ରାଜ୍ୟ

ମେଘନାଦ ପାଚେରୀରୁ ସଫା ହେଲା ଶିଉଳି… ଖୁବଶୀଘ୍ର ହେବ ମରାମତି

ପୁରୀ, ୦୪/୧୧ : ମେଘନାଦ ପାଚେରୀର ଏକାଧିକ ସ୍ଥାନରେ ଫାଟ ସୃଷ୍ଟି ହୋଇ ପାଣି ଗଳିବା ଘଟଣା। ତତ୍ପରତା ପ୍ରକାଶ କଲା ଜିଲ୍ଲା ପ୍ରଶାସନ। ଖବର ପ୍ରସାରଣ ପରେ ଆକ୍ସନ ମୁଡ୍କୁ ଆସିଛି ଶ୍ରୀମନ୍ଦିର ପ୍ରଶାସନ। ୨ ଜଣ ମିସ୍ତ୍ରୀ ମେଘନାଦ ପାଚେରୀରେ ଫାଟ ହୋଇଥିବା ସ୍ଥାନରେ ଶିଉଳିକୁ ପରିଷ୍କାର କରିଛନ୍ତି। ଗ୍ରାଉଟିଂ କରିବା ପରେ ଖୁବଶୀଘ୍ର ମେଘନାଦ ପାଚେରୀର ରକ୍ଷଣାବେକ୍ଷଣ କରାଯିବ ବୋଲି ସୂଚନା ମିଳିଛି।

ସେପଟେ ମେଘନାଦ ପାଚେରୀରେ ଫାଟ ହୋଇ ପାଣି ଝରିବା ଘଟଣାକୁ ଗୁରୁତର ସହ ନେଇ ଏଏସଆଇ ଶ୍ରୀମନ୍ଦିର ପ୍ରଶାସନକୁ ଚିଠି ଲେଖିଛି। ମେଘନାଦ ପାଚେରୀର ପୂର୍ବ, ପଶ୍ଚିମ ଓ ଉତ୍ତର କୋଣରୁ ପାଣି ଝରୁଛି। ଶ୍ରୀମନ୍ଦିର ଭିତରର ବିଭିନ୍ନ ଜାଗାର ଦୁର୍ବଳ ଡ୍ରେନେଜ୍ ବ୍ୟବସ୍ଥା, ହାତଧୁଆ ପାଣି ଓ ଏବଂ ପାଣି ପାଇପ୍କୁ ଶୀଘ୍ର ମରାମତି କରିବାକୁ ଏଏସଆଇ ମନ୍ଦିର ପ୍ରଶାସନକୁ କହିଛି। ପ୍ରାଚୀନ କୀର୍ତ୍ତୀରାଜି ମେଘନାଦ ପାଚେରୀର ସୁରକ୍ଷା ପାଇଁ ବିହୀତ ପଦକ୍ଷେପ ଗ୍ରହଣ କରିବାକୁ ଚିଠିରେ ଉଲ୍ଲେଖ କରାଯାଇଛି।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button