ରାଜ୍ୟ

ନଦୀରେ ଗାଧୋଉଥିବା ବେଳେ ଯୁବକ ନିଖୋଜ – Ibnodisha

[ad_1]

ବାଲେଶ୍ବର: ବାଲେଶ୍ବର ଜିଲ୍ଲା ଚାନ୍ଦିପୁର ଥାନା ଗବଗାଁ ଅଞ୍ଚଳରେ ଗତକାଲି ଜଣେ ଯୁବକ ନଦୀକୁ ଗା​ଧୋଇବାକୁ ଯାଇଥିବା ବେଳେ ନଦୀରେ ବୁଡ଼ି ନିଖୋଜ ହୋଇଯାଇଛନ୍ତି। ନଦୀ​ରେ ଜୁଆ​ର ଥିବା ସମୟରେ ଏହି ଘଟଣା ଘଟିଥିଲା। ଖବର ପାଇ ଅଗ୍ନିଶମ ବାହିନୀ ପହଞ୍ଚି ନଦୀରେ ଦୀର୍ଘସମୟ ଧରି ଖୋଜାଖୋଜି କରିଥିଲେ ହେଁ ରିପୋର୍ଟ ପ୍ରସ୍ତୁତ ହେବା ଯାଏ ଯୁବକଜଣଙ୍କର ସନ୍ଧାନ ମିଳିପାରିନାହିଁ। ସୂଚନା ମୁତାବକ, ଗବଗାଁ ଅଞ୍ଚଳର ଅଭିମନ୍ୟୁ ଦାସଙ୍କ ବଡ଼ପୁଅ ସଂଜୀବ ଦାସ(୩୧)।

ସେ ନିଜ ଛୋଟ ଭଣଜା ଓ ଝିଅକୁ ସାଙ୍ଗରେ ଧରି ନଦୀକୁ ଗାଧୋଇବାକୁ ଯାଇଥିଲେ। ସେମାନଙ୍କୁ କୁଳରେ ବସାଇ ନଦୀରେ ଗାଧୋଉଥିଲେ। ଏହି ସମୟରେ ସେ ହଠାତ୍‌ ବୁଡ଼ି ଯାଉଥିବା ଦେଖି ଭଣଜା ଓ ଝିଅ ବଡ଼ପାଟିରେ ଚିତ୍କାର କରି ପାଖପାଖର ଲୋକଙ୍କୁ ଡାକିଥିଲେ। ସେମାନଙ୍କ ଡାକ ଶୁଣି ଲୋ​କମାନେ ସେଠାକୁ ଦୌଡ଼ି ଯାଇଥିବା ବେଳେ ସଂଜୀବ ପାଣି​ରେ ବୁଡ଼ି ଯାଇଥିଲେ। ତେବେ ଅଗ୍ନିଶମ ବିଭାଗ ପକ୍ଷରୁ ତାଙ୍କୁ ଖୋଜିବା ପ୍ରକ୍ରିୟା ଜାରି ରଖିଥିଲେ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button