ରାଜ୍ୟ

ଉତ୍ତର-ପୂର୍ବାଞ୍ଚଳର ୨.୫ ଲକ୍ଷ ଯୁବକ ଯୁବତୀଙ୍କୁ କୁଶଳୀ କରାଯିବ: ଧର୍ମେନ୍ଦ୍ର – Ibnodisha

[ad_1]

ଉତ୍ତର-ପୂର୍ବ ରାଜ୍ୟ ସମୂହ ପାଇଁ ସ୍ୱତନ୍ତ୍ର ଦକ୍ଷତା ବିକାଶ ଏବଂ ଉଦ୍ୟମିତା ଯୋଜନାର ଶୁଭାରମ୍ଭ

ନୂଆଦିଲ୍ଲୀ/ଭୁବନେଶ୍ୱର: ଦକ୍ଷତା ବିକାଶ ଓ ଉଦ୍ୟମିତା କ୍ଷେତ୍ରରେ ଉତ୍ତର-ପୂର୍ବ ରାଜ୍ୟ ସମୂହର ଯୁବକ ଯୁବତୀଙ୍କ ଜୀବନଶୈଳୀ ପରିବର୍ତ୍ତନ ଓ ଭବିଷ୍ୟତ ଗଠନ ପାଇଁ ମଙ୍ଗଳବାର ନୂଆଦିଲ୍ଲୀ ଠାରେ ଏକ ସ୍ୱତନ୍ତ୍ର ଯୋଜନାର ଶୁଭାରମ୍ଭ କରିଛନ୍ତି କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ସେ କହିଛନ୍ତି ଯେ ଏହି ଯୋଜନାରେ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ୩୫୦ କୋଟି ଟଙ୍କା ଖର୍ଚ୍ଚ କରାଯାଇ ୨.୫ ଲକ୍ଷ ପ୍ରାର୍ଥୀଙ୍କୁ କୁଶଳୀ କରାଯିବ। ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନାରେ(ପିଏମକେଭିଓ୍ୱାଇ)ରେ ମଧ୍ୟ ୨ ଲକ୍ଷ ଯୁବକ ଯୁବତୀଙ୍କୁ ପ୍ରଶିକ୍ଷଣ ଦିଆଯିବ। ଆଗାମୀ ଦିନରେ ୧ ହଜାର କୋଟି ଟଙ୍କା ଖର୍ଚ୍ଚ କରି ଏହି ରାଜ୍ୟର ଛାତ୍ରଛାତ୍ରୀଙ୍କ ଦକ୍ଷତା ବୃଦ୍ଧି କରି ସେମାନଙ୍କୁ ଉଦ୍ୟୋଗୀ କରିବା ସହ ନିଯୁକ୍ତି ଦିଆଯିବାର ଯୋଜନା ହେବ । ସମସ୍ତଙ୍କୁ ଅପ୍ ସ୍କିଲ, ରି-ସ୍କିଲ ଓ ଜୀବନବ୍ୟାପୀ ଶିକ୍ଷାରେ ଯୋଡିବାର ଆବଶ୍ୟକତା ରହିଛି ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି।

ଉପସାଗରୀୟ ଦେଶ ସମେତ ଅନେକ ବିକଶିତ ରାଷ୍ଟ୍ରରେ ଭାରତର ନେଟଓ୍ୱାର୍କ ବ୍ୟାପକ ହେବାରେ ଲାଗିଛି। ସ୍ୱାସ୍ଥ୍ୟସେବା ଓ ପାରାମେଡିକ୍ସ ଭଳି ବିଭିନ୍ନ କ୍ଷେତ୍ରରେ ଆମ ଦେଶର ଛାତ୍ରଛାତ୍ରୀଙ୍କୁ ସେହି ସ୍ଥାନକୁ ପଠାଯାଇ ସେମାନଙ୍କୁ କୁଶଳୀ କରାଯାଉଛି। ଆମର ଦେଶର ପ୍ରତିଭା ଭାରତ ଓ ବିଶ୍ୱର ଆବଶ୍ୟକତାରେ ଉପଯୋଗ କରିବା ପାଇଁ ଭାରତ ସରକାରଙ୍କ ପକ୍ଷରୁ ଏଭଳି ଯୋଜନା କରାଯାଉଛି।

ଆଗାମୀ ଦିନରେ ଭାରତ ବିଶ୍ୱର ଦକ୍ଷତା କ୍ଷେତ୍ରର ରାଜଧାନୀ ହେବ। ଆମ ଦେଶରେ ବରୋଜଗାରୀକୁ ହଟାଇବାକୁ ପଡ଼ିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନ କ୍ରମେ ୨୦୪୭ ସୁଦ୍ଧା ବିକଶିତ ଭାରତ ନିର୍ମାଣ ସହ ସମସ୍ତଙ୍କୁ ଆତ୍ମନିର୍ଭର କରିବାକୁ ପଡିବ। ଦକ୍ଷତା ବିକାଶ ଦ୍ୱାରା ଏହି ଲକ୍ଷ୍ୟ ପୂରଣ କରିବା ଅସମ୍ଭବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି।ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜୀ କିଷାନ ରେଡ୍ଡୀ, ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ରାଷ୍ଟ୍ର ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର ଉପସ୍ଥିତ ଥିଲେ।



[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button