ଦେଶ

ହ୍ୱିଲ୍‌ଚେୟାର ନମିଳିବାରୁ ବୃଦ୍ଧ ଯାତ୍ରୀଙ୍କ ମୃତ୍ୟୁ ଘଟଣା; ଏୟାର ଇଣ୍ଡିଆକୁ ୩୦ ଲକ୍ଷ ଜୋରିମାନା – Ibnodisha

[ad_1]

ନୁୂଆଦିଲ୍ଲୀ: ଜଣେ ୮୦ ବର୍ଷ ବୟସ୍କ ବୃଦ୍ଧଙ୍କୁ ହ୍ୱିଲ୍ ଚେୟାର ଯୋଗାଇନଦେବା ଏବଂ ଏହି କାରଣରୁ ବୃଦ୍ଧଙ୍କ ମୃତ୍ୟୁ ହେବା ଘଟଣାରେ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (ଡିଜିସିଏ) ଆଜି ଏୟାର ଇଣ୍ଡିଆ ଉପରେ ୩୦ ଲକ୍ଷ ଟଙ୍କାର ଜୋରିମାନା ଦଣ୍ଡ ଲାଗୁ କରିଛି । ଏହାପୂର୍ବରୁ ଏହି ଘଟଣା ସହ ବିମାନ ଚଳାଚଳ ନିୟମ ଉଲ୍ଲଂଘନ ଘଟଣାରେ ଡିଜିସିଏ ଏୟାର ଇଣ୍ଡିଆକୁ କାରଣ ଦର୍ଶାଅ ନୋଟିସ୍ ଜାରି କରିସାରିଥିଲା ।

୭ଦିନ ମଧ୍ୟରେ ଜବାବ ଦେବାକୁ ଡିଜିସିଏ ନିର୍ଦ୍ଦେଶ ଦେଇଥିବା ବେଳେ ଏୟାର ଇଣ୍ଡିଆ ସନ୍ତୋଷଜନକ ଉତ୍ତର ଦେଇପାରିନଥିଲା । ଫଳରେ କାର୍ଯ୍ୟାନୁଷ୍ଠାନ ପୂର୍ବକ ଡିଜିସିଏ ଏୟାର ଇଣ୍ଡିଆ ଉପରେ ୩୦ ଲକ୍ଷ ଟଙ୍କାର ଜୋରିମାନା ଲାଗୁ କରିଛି । ସୂଚନାଯୋଗ୍ୟ, ୧୨ ଫେବ୍ରୁଆରୀ ୨୦୨୪ରେ ୮୦ ବର୍ଷ ବୟସ୍କ ବୃଦ୍ଧଜଣକ ନିଜ ବୟସ୍କା ପତ୍ନୀଙ୍କ ସହ ଆମେରିକାର ନ୍ୟୁୟର୍କ ସହରରୁ ମୁମ୍ବାଇ ଆସିଥିଲେ । କିନ୍ତୁ ମୁମ୍ବାଇ ଏୟାରପୋର୍ଟରେ ବିମାନ ଅବତରଣ ସମୟରେ ସେମାନଙ୍କୁ ୨ଟି ବଦଳରେ କେବଳ ଗୋଟିଏ ମାତ୍ର ହ୍ୱିଲ୍ ଚେୟାର ମିଳିଥିଲା । କିନ୍ତୁ ବୃଦ୍ଧଜଣକ ନିଜ ପତ୍ନୀଙ୍କୁ ଉକ୍ତ ହ୍ୱିଲ୍‌ଚେୟାର ଦେଇଥିଲେ ଏବଂ ନିଜେ ଇମିଗ୍ରେସନ କାଉଣ୍ଟର ପର୍ଯ୍ୟନ୍ତ ପ୍ରାୟ ୧.୫ କିମି ଚାଲି ଚାଲି ଆସିଥିଲେ । ଏହିସମୟରେ ସେ ମୃତ୍ୟୁବରଣ କରିଥିଲେ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button