧, ୧୯୪୭ରେ ଜାରି କରାଯାଇଥିଲା । ସ୍ୱାଧୀନ ଭାରତର ପ୍ରଥମ ଡାକ ଷ୍ଟାମ୍ପରେ ଭାରତର ଜାତୀୟ ପତାକା ଚିତ୍ର ରହିଥିଲା । ଗାନ୍ଧିଜୀ ହେଉଛନ୍ତି ପ୍ରଥମ ବ୍ୟକ୍ତି ଯାହାଙ୍କ ଚିତ୍ର ପ୍ରଥମ ସ୍ୱାଧୀନ ଭାରତ ଡାକ ଷ୍ଟାମ୍ପରେ ସ୍ଥାନ ପାଇଥିଲା ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button