ଦେଶ

‘ରୁମ ହିଟର’ ନେଲା ଏକ ପରିବାର ୩ଜଣକ ଜୀବନ – Ibnodisha

[ad_1]

ଅଲବର: ‘ରୁମ ହିଟର’ ନେଲା ପୂରା ପରିବାରର ଜୀବନ। ରାଜସ୍ଥାନର ଅଲୱରରେ ରୁମ୍ ହିଟର ପାଇଁ ଏକ ପରିବାର ୩ଜଣକ ଜୀବନ ଯାଇଥିବା ଜଣାପଡ଼ିଛି। ସ୍ୱାମୀ ଓ ସ୍ତ୍ରୀ ତାଙ୍କର ଦୁଇ ମାସର ଝିଅ ସହିତ ଶୋଇଥିବା ବେଳେ ଶୀତରୁ ରକ୍ଷା ପାଇବା ପାଇଁ ରୁମରେ ଲଗାଯାଇଥିବା ହିଟରରୁ ନିଆଁ ଲାଗିଯାଇଥିଲା ବୋଲି ଜଣାପଡ଼ିଛି। ଏହି ଘଟଣାରେ ବାପ ଓ ଝିଅ ରୁମ ଭିତରେ ପୋଡ଼ି ହୋଇ ମୃତ୍ୟୁବରଣ କରିଥିବା ବେଳେ ଡାକ୍ତରଖାନାରେ ମହିଳାଙ୍କ ମୃତ୍ୟୁ ହୋଇଛି। ସୂଚନା ମୁତାବକ, ଏହି ଘଟଣା ଶେଖପୁର ପୁଲିସ ଷ୍ଟେସନ ଅଞ୍ଚଳର ମୁଣ୍ଡନା ଗ୍ରାମରେ ଘଟିଛି। ଏଠାରେ ରହୁଥିବା ଦୀପକଙ୍କର ୨ବର୍ଷ ପୂର୍ବେ ଜୟପୁରର ସଞ୍ଜୁ ଯାଦବଙ୍କ ସହ ପ୍ରେମ ବିବାହ ହୋଇଥିଲା। ଦୁଇ ମାସ ପୂର୍ବେ ସେମାନେ ଏକ କନ୍ୟା ସନ୍ତାନର ମାତାପିତା ହୋଇଥିଲେ। ଶୀତ ଅଧିକ ହେଉଥିବାରୁ ଦୀପକ ଏବଂ ସଞ୍ଜୁ ରୁମରେ ହିଟର ଲଗାଇ ଶୋଇଥିଲେ। ହଠାତ୍ ରାତିରେ ହିଟରରୁ ନିଆଁ ଲାଗିଯାଇଥିଲା। ଶୋଇବା ସମୟରେ ଏହି ଘଟଣା ଘଟିଥିବାରୁ ଦୀପକ ଏବଂ ତାଙ୍କ ଝିଅ ନିଶିକାଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ଅନ୍ୟପକ୍ଷରେ ସଞ୍ଜୁଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେ‌ଳେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ସାମ୍ନାକୁ ଆସିଛି। ଏଭଳି ପରିବାରର ୩ଜଣକୁ ହରାଇ ଭାଙ୍ଗି ପଡ଼ିଛନ୍ତି ସଞ୍ଜୁ ଓ ଦୀପକଙ୍କ ପରିବାର।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button