ରାଜ୍ୟ

ଗଂଜେଇ ଚାଲାଣକାରୀଙ୍କୁ ୧୨ ବର୍ଷ ଜେଲ, ୧ ଲକ୍ଷ ଜରିମାନା – Ibnodisha

[ad_1]

ସୁନ୍ଦରଗଡ଼: ଶନିବାର ସୁନ୍ଦରଗଡ଼ ଅତିରିକ୍ତ ଜିଲ୍ଲା ଜଜ ରାଜେଶ ଦାସ ଗଂଜେଇ ଚୋରା ଚାଲାଣ ମାମଲାର ଶୁଣାଣି କରି ୩ ବେପାରୀ ବିହାର ରାଜ୍ୟ ଭୋଜପୁର ଜିଲ୍ଲାର ରାମଶଙ୍କର ଯାଦବ ଓ ଦେବେନ୍ଦ୍ର ସିଂ, ପଶ୍ଚିମବଙ୍ଗ ଦକ୍ଷିଣ ପ୍ରଗଣାର ବିବେକ କୁମାର ସିଂଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ସେମାନଙ୍କୁ ୧୨ ବର୍ଷ ଜେଲ୍ ସହ ୧ ଲକ୍ଷ ଟଙ୍କା ଜରିମାନା ଆଦେଶ କରିଛନ୍ତି କୋର୍ଟ। ଜରିମାନା ଅନାଦାୟରେ ଜେଲଦଣ୍ଡ ୬ ମାସ ବୃଦ୍ଧି କରିବାକୁ ଆଦେଶ ରହିଛି। ୩ ଗଂଜେଇ ଚାଲାଣକାରୀ ଗତ ୧୩.୧୧.୨୦୧୯ରେ ଝାରସୁଗୁଡ଼ାରୁ ରାଉରକେଲା ରାସ୍ତାରେ ଏକ ଟ୍ରକ ଯୋଗେ ୫.୭ କ୍ବିଣ୍ଟାଲ ଗଂଜେଇ ଚାଲାଣ କରୁଥିଲେ। କୌଣସି ସୂତ୍ରରୁ ଖବର ପାଇ ସୁନ୍ଦରଗଡ଼ ଟାଉନଥାନା ଏସଆଇ ଆରଏନ ଟୁଡୁ ରାଣୀବଗିଚା ଛକରେ ଚଢ଼ଉ କରି ଟ୍ରକରୁ ଗଂଜେଇ ଜବତ କରି ୩ ଚାଲାଣକାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ। ପୁଲିସ ଅଧିକାରୀଙ୍କ ସହ ୨୦ ଜଣଙ୍କ ସାକ୍ଷ୍ୟ ପ୍ରମାଣ ଓ ସ୍ବତନ୍ତ୍ର ଜନ ଅଭିଯୋଜକ (ପିପି) ସୁନ୍ଦରଲାଲ ବେହେରାଙ୍କ ଦୃଢ଼ ଯୁକ୍ତି, ପ୍ରତ୍ୟକ୍ଷଦର୍ଶୀଙ୍କ ସାକ୍ଷ୍ୟକୁ ଭିତ୍ତି କରି କୋର୍ଟ ଦଣ୍ଡାଦେଶ କରିଛନ୍ତି।



[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button