ରାଜ୍ୟ

ଅଧା ରାତିରେ କେନ୍ଦୁପତ୍ର ଫଡିରୁ ଲୁଟ୍‌, ଜଗୁଆଳିଙ୍କୁ ମାଡ଼ ମାରି ୬୫ ବସ୍ତାରୁ ଅଧିକ କେନ୍ଦୁପତ୍ର ଚୋରି କଲେ ଦୁର୍ବୃତ୍ତ

ରିଆମାଳ,୦୪/୧୧: ରାତି ଅଧରେ କେନ୍ଦୁପତ୍ର ଫଡିରେ ପଶି ଜଗୁଆଳିଙ୍କୁ ପ୍ରବଳ ମାଡ଼ ମାରିଲେ । ମାଡ଼ ମାରି ୬୫ରୁ ୭୦ ବସ୍ତା କେନ୍ଦୁପତ୍ର ଚୋରି କରିନେଲେ ୧୦ରୁ ୧୨ ଜଣ ଦୁର୍ବୃତ୍ତ । ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ୍ରେ ଏଭଳି ଘଟଣା ଘଟିଛି ।

ସୂଚନା ମୁତାବକ, ରବିବାର ବିଳମ୍ୱିତ ରାତିରେ ଫଡ଼ି ଜଗୁଆଳି ଅନିରୁଦ୍ଧ ଲହରା (୫୯) ଓ ପ୍ରତାପ ପ୍ରଧାନ (୪୦) ଜଗିଥିଲେ ।

ହଠାତ ରାତି ୧୧ଟା ୩୦ ବେଳକୁ ଫଡ଼ି ଭିତରକୁ ୧୦ ରୁ ୧୨ ଜଣ ଲୋକ ପଶି ଆସିଥିଲେ । ଉଭୟ ଜଗୁଆଳିଙ୍କୁ ପ୍ରବଳ ମାଡ଼ ମାରି ଫଡିରୁ ୬୫ରୁ ୭୦ ବସ୍ତା କେନ୍ଦୁପତ୍ର, ୪ଟି ସୋଲାର ବ୍ୟାଟେରୀ, ୨ ଟି ମୋବାଇଲ ଏବଂ ପାଖରେ ଥିବା ହଜାରେ ଟଙ୍କା ନେଇ ଯାଇଥିଲେ ଦୁର୍ବୃତ୍ତ । ସେମାନେ ଯିବା ପରେ ଅନିରୁଦ୍ଧ ମାତ୍ର ୩୦୦ ମିଟର ଦୂରରେ ଥିବା ଫାଣ୍ଡିକୁ ଦୌଡ଼ି ଯାଇ ଏହି ଚୋରି ବିଷୟରେ କହିଥିଲେ । ଖବର ପାଇ ସୋମବାର ସକାଳେ ଦେବଗଡ଼ ଏସ. ପି. ଅନିଲ କୁମାର ମିଶ୍ର, କେନ୍ଦୁପତ୍ର ରେଞ୍ଜରଆଜି ସକାଳ ଏସ. ପି, ରେଞ୍ଜର ଛବିଳ ପ୍ରଧାନ ଘଟଣାସ୍ଥଳ ପରିଦର୍ଶନ କରିବା ସହିତ ତଦନ୍ତ ଆରମ୍ଭ କରିଛନ୍ତି l

Related Articles

Leave a Reply

Your email address will not be published. Required fields are marked *

Back to top button