ଦେଶ

ପାକିସ୍ତାନରେ ଲ୍ୟାଣ୍ଡମାଇନ ବିସ୍ଫୋରଣ, ୭ ମୃତ – Ibnodisha

[ad_1]

ଇସଲାମବାଦ: ପାକିସ୍ତାନରେ ଲ୍ୟାଣ୍ଡମାଇନ ବିସ୍ଫୋରଣ । ବାଲୁଚିସ୍ତାନର ପଞ୍ଜଗୁର ଜିଲ୍ଲାରେ ଲ୍ୟାଣ୍ଡମାଇନ ବିସ୍ଫୋରଣ ହେବାରୁ ୭ ଜଣଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ଜଣେ ୟୁନିଅନ କାଉନସିଲର(ୟୁସି) ଅଧ୍ୟକ୍ଷ ରହିଛନ୍ତି । ଏନେଇ ପଞ୍ଜଗୁରର ଡେପୁଟି କମିଶନର ଅମଜାଦ ସୋମର ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ବାଲଗାଟର ୟୁସି ଚେୟାରମ୍ୟାନ୍ ଇଶ୍ଟିଆକ୍ ୟାକୁବ୍ ଏବଂ ଅନ୍ୟମାନେ ଏକ ବିବାହ ଉତ୍ସବରୁ ଫେରୁଥିବା ବେଳେ ଗାଡ଼ିକୁ ଟାର୍ଗେଟ କରି ସେହି ରାସ୍ତାରେ ଦୁର୍ବୃତ୍ତମାନେ ଏକ ବୋମା ପ୍ଲାଣ୍ଟ୍ କରିଥିଲେ ।

ଗାଡ଼ିଟି ବାଲଗାଟାର ଚକରା ବଜାରରେ ପହଞ୍ଚିବା ପରେ ବିସ୍ଫୋରଣ ଘଟିଥିଲା । ଫଳରେ ଘଟଣାସ୍ଥଳରେ ଗାଡିଟି ଜଳିଯାଇଥିବା ବେଳେ ୭ଜଣଙ୍କର ମୃତ୍ୟୁ ହୋଇଥିବା ପ୍ରାରମ୍ଭିକ ସୂଚନା ରହିଛି । ସମସ୍ତ ମୃତକ ହେଉଛନ୍ତି ଇଶ୍ଟିଆକ୍ ୟାକୁବ, ମହମ୍ମଦ ୟାକୁବ, ଇବ୍ରାହିମ, ୱାଜିଦ, ଫିଦା ହୁସେନ୍‌, ସରଫରାଜ ଏବଂ ହାଇଦର ବୋଲି ସୂଚନା ଦେଇଛନ୍ତି ପଞ୍ଜଗୁରର ଡେପୁଟି କମିଶନର । ତେବେ କିଏ ଓ କାହିଁକି ୟୁନିଅନ କାଉନସିଲର ଅଧ୍ୟକ୍ଷ ଯାଉଥିବା ଗାଡ଼ିରେ ବୋମା ଖଞ୍ଜିଲା ତାହା ବର୍ତ୍ତମାନ ସୁଦ୍ଧା ଅସ୍ପଷ୍ଟ ରହିଛି । ଏନେଇ ତଦନ୍ତ ଜାରି ରହିଛି । କେତେ ଜଣ ଏଥିରେ ସାମିଲ ଅଛନ୍ତି ତାହା ମଧ୍ୟ ଅସ୍ପଷ୍ଟ ରହିଛି । ଗତ ଜୁଲାଇ ୩୧ ତାରିଖରେ ପାକିସ୍ତାନର ଏକ ରାଜନୈତିକ ସଭାରେ ଶକ୍ତିଶାଳୀ ବିସ୍ଫୋରଣ ଘଟିଥିଲା ।

ଏଥିରେ ପ୍ରାୟ ୪୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୧୦୦ରୁ ଊର୍ଦ୍ଧ୍ୱ ଆହତ ହୋଇଥିଲେ । ଅଗଷ୍ଟ ୬ ତାରିଖରେ ପାକିସ୍ତାନର ଖାଇବର ପଖତୁନଖୱା ପ୍ରଦେଶରେ ଏକ ଇସଲାମୀୟ ରାଜନୈତିକ ଦଳର ସଭାସ୍ଥଳରେ ଏହି ବିସ୍ଫୋରଣ ଘଟିଥିଲା । ବିସ୍ଫୋରଣର କାରଣ ସମ୍ପର୍କରେ କିଛି ସ୍ପଷ୍ଟ ହୋଇପାରିନି । ଆହତଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏହା ଏକ ଆତଙ୍କୀ ଆକ୍ରମଣ ହୋଇଥିବା ନେଇ ସନ୍ଦେହ କରାଯାଉଥିବା ବେଳେ ସେପରି କିଛି ଔପଚାରିକ ସୂଚନା ପାକିସ୍ତାନ ସରକାରଙ୍କ ପକ୍ଷରୁ ଦିଆଯାଇନାହିଁ । ଜୁଲାଇ ୨୮ ତାରିଖରେ ସିରିଆରେ ବଡଧରଣର ବିସ୍ଫୋରଣ ହୋଇଥିଲା । ବୋମା ବିସ୍ଫୋରଣରେ ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୩ ଜଣ ଆହତ ହୋଇଥିଲେ । ସିରିଆର ରାଜଧାନୀ ଦମ୍ମାସକସର ଦକ୍ଷିଣରେ ଥିବା ଶିଆ ମସଜିଦ ନିକଟରେ ଏହି ଆକ୍ରମଣ ହୋଇଥିବା ଆଭ୍ୟନ୍ତରୀଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଥିଲା ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button