ରାଜ୍ୟ

ଏମିତି ଆସେ ମୃତ୍ୟୁ; ମୁଢ଼ି ବିକୁଥିବା ବେଳେ ଟଳି ପଡ଼ିଲେ ବ୍ୟବସାୟୀ

ମୃତ୍ୟୁ କେତେବେଳେ ଓ କେମିତି ଆସିବ, ତାହା କାହାକୁ ବି ଜଣାନଥାଏ। ଏହାର ଜ୍ଵଳନ୍ତ ଉଦାହରଣ ଦେଖିବାକୁ ମିଳିଛି ପୁରୀ ଜିଲ୍ଲାର ଟାଉନ ଥାନା ଅଞ୍ଚଳରେ। ଗାଁ ଦାଣ୍ଡରେ ବୁଲି ବୁଲି ମୁଢ଼ି ବିକୁଥିବା ବେଳେ ହଠାତ୍ ଗାଡ଼ି ଉପରେ ଟଳି ପଡ଼ିଲେ ଜଣେ ବ୍ୟବସାୟୀ। ମୃତ ବ୍ୟକ୍ତି ଜଣଙ୍କ ହେଲେ ଢେଙ୍କାନାଳର ଶୁକଦେବ ବେହେରା(୪୬)। ସେ ପୁରୀର କମୁଟିପାଟଣା ଠାରେ ରହୁଥିଲେ।

ଗତ ଗୁରୁବାର ଶୁକଦେବ ବୁଲି ବୁଲି ମୁଢ଼ି ବିକ୍ରି କରୁଥିଲେ। ଗଚ୍ଛକାଳୀ ଛକ ନିକଟରେ ହଠାତ୍ ସେ ତାଙ୍କର ଗାଡ଼ି ଉପରେ ମୁହଁମାଡ଼ି ନିସ୍ତେଜ ହୋଇ ପଡ଼ିଯାଇଥିଲେ। ପୁଲିସ ଓ ସ୍ଥାନୀୟ ଲୋକେ ତାଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ହୃତଘାତ ତାଙ୍କର ମୃତ୍ୟୁ ଘଟିଥିବା ଜଣାଯାଇଛି।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button