IBN ଓଡ଼ିଶା ଏକ୍ସକ୍ଲୁସିଭ୍

ଲାଇଫ୍‌ଷ୍ଟାଇଲ୍‌ରେ ସାମିଲ କରନ୍ତୁ ଏହି ୫ଟି ଅଭ୍ୟାସ, କିଛିଦିନ ପରେ ଦେଖନ୍ତୁ ଫରକ୍‌

ଚେହେରାର ଗ୍ଲୋକୁ ବଜାୟ ରଖିବା ପାଇଁ ଲୋକେ କେତେ କ’ଣ ପଇସା ଖର୍ଚ୍ଚ ନ କରନ୍ତି। କିନ୍ତୁ ଯଦି କିଛି ଅଭ୍ୟାସକୁ ନିଜ ଲାଇଫ୍‌ଷ୍ଟାଇଲରେ ସାମିଲ କରାଯାଏ, ତା’ହେଲେ ଆପଣଙ୍କୁ ଆଉ ପଇସା ଖର୍ଚ୍ଚ କରିବାକୁ ପଡ଼ିବ ନାହିଁ। ହଁ, ଆମେ କହୁଛୁ ଆପଣଙ୍କର ଏମିତି ୫ଟି ଅଭ୍ୟାସ ବିଷୟରେ, ଯାହା ସବୁବେଳେ ସ୍କିନ୍‌କୁ ହେଲ୍‌ଦି ଏବଂ ଗ୍ଲୋଇଙ୍ଗ୍‌ ରଖିବାରେ ସାହାଯ୍ୟ କରିଥାଏ।

k87

୧. ଦିନକୁ ଦୁଇଥର ମୁହଁ ଧୋଇବା

ଦିନକୁ ଦୁଇଥର ନିଶ୍ଚିତ ମୁହଁ ଧୁଅନ୍ତୁ। ଏହା ମୁହଁ ସଫା କରିଦେବା ସହ ଚର୍ମଛିଦ୍ରକୁ ବ୍ଲକ୍‌ ହେବାକୁ ଦେବନାହିଁ। ଏହାସହିତ ସବୁ ପ୍ରକାର ଇନ୍‌ଫେକ୍ସନରୁ ବି ଦୂରେଇ ରଖିବ।

୨. ଫୁଡ୍‌

ନିଜ ଖାଦ୍ୟ ଉପରେ ଧ୍ୟାନ ଦିଅନ୍ତୁ ଏବଂ ସେଥିରେ ଫଳ ଓ ପନିପରିବା ନିଶ୍ଚିତ ସାମିଲ କରନ୍ତୁ। ଫାଷ୍ଟ୍‍ ଫୁଡ୍‌ ଏବଂ ଅଏଲି ଫୁଡ୍‌ଠାରୁ ଦୂରେଇ ରୁହନ୍ତୁ। କାରଣ, ଏହା ଚର୍ମଛିଦ୍ରକୁ ସଫା ରଖିବା ଏବଂ ବ୍ରଣ ସମସ୍ୟାକୁ ଦୂର କରିବାରେ ସାହାଯ୍ୟ କରିବ।

kk99

୩. ନିଦ

ଷ୍ଟ୍ରେସ୍‌ ଏବଂ ଭଲ ନିଦ ନ ହେବା ଦ୍ୱାରା ସେଲ୍ସ ରିକଭର ହୋଇପାରିବ ନାହିଁ। ଫଳରେ ଚର୍ମରେ କୁଞ୍ଚନ ପଡ଼ିବା ଆରମ୍ଭ ହେବ ଏବଂ ଡାର୍କ ସର୍କଲ ମଧ୍ୟ ବଢ଼ିଯିବ। ଏହି କାରଣରୁ ଚେହେରାର ଗ୍ଲୋ ବି କମିଯିବ। ତେଣୁ ଉପଯୁକ୍ତ ନିଦରେ ଶୁଅନ୍ତୁ। ଏହାଦ୍ୱାରା ମନ ଏବଂ ତ୍ୱଚାକୁ ରିଲାକ୍ସ ମିଳିବ।

୪. ମଇଶ୍ଚରାଇଜର

ସ୍କିନ୍‌କୁ ମଇଶ୍ଚରାଇଜ୍‌ କରନ୍ତୁ। ଏଥିରେ ଗୋଟିଏ କଥା ନିଶ୍ଚିତ ମନେ ରଖନ୍ତୁ ଯେ ଆପଣଙ୍କ ସ୍କିନ୍‌ କିଭଳି? ଏହା ଅନୁସାରେ ଆପଣଙ୍କ କ୍ରିମ୍‌ ଚୟନ ହେବା ଦରକାର। ଉଦାହରଣ ସ୍ୱରୂପ, ଯଦି ଆପଣଙ୍କ ସ୍କିନ୍‌ ତୈଳାକ୍ତି, ତା’ହେଲେ ଜେଲ୍‌ କିମ୍ବା ଓ୍ଵାଟର ବେସ୍‌ କ୍ରିମ୍‌ ବେଷ୍ଟ୍‍ ଅପ୍‌ଶନ। ସେଠି ଡ୍ରାଏ ସ୍କିନ୍‌ ପାଇଁ ଡିପ୍‌ ମଇଶ୍ଚରାଇଜିଂ କ୍ରିମ୍‌ ଜରୁରୀ।

kk0

୫. ସନସ୍କ୍ରିନ

ସନ୍‌ସ୍କ୍ରିନ୍‌ କେବଳ ଗରମରେ ନୁହେଁ, ବରଂ ଶୀତଦିନେ ମଧ୍ୟ ନିଶ୍ଚିତ ଲଗାନ୍ତୁ। ଏହା ସ୍କିନ୍‌ ଏବଂ ସେଲ୍ସ ଡ୍ୟାମେଜ୍‌ରୁ ରକ୍ଷା କରିଥାଏ। ଏହାସହିତ ତାକୁ ଯୁବା ତଥା ହେଲ୍‌ଦି ରଖିବାରେ ସାହାଯ୍ୟ କରିଥାଏ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button