ଦେଶ

ଅଭିନେତା ତଥା ‘ଡିଏମ୍‌ଡିକେ’ ନେତା ବିଜୟକାନ୍ତଙ୍କ ମୃତ୍ୟୁ – Ibnodisha

[ad_1]

ଚେନ୍ନାଇ: ଅଭିନେତା ତଥା ‘ଦେସିୟା ମୁରପୋକ୍କୁ ଦ୍ରବିଡ଼ କଜଗମ୍‌’ (ଡିଏମ୍‌ଡିକେ) ନେତାଙ୍କର ଆଜି ଚେନ୍ନାଇସ୍ଥିତ ଏକ ଡାକ୍ତରଖାନାରେ ମୃତ୍ୟୁ ଘଟିଥିବା କଥା ‘ଇଣ୍ଡିଆ ଟୁଡେ’ ରିପୋର୍ଟ କରିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୧ ବର୍ଷ ହୋଇଥିଲା। କୋଭିଡ୍‌-୧୯ ପଜିଟିଭ୍‌ ବାହାରିବା ପରେ ତାଙ୍କୁ ‘ଭେଣ୍ଟିଲେଟର୍‌’ରେ ରଖାଯାଇଥିଲା। କିନ୍ତୁ, ଡାକ୍ତରଖାନା ତରଫରୁ ଜାରି ବିବୃତିରେ ଉଲ୍ଲେଖ ଅଛି, ନିମୋନିଆରେ ଆକ୍ରାନ୍ତ ହୋଇ ଭର୍ତ୍ତି ହୋଇଥିବା କ୍ୟାପ୍‌ଟେନ୍‌ ବିଜୟକାନ୍ତଙ୍କୁ ଭେଣ୍ଟିଲେଟର୍‌ରେ ରଖାଯାଇଥିଲା। ଡାକ୍ତରୀ କର୍ମଚାରୀଙ୍କ ସମସ୍ତ ଚେଷ୍ଟା ସତ୍ତ୍ବେ ତାଙ୍କୁ ବଞ୍ଚାଇ ରଖାଯାଇ ପାରିଲା ନାହିଁ। ଆଜି ସକାଳେ ତାଙ୍କର ମୃତ୍ୟୁ ହୋଇଗଲା। ନିୟମିତ ସ୍ବାସ୍ଥ୍ୟ ପରୀକ୍ଷା ନିମନ୍ତେ ମଙ୍ଗଳବାର ଦିନ ବିଜୟକାନ୍ତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେତେବେଳେ ‘ଡିଏମ୍‌ଡିକେ’ କହିଥିଲା ବିଜୟକାନ୍ତଙ୍କ ସ୍ବାସ୍ଥ୍ୟାବସ୍ଥା ଭଲ ଅଛି ଓ କେତେକ ଡାକ୍ତରୀ ପରୀକ୍ଷା ପରେ ସେ ଘରକୁ ଫେରିବେ। ପୂର୍ବରୁ ନଭେମ୍ବର ୨୦ ତାରିଖ ଦିନ ‘ଡିଏମ୍‌ଡିକେ’ ମୁଖ୍ୟଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଶ୍ବାସପ୍ରଶ୍ବାସଜନିତ ସଂକ୍ରମଣ ଯୋଗୁଁ ସେଠାରେ ସେ ଚିକିତ୍ସିତ ହେଉଥିଲେ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button