ଦେଶ

କମିଲା ଏହି ସବୁ ମେଡିସିନର ଦର – Ibnodisha

[ad_1]

ବ୍ୟୁରୋ : ଶସ୍ତା ହେଲା ମେଡିସିନ । ଷ୍ଟ୍ରେସ, ଅପସ୍ମାର ଓ ଡାଇବେଟିସ ରୋଗର ଚିକିତ୍ସା ଲାଗି ବ୍ୟବହାର ହେଉଥିବା ମେଡିସିନ ଗୁଡିକର ଦାମ୍ କମ୍‌ ହେବ । କେନ୍ଦ୍ର ସରକାର ଏହି ସମସ୍ତ ମେଡିସିନର ମୂଲ୍ୟ ନିୟନ୍ତ୍ରଣ ନିଜ ଅଧୀନକୁ ଆଣିଛନ୍ତି । ଏହି କାରଣରୁ ମାର୍କେଟରେ ଏହିସବୁ ମେଡିସିନର ମୂଲ୍ୟ ହ୍ରାସ ପାଇବ । ନ୍ୟାସନାଲ ଫାର୍ମାସିଟିକାଲ ପ୍ରାଇସିଂ ଅଥରିଟି(ଏନପିପିଏ) ୨୦୧୩ ଡ୍ରଗ୍ସ ପ୍ରାଇସ କଣ୍ଟ୍ରୋଲ ଆଦେଶ ଅଧୀନରେ ୪୪ଗୋଟି ମେଡିସିନର ଖୁଚୁରା ମୂଲ୍ୟ ଧାର୍ଯ୍ୟ କରିଛି । ତେବେ ଏହାକୁ ନେଇ ଜୁଲାଇ ୩୧ରେ ଏନପିପିଏର ୧୧୫ ତମ ବୈଠକ ଅନୁଷ୍ଠିତ ହୋଇଥିଲା ।ବୈଠକରେ ମଲ୍ଟି ଭିଟାମିନ ଓ ଡି-୩ ସହିତ ଡାଇବେଟିସ, ପେନ୍ କିଲର, ଜ୍ୱର, ସଂକ୍ରମଣ, ହୃଦରୋଗ ଆଦି ମେଡିସିନର ସର୍ବାଧିକ ମୂଲ୍ୟ ସ୍ଥିର ହୋଇଯାଇଛି । ଟ୍ରାଇକୋ ଫାର୍ମାସ୍ୟୁଟିକାଲ୍ସର250mg/ml ର ପାରାସିଟାମଲ ଇଂଜେକ୍ସନକୁ ଛାଡ୍‌ ଦିଆଯାଇଛି । ଏହାର ଧାର୍ଯ୍ୟ ମୂଲ୍ୟ ବାହାରେ କୌଣସି ଫାର୍ମାସିଟିକାଲ କମ୍ପାନୀ କେବଳ ଜିଏସଟି ସଂଗ୍ରହ କରିପାରିବ ବୋଲି ଏନପିପିଏ କହିଛି । ଏହା ସହିତ ସମସ୍ତ ଫାର୍ମାସିଟିକାଲ କମ୍ପାନୀ ୧୫ ଦିନ ମଧ୍ୟରେ ସମସ୍ତ ଡ୍ରଗ୍ସ ଡିଲରଙ୍କୁ ନୂତନ ପ୍ରାଇସ୍ ବିଷୟରେ ସୂଚନା ପ୍ରଦାନ କରିବେ । ତେବେ ଯେଉଁ କମ୍ପାନୀ ଅତ୍ୟାବଶ୍ୟକ ସମାଗ୍ରୀ ଆଇନ ଅଧୀନରେ ଆସୁଥିବା ନିର୍ଦ୍ଦେଶକୁ ଅବମାନନା କରିବେ ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ।ଏନପିପିଏର ଏଭଳି ପଦକ୍ଷେପରେ ଆଇପିସିଏ ଲାବ୍ରୋଟୋରୀଜ, ମ୍ୟାନକାଇଣ୍ଡ ଫାର୍ମା, ଅକ୍ଲେମ ଲାବ୍ରୋଟୋରିଜ, କ୍ୟାଣ୍ଡିଲା ଫାର୍ମାସ୍ୟୁଟିକାଲ୍ସ, ସିପ୍ଲା, ସନୋଫି ଏବଂ ,ବାର୍ଟ ଇଣ୍ଡିଆ ଭଳି ଫାର୍ମା କମ୍ପାନୀ ଉପରେ ପ୍ରଭାବ ପଡିବାର ସମ୍ଭାବନା ରହିଛି ।ଏନପିପିଏ ଅନୁଯାୟୀ ଆମେକ୍ଲୋଫେନାକ, ପାରାସିଟାମଲ, ସେରାଟିଓପେପଟିଡେଜ ପରି ମେଡିସିନ ଯାହା ମୁଣ୍ଡବିନ୍ଧା, ମାଇଗ୍ରେନ, ମାଂସପେଶୀଜନିତ ଯନ୍ତ୍ରଣା, ଋତୁସ୍ରାବ ଜନିତ ଯନ୍ତ୍ରଣା କ୍ଷେତ୍ରରେ ବ୍ୟବହାର କରାଯାଏ ସେସବୁର ସର୍ବାଧିକ ମୂଲ୍ୟ ଜିଏସଟି ସହିତ ୮ଟଙ୍କା ୩୮ ପଇସା ଧାର୍ଯ୍ୟ କରାଯାଇଛି । ସେହିପରି ସିତାଗଲିପଟିନ୍ ଫସଫେଟ୍, ମେଟଫରମିନ ହାଇଡ୍ରୋକ୍ଲୋରାଇଡ ପରି ମେଡିସିନ ଯାହା ଟାଇପ ୨ ଡାଇବେଟିସ ରୋଗୀଙ୍କ ପାଇଁ ବ୍ୟବହାର କରାଯାଏ ତାହା ଟାବଲେଟ୍ ପ୍ରତି ୯ ଟଙ୍କାରେ ଉପଲବ୍ଧ ହେବ ।ଅପସ୍ମାର ଓ ମାନସିକ ଚାପ ପରି ରୋଗର ଚିକିତ୍ସା ଲାଗି ବ୍ୟବହାର ମେଡିସିନ ତାହାର ମୂଲ୍ୟ ଯଥାକ୍ରମେ ୦.୯୮ ଟଙ୍କା ଓ ୧୪.୫୩ ଟଙ୍କା ରହିବ । ଏବେ ଏହି ସମସ୍ତ ମେଡିସିନର ମୂଲ୍ୟ ବହୁତ ଅଧିକ ରହିଛି । ଏହିସବୁ ମେଡିସିନର ଦାମ୍‌ ଠାରୁ ଜିଏସଟି ଅଲଗା ରହିଛି । ଯଦି କମ୍ପାନୀ ନିଜେ ଜିଏସଟି ଦେଉଥିବ, ତେବେ ଗ୍ରାହକଙ୍କ ଠାରୁ ଜିଏସଟି ନେଇପାରବ । ନଚେତ କୌଣସି ଦୋକାନୀ ଜିଏସଟି ନେଇପାରିବ ନାହିଁ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button