ରାଜ୍ୟ

ଜିଏମୟୁକୁ ୧୦ଲକ୍ଷ ଦାନକଲେ ପୂର୍ବତନ ଅଧ୍ୟକ୍ଷ: ଗରିବ ଛାତ୍ରଛାତ୍ରୀଙ୍କୁ ମିଳିବ ବୃତ୍ତି – Ibnodisha

[ad_1]

ସମ୍ବଲପୁର: ଗଙ୍ଗାଧର ମେହେର ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ପ୍ରଫେସର ଗିରିଧାରୀ ପ୍ରସାଦ ଗୁରୁ ଗଙ୍ଗାଧର ମେହେର ବିଶ୍ବବିଦ୍ୟାଳୟ(ଜିଏମ୍‌ୟୁ)କୁ ଶୁକ୍ରବାର ୧୦ ଲକ୍ଷ ଟଙ୍କା ଦାନ କରିଛନ୍ତି। ବିଶ୍ବବିଦ୍ୟାଳୟରେ ପଢ଼ୁଥିବା ଗରିବ ଛାତ୍ରଛାତ୍ରୀ ତଥା ରିସର୍ଚ ସ୍କଲାର୍‌ଙ୍କ ପାଇଁ ସେ ଏହି ଅର୍ଥରାଶି ପ୍ରଦାନ କରିଛନ୍ତି। ସେ ଦେଇଥିବା ଅର୍ଥକୁ ସ୍ଥାୟୀ ଜମା କରାଯିବ ଓ ଏଥିରୁ ଯେଉଁ ସୁଧ ମିଳିବ ତାକୁ ଜିଏମ୍‌ୟୁ ପକ୍ଷରୁ ଛାତ୍ରବୃତ୍ତି ପାଇଁ ବ୍ୟବହାର କରାଯିବ। ପ୍ରଫେସର ଗୁରୁଙ୍କ ଏଭଳି ପ୍ରୟାସକୁ ଜିଏମ୍‌ୟୁ କୁଳପତି ପ୍ରଫେସର୍‌ ଏନ୍‌. ନାଗରାଜୁ ସ୍ବାଗତ କରିବା ସହ ପ୍ରଶଂସା କରିଛନ୍ତି।



[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button