ରାଜ୍ୟ

ରାଜଧାନୀ ଉପକଣ୍ଠରେ ମାତିଲେ ଚୋର, ପ୍ରାଚୀନ ମୂର୍ତ୍ତି ସହ ଲୁଟିନେଲେ ରୂପା ଅଳଙ୍କାର

ବାଲିପାଟଣା, ୦୪/୧୧ : ରାଜଧାନୀ ଉପକଣ୍ଠରେ ମାତିଲେ ମୂର୍ତ୍ତି ଚୋର। ବାଲିପାଟଣା ଥାନା ଶିଶୁ ମଠ ସ୍ଥିତ ମଦନ ମୋହନ ମନ୍ଦିରରୁ ଚୋରି ହୋଇଛି। ଦୁର୍ବୃତ୍ତମାନେ ଆଲମିରା ତାଲା ଭାଙ୍ଗି ପ୍ରାଚୀନ ମୂର୍ତ୍ତି ସହ ରୂପା ଅଳଙ୍କାର ଲୁଟି ନେଇଛନ୍ତି, ମାତ୍ର ଲକର ଖୋଲିପାରି ନାହାଁନ୍ତି।

ସୂଚନାନୁଯାୟୀ, ସୋମବାର ସକାଳେ ମନ୍ଦିର ପୂଜକ ପୂଜାର୍ଚ୍ଚନା କରିବାକୁ ଆସି ତାଲା ଭଙ୍ଗା ଯାଇଥିବା ଦେଖିଥିଲେ।

ମନ୍ଦିର ଭିତରକୁ ଯାଇ ଦେଖିବାରୁ ପ୍ରାଚୀନ ମଦନମୋହନ, ଲକ୍ଷ୍ମୀ, ରାଧାକୃଷ୍ଣ, ଭୂଦେବୀ ମୂର୍ତ୍ତି, ଠାକୁରଙ୍କ ରୂପା ଅଳଙ୍କାର ଚୋରି ହୋଇଥିବା ଜାଣିଥିଲେ। ପୂଜକ ଏନେଇ ପୋଲିସକୁ ଖବର ଦେଇଥିଲେ। ଖବର ପାଇ ବାଲିପାଟଣା ପୋଲିସ ଘଟଣା ସ୍ଥଳରେ ପହଁଞ୍ଚି ତଦନ୍ତ କରିଛି। ଆଖପାଖରେ ଥିବା ସିସିଟିଭିକୁ ଚେକ୍ କରି ଚୋରକୁ ଠାବ କରିବାକୁ ପୋଲିସ ଚେଷ୍ଟା ଚଲାଇଛି।

କିଛି ମାସ ହେବ ରାଜଧାନୀ ଉପକଣ୍ଠରେ ବିଭିନ୍ନ ମନ୍ଦିରରୁ ମୂର୍ତ୍ତି ଚୋରି ହେଉଛି। କିଛି ଦିନ ପୂର୍ବେ ଜଗତସିଂହପୁର ଅଞ୍ଚଳରୁ ଏକ ମୂର୍ତ୍ତି ଚୋର ଗ୍ୟାଙ୍ଗକୁ ପୋଲିସ ଧରିଥିଲା। ସେମାନଙ୍କ ନିକଟରୁ ୫୦ଟି ମୂର୍ତ୍ତି ସହ ଅନ୍ୟାନ୍ୟ ଜିନିଷ ଜବତ କରିଥିଲା। ଏବେ ପୁନର୍ବାର ମନ୍ଦିରରୁ ଚୋରି ଘଟଣା କମିଶନରେଟ୍ ପୋଲିସ୍ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି।

Related Articles

Leave a Reply

Your email address will not be published. Required fields are marked *

Back to top button