ରାଜନୀତି

ବଞ୍ଚିତ ବହୁଜନ ଅଘାଡ଼ିର ଦାବି: ରାତି ଅଧରେ ନଡ୍ଡାଙ୍କୁ ଭେଟିଲେ ସଞ୍ଜୟ, ଫଡନାଭିସଙ୍କୁ ଭେଟିଲେ ଉଦ୍ଧବ

ଗକୁ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ। ଏଥିପାଇଁ ସବୁ ରାଜନୈତିକ ଦଳ ପୂରା ଜୋରସୋର୍ରେ ପ୍ରସ୍ତୁତି ଚଳାଇଛନ୍ତି। ଏହାରି ଭିତରେ ପଲଟି ମାରିବାକୁ ଚାଲିଛି ପ୍ଲାନ୍। ରାତି ଅଧରେ ବିଜେପିର ଶୀର୍ଷ ନେତାଙ୍କୁ ଭେଟିଛନ୍ତି ଶିବସେନା ସାଂସଦ(ୟୁବିଟି) ସଞ୍ଜୟ ରାଉତ। ସେହିପରି ଦେବେନ୍ଦ୍ର ଫଡନାଭିସଙ୍କୁ ଭେଟିଛନ୍ତି ଉଦ୍ଧବ ଠାକରେ।

ଏକଥା ଆମେ କହୁନୁ ଏଭଳି କିଛି ଦାବି କରିଛି ବଞ୍ଚିତ ବହୁଜନ ଆଘାଡି।

୨୦୧୯ ବିଧାନସଭା ନିର୍ବାଚନ ଫଳାଫଳ ଆସିବା ପରେ ମହାରାଷ୍ଟ୍ରରେ ରାଜନୈତିକ ହଟଚମଟ ଦେଖିବାକୁ ମିଳିଥିଲା। ମୁଖ୍ୟମନ୍ତ୍ରୀ ପଦକୁ ନେଇ ଶିବସେନା ଓ ବିଜେପି ମଧ୍ୟରେ ମତଭେଦ ହୋଇଥିଲା। ଉଦ୍ଧବ ଠାକରେ ସିଧାସଳଖ କଂଗ୍ରେସ-ଏନସିପି ସହ ହାତ ମିଳାଇଥିଲେ। ଗତ ୫ ବର୍ଷ ମଧ୍ୟରେ ରାଜ୍ୟରେ ଅନେକ ରାଜନୈତିକ ଭୂମିକମ୍ପ ହୋଇଛି। ଏବେ ପୁଣିଥରେ ବଞ୍ଚିତ ବହୁଜନ ଆଘାଡିର ମୁଖ୍ୟ ମୁଖପାତ୍ର ତଥା ଉପାଧ୍ୟକ୍ଷ ସିଦ୍ଧାର୍ଥ ମୋକଲେଙ୍କ ଏହି ସନ୍ଦେହଜନକ ଦାବି ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି।

ସେ ଦାବି କରିଛନ୍ତି ଯେ ମାତୋଶ୍ରୀରେ ଉଦ୍ଧବ ଠାକରେ ଏବଂ ଦେବେନ୍ଦ୍ର ଫଡନାଭିସଙ୍କ ଏକ ଗୁପ୍ତ ବୈଠକ ହୋଇଥିଲା। ଏହି ବୈଠକ ପରେ ଠାକରେ ଦିଲ୍ଲୀ ଯାଇଥିଲେ। ସେହିପରି ଶିବସେନା ସାଂସଦ ସଞ୍ଜୟ ରାଉତ ଜୁଲାଇ ୨୫ ତାରିଖ ରାତି ୨ଟାରେ ୭-ଡି ମୋତିଲାଲ ମାର୍ଗରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଭେଟିଥିଲେ।

ବଞ୍ଚିତ ବହୁଜନ ଆଘାଡି ମୁଖପାତ୍ର ଦେଇଥିବା ସୂଚନା ଅନୁଯାୟୀ ଅଗଷ୍ଟ ୫ ତାରିଖ ଦିନ ୧୨ଟାରେ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ମାତୋଶ୍ରୀ ବଙ୍ଗଳାକୁ ଯାଇଥିଲେ। ସେ ନିଜେ ଗାଡି ଚଳାଇ ଏକୁଟିଆ ଆସିଥିଲେ। ଠାକରେ ଏବଂ ଫଡନାଭିସ ଦୁଇ ଘଣ୍ଟା ଧରି ବୈଠକ କରିଥିଲେ। ଏହାପରେ ଅଗଷ୍ଟ ୬ ତାରିଖରେ ଉଦ୍ଧବ ଠାକରେ ଦିଲ୍ଲୀ ଯାଇଥିଲେ। ଉଦ୍ଧବ ଠାକରେ ଦିଲ୍ଲୀ ଯିବା ବାଟରେ ତାଙ୍କ ସହ କିଏ ଥିଲେ ଏବଂ ଦିଲ୍ଲୀରେ କାହାକୁ ଭେଟିଥିଲେ ତାହା ସର୍ବଜନୀନ କରିବା ଉଚିତ।

ସେ କହିଛନ୍ତି, ରାଜ୍ୟରେ ସଂରକ୍ଷଣ ଭିତ୍ତିକ ଭୋଟରମାନେ ନିଶ୍ଚିତ ଭାବରେ ଜାଣନ୍ତି ଯେ ବିଜେପି ଏବଂ ଏହାର ସହଯୋଗୀ ମାନେ ସଂରକ୍ଷଣ ବିରୋଧୀ। ତେବେ ଏହି ସଂରକ୍ଷଣ ଭିତ୍ତିକ ଭୋଟରମାନେ ଶିବସେନାର ଉଦ୍ଧବ ଠାକରେ ପ୍ରାର୍ଥୀଙ୍କୁ ଭୋଟ୍ ଦେଇଛନ୍ତି। ଭିବିଏ ଏକ ବିବୃତିରେ କହିଛି ଯେ ଗତ ୫ ବର୍ଷ ମଧ୍ୟରେ ମହାରାଷ୍ଟ୍ରରେ ଘଟିଥିବା ଘଟଣାକୁ ଦୃଷ୍ଟିରେ ରଖି ଯଦି ପୁଣି ଥରେ କୌଣସି ବିପରୀତ ରାଜନୈତିକ ଘଟଣା ଘଟେ, ତେବେ ଆମେ ଏହି ସୂଚନା ଲୋକଙ୍କ ସାମ୍ନାରେ ରଖୁଛୁ। ଯାହାଦ୍ୱାରା ମହାରାଷ୍ଟ୍ରର ସଂରକ୍ଷଣ ଭିତ୍ତିକ ଭୋଟରମାନେ ଠକେଇର ଶିକାର ନହୁଅନ୍ତି।

ଆଗକୁ ମହାରାଷ୍ଟ୍ର ରାଜନୀତିରେ କ’ଣ ହେବ କେହି ଜାଣନ୍ତି ନାହିଁ। ୨୦୧୯ ବିଧାନସଭା ନିର୍ବାଚନରେ ଶିବସେନା ଓ ବିଜେପି ଏକାଠି ଲଢ଼ିଥିଲେ। ତେବେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଉଭୟ ଦଳ ଅଲଗା ହୋଇଯାଇଥିଲେ। ସେଥିପାଇଁ ରାଜ୍ୟରେ ମହାବିକାଶ ଆଘାଡି ପ୍ରତିଷ୍ଠା ହୋଇଥିଲା। ଏହାପରେ ରାଜ୍ୟର ଦୁଇ ପ୍ରମୁଖ ଆଞ୍ଚଳିକ ଦଳ ଶିବସେନା ଓ ଏନସିପି ବିଭାଜିତ ହୋଇଥିଲେ।

ନିକଟରେ ହୋଇଥିବା ଲୋକସଭା ନିର୍ବାଚନରେ ବିଜେପି ଓ ଠାକରେଙ୍କ ଶିବସେନାକୁ ଝଟକା ଲାଗିଥିଲା। ଗତଥର ବିଜେପିର ୨୩ ଓ ଶିବସେନାର ୧୮ ସାଂସଦ ନିର୍ବାଚିତ ହୋଇଥିଲେ। କିନ୍ତୁ ଏଥର ବିଜେପିର ୯ ଜଣ ଏବଂ ୟୁବିଟିର ୯ ଜଣ ସାଂସଦ ନିର୍ବାଚିତ ହୋଇଛନ୍ତି। କଂଗ୍ରେସର ଆସନ ସଂଖ୍ୟା ୧ରୁ ୧୩କୁ ବୃଦ୍ଧି ପାଇଥିବା ବେଳେ ଏନସିପିର ଆସନ ସଂଖ୍ୟା ୪ରୁ ୮କୁ ବୃଦ୍ଧି ପାଇଛି।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button