ରାଜ୍ୟ

ଅବସରପ୍ରାପ୍ତ ଏଏସ୍‌ଆଇଙ୍କୁ ୩ ବର୍ଷ କାରାଦଣ୍ଡ – Ibnodisha

[ad_1]

ଢେଙ୍କାନାଳ: ଜଣେ ଅବସରପ୍ରାପ୍ତ ଏଏସ୍‌ଆଇଙ୍କୁ ଢେଙ୍କାନାଳ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ୩ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ଏଥିସହ ୨୦ ହଜାର ଟଙ୍କା ଜୋରିମାନା ଆଦେଶ ଦେଇଛନ୍ତି । ଜୋରିମାନା ଅନାଦେୟ ୬ ମାସ ଅତିରିକ୍ତ କାରାଦଣ୍ଡ ଭୋଗିବାକୁ ଉକ୍ତ ରାୟରେ ଉଲ୍ଲେଖ କରାଯାଇଛି । ଭୁବନ ଥାନା ଅଧୀନ ସୁରପ୍ରତାପପୁର ଫାଣ୍ଡିରେ ଗଁଦିଆ ଥାନା ଯୋରନ୍ଦା ଫାଣ୍ଡି ଅନ୍ତର୍ଗତ ଖଙ୍କର ଗ୍ରାମର ଗୌରାଙ୍ଗ ଚରଣ ଶତପଥୀ ଏଏସ୍‌ଆଇ ଭାବେ କାର୍ଯ୍ୟ କରୁଥିଲେ । ୨୦୦୭ ମସିହାରେ ଏକ ଅପରାଧିକ ମାମଲାରେ ଦଫା କୋହଳ କରିବାକୁ ଶ୍ରୀ ଶତପଥୀ ସ୍ଥାନୀୟ ଅଞ୍ଚଳର ଜଣେ ବ୍ୟକ୍ତିଙ୍କଠାରୁ ୪ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ଟଙ୍କା ନଦେବାରୁ ସେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ବାରମ୍ବାର ଫାଣ୍ଡିକୁ ଦୌଡ଼ାଇଥିଲେ । ଏହାକୁ ନେଇ ବ୍ୟକ୍ତି ଜଣକ ଶ୍ରୀ ଶତପଥୀଙ୍କ ବିରୋଧରେ ଭିଜିଲାନ୍ସ ନିକଟରେ ଅଭିଯୋଗ କରିଥିଲେ । ପୂର୍ବ ଯୋଜନା ଅନୁସାରେ ଶ୍ରୀ ଶତପଥୀ ୪ ହଜାର ଲାଞ୍ଚ ଟଙ୍କା ଗ୍ରହଣ କରୁଥିବାବେଳେ ଭିଜିଲାନ୍ସ ଅଧିକାରୀ ଟଙ୍କା ସହ ତାଙ୍କୁ ଗିରଫ କରିଥିଲେ । ଏହି ମାମଲାର ବିଚାର ଢେଙ୍କାନାଳ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟରେ ଚାଲିଥିଲା । ଭିଜିଲାନ୍ସ ବିଭାଗର ସ୍ୱତନ୍ତ୍ର ବିଚାରପତି ବିକ୍ରମ ପଟ୍ଟନାୟକ ସମସ୍ତ ସାକ୍ଷ୍ୟ ପ୍ରମାଣକୁ ଭିତ୍ତି କରି ଉପରୋକ୍ତ ଦଣ୍ଡାଦେଶ ଦେଇଛନ୍ତି । ଏହି ମାମଲାକୁ ଭିଜିଲାନ୍ସ ସ୍ପେଶାଲ ପିପି ଗଦାଧର ସାହୁ ଓ ହେମନ୍ତ କୁମାର ଖଟୁଆ ପରିଚାଳନା କରିଥିବା ବେଳେ କଟକ ଭିଜିଲାନ୍ସ ବିଭାଗର ଗୌତମ କୁମାର ମଲ୍ଲିକ ମାମଲାର ତଦନ୍ତ କରିଥିଲେ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button