ରାଜ୍ୟ

ସଂକଟାପନ୍ନ ଅବସ୍ଥାରେ ପୂର୍ବତନ ବାଚସ୍ପତି ମହେଶ୍ୱର ମହାନ୍ତି – Ibnodisha

[ad_1]

ଭୁବନେଶ୍ୱର: ପୂର୍ବତନ ବାଚସ୍ପତି ମହେଶ୍ୱର ମହାନ୍ତିଙ୍କ ସ୍ୱାସ୍ଥ୍ୟାବସ୍ଥା ସଂକଟାପନ୍ନ ଅବସ୍ଥାରେ ରହିଛି । ଗତ ୨୪ ଘଣ୍ଟାରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ କୌଣସି ଉନ୍ନତି ହୋଇ ନାହିଁ । ଏନେଇ ମେଡିକାଲ ପକ୍ଷରୁ ସୂଚନା ଦିଆଯାଇଛି । ମଡେିକାଲ ପକ୍ଷରୁ ଦିଆଯାଇଥିବା ରିପୋର୍ଟ ମୁତାବକ ପୂର୍ବତନ ବାଚସ୍ପତି ମହେଶ୍ୱର ମହାନ୍ତିଙ୍କ ଅବସ୍ଥା ପୂର୍ବପରି ଗୁରୁତର ରହିଛି । ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ହୋଇନାହିଁ । ଏବେବି ସଂକଟାପନ୍ନ ଅବସ୍ଥାରେ ଥିବା ମହେଶ୍ୱର ମହାନ୍ତିଙ୍କ ଚିକିତ୍ସାରେ ମେଡିକାଲର ବରିଷ୍ଠ ଡାକ୍ତରମାନେ ନିୟୋଜିତ ରହିଛନ୍ତି । ସେପଟେ ମହେଶ୍ୱର ମହାନ୍ତିଙ୍କ ଆଶୁ ଆରୋଗ୍ୟ କାମନା କରି ପୁରୀ ବିଜେଡି ତରଫରୁ ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ପ୍ରଦୀପ ପ୍ରଜ୍ୱଳନ କରାଯାଇଛି ।

ପୁରୀର ଶତାଧିକ ମହିଳା ଓ ପୁରୁଷ କର୍ମୀମାନେ ସିଂହଦ୍ୱାର ସମ୍ମୁଖରେ ଏକତ୍ରିତ ହୋଇ ହାତରେ ଦୀପ ଧରି ମହେଶ୍ୱରଙ୍କ ଶୀଘ୍ର ସୁସ୍ଥତା ପାଇଁ ମହାପ୍ରଭୁ ଜଗନ୍ନାଥଙ୍କ ପାଖରେ ପ୍ରାଥନା କରିଥିଲେ । ମହେଶ୍ୱର ମହାନ୍ତି ଜଣେ ପୁରୁଖା ନେତା, ଜଣେ ଦକ୍ଷ ସଂଗଠକ ଓ ପୁରୀର ବିକାଶ କାର୍ଯ୍ୟରେ ତାଙ୍କର ଅତୁଳନୀୟ ଅବଦାନ ରହିଛି । ଖୁବଶୀଘ୍ର ସେ ସୁସ୍ଥ ହୋଇ ଏସବୁ କାର୍ଯ୍ୟ ପୁର୍ନବାର ସମ୍ପାଦିତ କରନ୍ତୁ ବୋଲି ପୁରୀ ସହର ବିଜେଡି ତରଫରୁ ମହାପ୍ରଭୁଙ୍କ ନିକଟରେ ପ୍ରାଥନା କରାଯାଇଛି । ସୂଚନାଯୋଗ୍ୟ ଗତ ୩୧ ତାରିଖରେ ସେ ଅସୁସ୍ଥ ଅନୁଭବ କରିବା ପରେ ତାଙ୍କୁ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ମେଡିକାଲରେ ଭର୍ତ୍ତି କରାଯାଇଛି । ମାଇଲଡ୍ ବ୍ରେନ୍ ଷ୍ଟ୍ରୋକ୍ ହେବା ପରେ ତାଙ୍କୁ ଭେଣ୍ଟିଲେଟରରେ ରଖି ଚିକିତ୍ସା କରା ଯାଉଥିବା ସୂଚନା ମିଳିଛି । ଗତ ଦୁଇ ଦିନ ଧରି ତାଙ୍କ ଚିକିତ୍ସା ଚାଲିଛି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button